ଭବାନୀପାଟଣା (ରୋହିତ କୁମାର ନାଏକ) ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସମାବେଶ ବହୁ ଆଡମ୍ବର ସହକାରେ ପାଳିତ ହବ l ଏନେଇ କଳାହାଣ୍ଡି ଜିଲ୍ଲା ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରି ଙ୍କ ତତ୍ତ୍ୱବଧାନରେ ଜଗନ୍ନାଥ ଙ୍କ ପରିକ୍ରମା ପ୍ରକଳ୍ପ ନିମନ୍ତେ ଶ୍ରୀ ଜଗନ୍ନାଥଙ୍କ ସୁସୁଜିତ ରଥର ଶୁଭ ଅନୁକୂଳ ହୋଇଯାଇଛି l ନର୍ଲା ଶିବ ମନ୍ଦିର ଠାରେ ସୁସୁଜିତ ରଥକୁ ଭକ୍ତ ଶ୍ରଦ୍ଧାଳୁଙ୍କୁ ଗହଣରେ ପ୍ରଶାସନକି ଅଧିକାରୀ ରଥକୁ ନାମ ସଂକୀର୍ତନ ସହିତ ପରିଭ୍ରମଣ କରି ଅରୁଆ ଚାଉଳ, ଗୁଆ, ସଂଗ୍ରହ କରିଥିଲେ l କାର୍ଯ୍ୟକ୍ରମ ରେ ନର୍ଲା ବ୍ଲକ ଉନ୍ନୟନ ଅଧିକାରୀ ଏନ ଜଗଜୀବନ ଚୌଧୁରୀ, ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷା ମନୋରମା ମହାନ୍ତି ଉପାଧ୍ୟାକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ନର୍ଲାର ବହୁ ଭକ୍ତ ଓ ଶ୍ରଦ୍ଧାଳୁ ଜନସାଧାରଣ ସାମିଲ ଥିଲେ
ରାଜ୍ୟ
ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ସକାଶେ ଗଡ଼ିଲା ଶ୍ରୀ ଜଗନ୍ନାଥ ରଥ
- Hits: 242









