ହେଡଲାଇନସ୍:

ଘୁମୁସରୀ କେଟଲ ସମିତି, ଋଷିକୁଲ୍ୟI ରୟତ ମହାସଂଘ ଓ ଖାଉଟି ଅନୁଷ୍ଠାନ ବାର୍ଡ ର ମିଳିତ ଆନୁକୂଲ୍ୟରେ ଧାନ କିଣା ନିୟମ ଉପରେ ସଚେତନା କର୍ମଶାଳା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଞ୍ଜନଗର ରୁ ଉଦୟନାଥ ପଣ୍ଡା:  ଘୁମୁସରୀ କେଟଲ ସମିତି, ଋଷିକୁଲ୍ୟI ରୟତ ମହାସଂଘ ଓ ଖାଉଟି ଅନୁଷ୍ଠାନ ବାର୍ଡ ର ମିଳିତ ଭାବରେ ଆଜି ଜାନୁଆରୀ ୯ ତାରିଖ ମଗଂଳ ବାର ୨୦୨୪ ରେ ଭଞ୍ଜନଗର ସ୍ଥିତ ଆଞ୍ଚଳିକ ନିୟନ୍ତ୍ରିତ ବଜାର ସଭା ଗୃହରେ ଧାନ କିଣା ନିୟମ ଉପରେ ସଚେତନା କର୍ମଶାଳା କୁ ରୟତ ମହାସଂଘ ର ସମ୍ପାଦକ ଶ୍ରୀ ସିମାଞ୍ଚଳ ନାହାକ ଉଦଘାଟନ କରିଥିଲେ I

ଚାଷୀ ସରକାରଙ୍କ ଧାର୍ଯ୍ୟ ଏମ୍.ଏସ.ପି (ମିନିମମ୍ ସପୋର୍ଟ ପ୍ରାଇସ୍) କୁଇଣ୍ଟାଲ୍ ପିଛା ୨୧୮୩ ଟଙ୍କା ପାଇବI କଥା । କିନ୍ତୁ ଏଫ ଏ କିଉ ନାମରେ ମିଲ ମାଲିକ ମାନେ ଚାଷୀଙ୍କ ଠାରୁ ୮କେଜି ଧାନ ଠକୁଥିବାର,ପ୍ରତି ବସ୍ତାରେ ଚକ୍ରବର୍ତୀ ବ୍ୟବହାର କରି କେଜିଏ ଧାନ ବାହାର କରିବାର, ସେମାନେ ଜିଲ୍ଲା ଯୋଗାଣ ବିଭାଗକୁ ପରିଚାଳନା କରୁଥିବା ର ,ଦଲାଲଙ୍କୁ ଚାଷୀ ନାମରେ ପଞ୍ଜୀକୃତ କରିବା, ଓଜନ ଓ ମାପରେ ଠକାମି ,ଆଖାସୂତା ପଇସା ଚାଷୀଙ୍କ ଠାରୁ ଆଦାୟ କରୁଥିବା ର, ପୂଜା ଓ ସ୍ଵର୍ଣ ଧାନ କେବଳ କିଣିବା,ଧାନର ପ୍ରକାର ନିର୍ଦ୍ଧାରଣକରୁଥିବାର, ଓ ଭାଗଚାଷୀ ଙ୍କୁ ପ୍ରକୃତ ହିତାଧିକାରୀଙ୍କୁ ବଞ୍ଚିତ କରୁଥିବା ର ଅଭିଯୋଗ କରିଛନ୍ତି ଅନେକ ହିତାଧିକାରୀ ଚାଷି I ଚଳିତ ବର୍ଷ ଘୁମୁସର ରାଜସ୍ଵ ଉପଖଣ୍ଡରେ ୪୭୧୦୯ ସଂଖ୍ୟାକ କୃଷକ ମଣ୍ଡିରେ ଧାନ ବିକବା ପାଇଁ ପଞ୍ଜୀକୃତ କରିଛନ୍ତି। ୧୫ଲକ୍ଷରୁ ଊର୍ଦ୍ଧ୍ଵ କୁଇଣ୍ଟାଲ ଧାନ କିଣିବା ପାଇଁ ସରକାର ଧାର୍ଯ୍ୟ ରଖିଛନ୍ତି। ଏଥି ସକାଶେ ୪୦ ଗୋଟି ମହିଳା ଆତ୍ମା ସହାୟକ ଦଳ ଓ ୧୧୯ କୃଷି ସମବାୟ ସମିତି ଗୁଡିକୁ ସରକାର ନିୟୋଜିତ କରିଛନ୍ତି। କିନ୍ତୁ ଯାହାର ପରୋକ୍ଷରେ ୧୨୧ ମିଲ୍ ମାଲିକ ମାନେ ଉପରୋକ୍ତ ସରକାରୀ ସହାୟତ ଦଳକୁ ପରିଚାଳିତ କରୁ ଅଛନ୍ତି ବୋଲି ଚାଷୀମାନେ ଦାବୀ କରିଛନ୍ତି I ୭୦ ଭାଗ ପ୍ରକୃତ ଚାଷୀ ଓ ଭାଗ ଚାଷୀ ସରକାରଙ୍କ ପୋର୍ଟାଲରେ ପଞ୍ଜୀକୃତ କରି ନାହାନ୍ତି। ଅନ୍ୟପକ୍ଷରେ ସଚେତନା ରଥ ବୁଲୁଛି କିନ୍ତୁ ପ୍ରଶାସନିକ ମଣ୍ଡୀ ପରିଚାଳନାରେ କୃଷକ ସଂଗଠନ ଗୁଡିକକୁ ଡକାଯାଉ ନIହିଁ I ଚଳିତ ବର୍ଷ ସ୍ୱଳ୍ପ ବର୍ଷାହେତୁ ଧାନ ଅମଳ ଓ ମାନ କମ୍ ହୋଇଛି, ଯାହାକି ସରକାରଙ୍କ ମାପ ଦଣ୍ଡ କହୁଛି , ଫଳରେ,ତାହା ଚାଷୀ କୁଳ ପାଇଁ ଯମଦଣ୍ଡ ବୋଲି କହିବା ସହ ସ୍ଥାନୀୟ ଚାଷୀ ୫୦୦ ଟଙ୍କା କମ କରି ଆନ୍ଧ୍ରଵେପାରି ଓ ମିଲ୍ ମାଲିକଙ୍କୁ କୁ ବିକ୍ରି କରିସାରିଥିବା ଚାଷୀମାନେ ମତ ଦେଇଛନ୍ତି I ଆୟୋଜିତ ଶିବିର ରେ ଭଞ୍ଜନଗର ଯୋଗାଣ ନିରିକ୍ଷକ ଚମ୍ପଈ ମରାଣ୍ଡି ନିୟନ୍ତ୍ରିତ ବଜାର ସମିତିର ଏନ୍ ସି ମିଶ୍ର, ମଣ୍ଡୀ ଉପରେ ଚାଷୀଙ୍କୁ ବୁଝାଇବାକୁ ଚେଷ୍ଠା କରି ଅସମର୍ଥ ହୋଇଥିଲେ । ବହୁଚାଷୀ ବିଭିନ୍ନ ଧାନ କିଣା ସମସ୍ୟାର ଉତ୍ତର ପାଇବା ପାଇଁ ସମ୍ପୃକ୍ତ ଉପର ଅଧିକାରୀ ଙ୍କୁ ଶିବିର ରେ ଦେଖିନଥିଲେ କାରଣ ସେମାନେ ଜାଣିଶୁଣି ଆସି ନଥିଲେ, ବାରମ୍ବାର ଜିଲ୍ଲା ଯୋଗାଣ ଅଧିକାରୀକୁ ୧୦ ଦିନପୂବରୁ ଚିଠି ଦେବା ଓ ଫୋନ ମାଧ୍ୟମରେ ଡାକିଲେ ବି ସେ ଆସି ନଥିଲେ ,କି ପ୍ରତିନିଧି ଙ୍କୁ ଵି ପଠେଇ ନଥିଲେ । ଯାହା ଦ୍ଵାରା ଚାଷୀ କୁଳରେ ହତାସI ଦେଖା ଯାଇଥିଲା।ସମସ୍ତ ଖାଉଟି କଲ୍ୟାଣ ଯୋଜନା କୁ ଗଞ୍ଜାମ ଜିଲ୍ଲା ସଦର ମହକୁମା ମିଲମାଲିକ ମାନେ ଯୋଗାଣ ବିଭାଗ ଆଦେଶକୁ ମାନୁଛନ୍ତି ।କିନ୍ତୁ ତାହା ଭଞ୍ଜନଗର ରାଜସ୍ୱ ଉପଖଣ୍ଡରେ ବିପରୀତ,କୌଣସି ବିଦ୍ୟାଳୟରେ ଖାଉଟି କ୍ଲବ ନଖୋଲିବା, ଖାଉଟି ସଚେତନତା ଶିବିର ନକରି ଭଞ୍ଜନଗର ଘୁମୁସର ରାଜସ୍ୱ ଉପଖଣ୍ଡ କ୍ଷେତ୍ରକୁ ଅଣଦେଖା କରାଯାଉଛି ବୋଲି ବହୁ ଖାଉଟି ଅଭିଯୋଗ କରିଛନ୍ତି I ଖାଉଟି ସୁରକ୍ଷା ଓ ଅଧିକାର ବିଷୟରେ ଘୁମୁସରୀ ସମିତ ର ସମ୍ପାଦକ ଶ୍ରୀ ପ୍ରକାଶ ଚନ୍ଦ୍ର ସାହୁ କହିଛନ୍ତି ଯେ, ଚାଷୀକୁଳ ସଚେତନତା ହେବା ଆବଶ୍ୟକ ଓ ଧାନର ପାଳ ଗଦାରେ ନିଆଁ ନଲଗାଇ ଘୁମୁସରୀ ଗୋ ସମିତିକୁ ପ୍ରଦାନ କରି ବାୟୁ ପ୍ରଦୂଷଣରୁ ଓ ଗୋମତା କୁ ଖାଦ୍ୟ ଯୋଗାଇ ମହତ କାର୍ଯ୍ୟରେ ସାମିଲ ହେବା ପାଇଁ ସମସ୍ତଙ୍କୁ ନିବେଦନ କରିଛନ୍ତି I ଅଞ୍ଚଳର ବହୁ ଚାଷୀ, ମହିଳା ଗୋଷ୍ଠୀ ଭଞ୍ଜନଗର ଆର୍ ଏମ୍ ସି ଠାରୁ ରାଲି ସ୍ଲୋଗାନ କରି ଉପ ଜିଲ୍ଲାପାଳ କାର୍ଯ୍ୟIଳୟକୁ ଯାଇ ଉପଜିଲ୍ଲାପାଳ ଙ୍କ ଅନୁପସ୍ତିତିରେ ଡେପୁଟି କଲେକ୍ଟରଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଏବଂ ଅନୁରୋଧ କରିଛନ୍ତିି ଯେ, ୭ଦିନ ମଧ୍ୟରେ ଉପ ଜିଲ୍ଲାପାଳ ଅଧକ୍ଷତାରେ ଚାଷୀ ସଂଗଠନ ଓ ମିଲର ସଂଘଙ୍କୁ ନେଇ ବୈଠକ ତୁରନ୍ତ ଡକIଯିବା ସହିତ ଦାବିଗୁଡିକୁ ଯଥା ଶୀଘ୍ର ପୂରଣ କରନ୍ତୁ I ଉପଖଣ୍ଡର ଆଠଟି ବ୍ଲକରେ କୃଷକ ସଂଘ ଗଠନ କରା ଯାଇ, ବ୍ଲକ ସ୍ତରୀୟ କମିଟି ଚୟନ ହୋଇଅଛି I ପଲ୍ଲୀ ରୁ ଦିଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନ କରିବା ଓ ଆବଶ୍ୟକ ହେଲେ ଧାନ ବସ୍ତା କୁ ମୁଖ୍ୟ ସଡ଼କ ରେ ରଖି ଧର୍ମଘଟ କରାଯିବ ବୋଲି ନେତା ଶ୍ରୀ ବିରେନ୍ଦ୍ର ନାୟକ ଓ ଶ୍ରୀ ରବିନାରାୟଣ ଶତପଥୀ ପ୍ରେସ ଇସ୍ଥାହାର ଦେଇଛନ୍ତି I

0
0
0
s2sdefault