ହେଡଲାଇନସ୍:

ଆଇଡାକ୍ସ କନସଲଟିଙ୍ଗ ଆଣ୍ଡ ରିସର୍ଚ୍ଚ କେନ୍ଦ୍ର ଉଦଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଭୁବନେଶ୍ୱର ପଟିଆ ଚନ୍ଦକା ଶିଳ୍ପାଞ୍ଚଳ ଅନ୍ତର୍ଗତ ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ନିକଟରେ ଆଇଡାକ୍ସ କନସଲଟିଙ୍ଗ ଆଣ୍ଡ ରିସର୍ଚ୍ଚ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇଟି , କ୍ରୀଡା ଓ ଗୃହ ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗଦେଇ ଉଦଘାଟନ କରି କହିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବର୍ତ୍ତମାନ ଶିଳ୍ପାୟନ ଓ ନିଯୁକ୍ତି କ୍ଷେତ୍ରରେ ଓଡ଼ିଶାରେ ଯେଉଁ ପ୍ରଗତି ରଥ ଆଗେଇ ଚାଲିଛି। ଓଡ଼ିଶା ସରକାରଙ୍କ ପକ୍ଷରୁ ଯୁବପିଢିଙ୍କ ପାଇଁ ଷ୍ଟାର୍ଟଅଫ କମ୍ପାନୀ ନିର୍ମାଣ ଓ ଶିଳ୍ପାୟନ ଦିଗରେ ପର୍ଯ୍ୟାପ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି। ଏହାର ସଦୁପଯୋଗ କରି ଯୁବକମାନେ ନିଜେ ପ୍ରତିଷ୍ଠା ଲାଭ କରିବା ସହିତ ଅନ୍ୟମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରି ପାରିବେ। ଆଇଡାକ୍ସ କମ୍ପାନୀ ଯୁବ ବର୍ଗଙ୍କୁ ନିଯୁକ୍ତି ପ୍ରଦାନ କରିବା ସହିତ ପ୍ରେରଣାର ଉତ୍ସ ପାଲଟିବ।

ସମ୍ମାନୀତ ଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସ, ରାଜ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ପ୍ରମୁଖ ଯୋଗଦେଇ କହିଥିଲେ ଯେ ଏଭଳି କମ୍ପାନୀ ନିର୍ମାଣ ଦ୍ବାରା ଓଡ଼ିଶାର ଯୁବ ବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ହଜାର ହଜାର ଯୁବକ ନିଯୁକ୍ତି ପାଇ ପରିବାର ଭରଣପୋଷଣ କରିପାରିବେ। କମ୍ପାନୀର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୀପକ କୁମାର ମଲ୍ଲିକ କହିଥିଲେ ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ୧୦୦ ଜଣ ଯୁବକଙ୍କୁ ଆମ୍ଭେ ସିଧାସଳଖ ନିଯୁକ୍ତି ଦେବା ସହିତ ଭେଣ୍ଡର ମାନଙ୍କ ଜରିଆରେ ୫୦୦ରୁ ଉର୍ଦ୍ଧ୍ବ ଯୁବକ ଯୁବତୀ ନିଯୁକ୍ତି ପାଇଛନ୍ତି।

ଆଗାମୀ ଦିନରେ ଆମ୍ଭେମାନେ ୧ ହଜାର ଯୁବ ବର୍ଗଙ୍କୁ ସିଧାସଳଖ ନିଯୁକ୍ତି ଦେବା ପାଇଁ ଲକ୍ଷ୍ୟ ରଖିଛୁ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନିର୍ଦ୍ଦେଶକ ଇଶ୍ବର୍ମା ପଣ୍ଡା, ପ୍ରକଳ୍ପ ନିର୍ଦ୍ଦେଶକ ଚନ୍ଦନ ପଣ୍ଡା ଓ ବିଶିଷ୍ଟ ଅଧିକାରୀ ଅକ୍ଷୟ କୁମାର ରାଜ, ସରିତା ମିଶ୍ର, କମଳାକାନ୍ତ ମଲ୍ଲିକ, ଜଗନ୍ନାଥ ରଣା, ସୁଶାନ୍ତ ବାରିକ, ଆଶା କୁମାରୀ ଲାକ୍ରା ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault