ମାହାଙ୍ଗା ଗୋକନ ପଞ୍ଚାୟତ ରେ ଜୟ ଜଗନ୍ନାଥ ଅର୍ପଣ ରଥ ପରିକ୍ରମା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଏଭଳି ମହତ କାର୍ଯ୍ୟକ୍ରମ କୁ ଗ୍ରାମବାସୀ ଙ୍କ ଦୃଢ ପ୍ରଶଂସା l

(ମାହାଙ୍ଗା-ଶାସକ ପ୍ରଶାସକ ) ଓଡ଼ିଶା ସରକାରଙ୍କ ନିରବଚ୍ଛିନ୍ନ ପ୍ରଚେଷ୍ଟା ରେ ଓଡ଼ିଆଙ୍କର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇ ଚଳିତ ଜାନୁୟାରୀ ୧୭ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗକୃତ ହେବ। ଏହାର ଅବ୍ୟବହିତ ପୂର୍ବରୁ ଜଗନ୍ନାଥ ସଂସ୍କୃତିକୁ ଉଜ୍ଜୀବିତ କରିବା ପାଇଁ ନୂତନ ଉନ୍ମାଦନାର ସ‌ହ ଜଗନ୍ନାଥ ପ୍ରେମୀ ମାନେ ପ୍ରତ୍ୟେକ ଗ୍ରାମ ଓ ପଢ଼ାରେ ଜଗନ୍ନାଥ ରଥ ଅନୁରୂପ (ଅର୍ପଣ ରଥ) ସହ ସଂକୀର୍ତ୍ତନ ମଣ୍ଡଳୀର ତାଳେ ତାଳେ ନିଜକୁ ଜଗନ୍ନାଥଙ୍କ ସେବାରେ ହଜାଇ ଦେଇଛନ୍ତି । ଏହି ଅବସରରେ ମାହାଙ୍ଗା ବ୍ଲକ ଗୋକନ ପଞ୍ଚାୟତରେ ଜୟ ଜଗନ୍ନାଥ ଅର୍ପଣ ରଥ ଭବ୍ୟ ସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଗ୍ରାମବାସୀମାନେ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିବା ସହିତ ନିଜ ଘରୁ ଅକ୍ଷତ ଅରୁଆ ଋଉଳ ଏବଂ ଗୋଟିଗୁଆ ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷା ଦୀପା ମଲିକ, ଉପାଧକ୍ଷ ସତ୍ୟନାରାୟଣ ମହାନ୍ତି, ବିଡ଼ିଓ ଅମୀୟ କୁମାର ପଣ୍ଡା, ଏବିଡ଼ିଓ ଜ୍ଞାନରଞ୍ଜନ ପଣ୍ଡା, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ୍ତ ସାହୁ,ଜିପିଓ ଜନ୍ମେଜୟ ରାଉତ, ସରପଞ୍ଚ ଜ୍ୟୋସ୍ନାମୟୀ ବେହେରା, ସମାଜସେବୀ ଶାରଦାପ୍ରସାଦ ବେହେରା, ବିଜେଡି ବ୍ଲକ ସଭାପତି ରାଜକିଶୋର ଜେନା, ଜିଲ୍ଲାପରିଷଦ ଜଗବନ୍ଧୁ ସେଠି, ଯୁବ ନେତା ଅମୀୟ ନାୟକ, ତ୍ରିନାଥ ଜେନା, ପିଇଓ ହୃଷି ସ୍ୱାଇଁ ଙ୍କ ସମେତ ଗୋକନ ପଞ୍ଚାୟତ ର ସମସ୍ତ ଗ୍ରାମବାସୀ ଯୋଗଦାନ କରିଥିଲେ l ମୁଖ୍ୟମନ୍ତ୍ରୀ ଙ୍କ ଏଭଳି କାର୍ଯ୍ୟକ୍ରମ କୁ ସାଧାରଣରେ ଦୃଢ ପ୍ରଶଂସା କରାଯାଇଥିଲା l

0
0
0
s2sdefault