ହେଡଲାଇନସ୍:

ଏମାର୍ଟ ଭାରତୀୟ କେନ୍ଦ୍ରର ବାର୍ଷିକୋତ୍ସବ ପାଳିତ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ଗୁଣପୁର ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡ଼ା ସ୍ଥିତ ଏମାର୍ଟ ଭାରତୀୟ କଳା ସଂସ୍କୃତି କେନ୍ଦ୍ରର ଷଷ୍ଠ ବାର୍ଷିକ ଉତ୍ସବ ସ୍ଥାନୀୟ ଟାଉନ ହଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ହୋଇଯାଇଛି। ଏଥିରେ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ମୁଖ୍ୟଅତିଥି, ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ପ୍ରତିଭା ପଣ୍ଡା ସ୍ବତନ୍ତ୍ର ଅତିଥି, ତିରୁପତି ମହାନ୍ତି, ସସ୍ମିତା ପଣ୍ଡା, ଅନୁଷ୍ଠାନ ପରିଚାଳକ ପ୍ରଣବ ଚୌଧୁରୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅଞ୍ଚଳର ଅନେକ ପ୍ରତିଭାସମ୍ପନ୍ନ ବ୍ୟକ୍ତି ପଦ୍ମଶ୍ରୀ ପୁରସ୍କାର ପାଇଛନ୍ତି। ଗୁଣପୁର ମାଟିର ସ୍ବର୍ଗତ ରଘୁନାଥ ପାଣିଗ୍ରାହୀ, ସଂଯୁକ୍ତା ପାଣିଗ୍ରାହୀ ଭଳି ଅନେକ କାଳକାର ସୁନାମ ଅର୍ଜନ କରିଥିଲେ। ସେମାନଙ୍କୁ ଅନୁସରଣ କରି ଆଗକୁ ବଢିବାକୁ ଅତିଥିମାନେ କଳାକାରଙ୍କୁ ପ୍ରେରଣା ଦେଇଥିଲେ। ପୂର୍ବରୁ ଅନୁଷ୍ଠାନ ପକ୍ଷରୁ ‘ମୁଁ ବି ଗାଇବି ମୁଁ ବି ନାଚିବି’ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପୁରସ୍କାର ବିତରଣ ଉତ୍ସବରେ ଆଦର୍ଶ ଥାନା ଅଧିକାରୀ ଉତ୍ତମ କୁମାର ସାହୁ, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ଉପସଭାପତି ପିଙ୍କୁ ପଣ୍ଡା, ଗୁଣପୁର ସମ୍ବାଦ ପ୍ରତିନିଧି ଦେବୀପ୍ରସାଦ ମିଶ୍ର, ସାମ୍ବାଦିକ ଅନିଲ ସାହୁକାର, ଆଇନଜୀବୀ ରମେଶଚନ୍ଦ୍ର ଲିମା ପ୍ରମୁଖ ଯୋଗଦେଇ କୁନି କଳାକାର ପ୍ରତିଯୋଗୀଙ୍କୁ ଟ୍ରଫି ସହ ମାନପତ୍ର ଦେଇ ସମ୍ମାନୀତ କରିଥିଲେ। ମନୋଜ ପଣ୍ଡା ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ସିଆରସିସି ସଞ୍ଜୀବ ପଟ୍ଟନାୟକଙ୍କ ସମେତ ଅନୁଷ୍ଠାନର କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

 

0
0
0
s2sdefault