ହେଡଲାଇନସ୍:

ଜମନକିରା ଥାନାରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜମନକିରା (ଲିପନ ନାଏକ )  ଜମନକିରା ପୋଲିସ ପକ୍ଷରୁ ଥାନା ଅଧିକାରିଣୀ ପଦ୍ମାଳୟା ସାହୁଙ୍କ ଅଧକ୍ଷତାରେ ଆମ ପୋଲିସ ସମିତି ବୈଠକ ସ୍ଥାନୀୟ ଥାନା ବୈଠକ ଗୃହରେ ଅନୁଷ୍ଠିତ ହୋଇଯାଇଛି l ଜମନକିରା ଥାନା ଅଂଚଳର ମାନ୍ୟଗଣ ବ୍ୟକ୍ତି, ବରିଷ୍ଠ ନାଗରିକ ବୁଦ୍ଧିଯିଵି, ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଏଇ ବୈଠକରେ ଅଞ୍ଚଳର ବିଭିନ୍ନ ପ୍ରକାର ସମସ୍ୟା ଉପରେ ଆଲୋଚନା କରାଯାଇଥିବା ବେଳେ ଏହାର କିପରି ସମାଧାନ ହୋଇପାରିବ ଏଥିପ୍ରତି ଗୁରୁତ୍ୱାରୋପ କରାଯାଇଥିଲା l ସମସ୍ୟା ଉପରେ ମୁଖ୍ୟତଃ ଥାନା ଅଞ୍ଚଳରେ ଯେପରି ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ନ ପାଇବ ସେଥିପ୍ରତି ସମସ୍ତଙ୍କ ସହଯୋଗ କାମନା କରାଯାଇଥିଲା l ନିଶା ଖାଇ ଗାଡିଚାଳନା, ଦୃତ ଗତିରେ ଗାଡିଚାଳନା ଜମନକିରା ବାଷ୍ଟାଣ୍ଡରେ ଟ୍ରାଫିକ ସମସ୍ୟା ବ୍ୟବସ୍ଥା, ଗ୍ରାମାଞ୍ଚଳରେ ରାତ୍ରି ପେଟ୍ରୋଲିଙ୍ଗ ବଢ଼ାଇବା, ଜବରଦଖଲ ଉଛେଦ କରିବା, ଜମନକିରା ଅଞ୍ଚଳର ଫାଶୀମାଲ ଠାରେ ଏକ ପୋଲିସ ଆଉଟ ପେଣ୍ଟ ଦେବା, ପ୍ରତ୍ୟୋକ ଗ୍ରାମର ମୁଖ୍ୟ ଛକ ଗୁଡିକରେ ଥାନାକୁ ସହଯୋଗ ପାଇ ଯୋଗାଯୋଗ ନମ୍ବର ସୂଚିତ କରିବା, ଗୌଡ଼ପାଲି ଠାରୁ ଜମନକିରା ବାଇପାସ ରାସ୍ତା ପର୍ଯ୍ୟନ୍ତ ନୂତନ ରାସ୍ତା ନିର୍ମାଣ, ଆବଶ୍ୟକ ଛକ ଗୁଡିକରେ ଲାଇଟ ର ବ୍ୟବସ୍ଥା, ରାଜରାସ୍ତା ୫୩ କୁ ସମ୍ପୂର୍ଣ ନ କରି ବେଆଇନ ଭାବେ ଏନଏଚଆଇ ପକ୍ଷରୁ ନୀଳଡୁଙ୍ଗୁରି ଠାରେ ଟୋଲ ଟାକ୍ସ କୁ ଆଦାୟ କରାଯାଉଥିବା ନେଇ ବୈଠକରେ ତୀବ୍ର ବିରୋଧ କରାଯାଇଥିଲା, ଜମନକିରା ପୁରୁଣା ଥାନାରେ ଏକ ବିଟ ହାଉସ ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା l ଏଇ ସମସ୍ୟା ଗୁଡିକର ଯେପରି ଆଶୁ ସମାଧାନ ହଇପାରିବ ସେହି ଦେଗରେ ଥାନା ଅଧିକାରୀ ଶ୍ରୀମତୀ ସାହୁ ପ୍ରାଣପନେ ଚେଷ୍ଟା କରିବେ ବୋଲି ପ୍ରତିଶୃତି ଦେଇଥିଲେ ଏବଂ ଜନସାଧାରଣ ତାଙ୍କୁ ଏ ଦିଗରେ ସହଯୋଗ କରନ୍ତୁ ବୋଲି ଅନୁରୋଧ କରିଥିଲେ l ଶେଷରେ କୁଲୁଣ୍ଡି ଫାଣ୍ଡି ଅଧିକାରୀ ସୁଧୀର ମହାକୁଳ ଧନ୍ୟବାଦ ଅର୍ପଣ କରିଥିଲେ l

0
0
0
s2sdefault