ରାଇଘର. ପୁଷ୍ପା ରାଣୀ. ଶାସକ ପ୍ରଶାସକ ତା 09/01-5ଟି ତଥା ଆମ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଆଜି ରାଇଘର ଗସ୍ତ କରୁଥିବା ବେଳେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି |ଏହି କ୍ରମରେ ପୋଲିସ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି |ନବରଙ୍ଗପୁର ଜିଲ୍ଲା ତଥା ଅନ୍ୟ ଜିଲ୍ଲାର ପୋଲିସ ଫୋର୍ସ ସହ ସିଆରପିଏଫ ଓ ଆଇ ଆର ବି ଯବାନ ମାନଙ୍କୁ ନିୟୋଜିତ କରାଯାଇଛି |ତାଙ୍କ ଗସ୍ତ ସମୟରେ କୌଣସି ବିରୋଧୀ ଦଳର ନେତା ଯେପରି କୌଣସି ପ୍ରକାର ବିଘ୍ନ ନ ଘଟାନ୍ତି ସେଥିପାଇଁ ବ୍ଲକର ତିନିଜଣ ବରିଷ୍ଠ କଂଗ୍ରେସ ନେତା ଯଥା -ବ୍ଲକ କଂଗ୍ରେସ ସଭାପତି ସୁବଲନ ସାନ୍ତା, ମଣ୍ଡଳ କଂଗ୍ରେସ ସଭାପତି ଅନାୱାର ଆଲମ, କଂଗ୍ରେସ କର୍ମୀ ଖଗ ହରିଜନ ଏବଂ ଗୋବର୍ଧନ ହରିଜନଙ୍କୁ ଉଠେଇ ନେଇଥିବା ସୂଚନା ମିଳିଛି |ଯାହାକୁ ନେଇ ବ୍ଲକର କଂଗ୍ରେସ କର୍ମୀ ଓ ସମର୍ଥକ ମାନଙ୍କ ମହଲରେ ସମାଲୋଚନା ଜୋର ଧରିଛି |ଆଜି ମଧ୍ୟାହ୍ନ 12ଟା 45ମିନିଟରେ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ 5ଟି ଅଧ୍ୟକ୍ଷ ରାଇଘର ସ୍ଥିତ ମିନି ଷ୍ଟାଡିୟମରେ ଅବତରଣ କରି ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ଅଭିଯୋଗ ପତ୍ର ଗ୍ରହଣ କରିବେ ଓ ପ୍ରାୟ 45ମିନିଟ ରହିବା ପରେ ଲକ୍ଷ୍ମୀପୁର ଗସ୍ତ କରିବେ ବୋଲି ସୂଚନା ରହିଛି |ଏଥିପାଇଁ ଦୁଇଦିନ ଧରି ଜିଲ୍ଲା ସ୍ତରୀୟ ଅଧିକାରୀ ଓ ତଥା ଜିଲ୍ଲା ପୋଲିସ ର ବରିଷ୍ଠ ଅଧିକାରୀମାନେ ରାଇଘର ଆସି ପ୍ରସ୍ତୁତି ର ସମୀକ୍ଷା କରିବା ସହିତ ଟ୍ରାଫିକ ଓ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି |ସେହିପରି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଜେଡି ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଥିବା ଦେଖିବାକୁ ମିଳିଛି |
ରାଜ୍ୟ
5ଟି ଅଧ୍ୟକ୍ଷଙ୍କ ଗସ୍ତ ପାଇଁ ତିନିଜଣ କଂଗ୍ରେସ ନେତାଙ୍କୁ ଉଠେଇନେଲା ପୋଲିସ |
- Hits: 179








