ହେଡଲାଇନସ୍:

ବିକାଶର ନଗ୍ନ ନମୁନା ଲୋଏରେଜୁ ଗାଁ :ତିତଲୀ ଉଜାଡିଦେଲା, ଦାଉ ସାଧୁଛି ପ୍ରଶାସନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ଜି ଉଦୟଗିରିରୁ ଗଗନ କୁମାର ପ୍ରଧାନ : ଦିଲ୍ଲୀରୁ ବିକାଶ, ଭୁବନେଶ୍ୱରରୁ ବିକାଶ | ଦେଶ ଆଉ ରାଜ୍ୟ ସାରା ବିକାଶ ହିଁ ବିକାଶ ର ସ୍ଲୋଗାନ | ହେଲେ ଏଇ ବିକାଶର ସ୍ଲୋଗାନ ଭିତରେ ଓଡ଼ିଶାରେ ନଗଡା ଭଳି ଅପପୁଷ୍ଟିରେ ସଢ଼ୁଥିବା ଗୋଟେ ଗାଁ ଥିଲା ତାହା କାହା ଭାବନା ଭିତରେ ନଥିଲା | ସ୍ୱାଧୀନତାର ୭୧ ବର୍ଷ ପରେ ବି ଦାରିଦ୍ର୍ୟ ଦ୍ୱାରା ପରାଧୀନ ଗାଁ ରହିଥିବ ଏକଥା କେହି ଭାବିନଥିଲେ | ହେଲେ ନଗଡା ବିକାଶର ସ୍ଲୋଗାନ ଦେହରୁ କପଡା ଉତାରି ଦେଲା | ଏବେ ଆମେ ଯେଉଁ ଅଂଚଳ କଟା କହିବାକୁ ଯାଉଛୁ, ସେ ବି ନଗଡା ଠାରୁ କୌଣସି ଗୁଣରେ କାମ ନୁହେଁ | ନେତା ଥିଲେ, ପ୍ରଶାସନ ଥିଲା , ହେଲେ ଏମାନେ ବା ଏଭଳି ଗାଁ ଥିଲା ବୋଲି କେହି ବୋଧେ ଜାଣିନଥିଲେ | 

କାହାଣୀ ଏମିତି ଏକ ଅଭିଶପ୍ତ ଗାଁର | କନ୍ଧମାଳ ଜ଼ିଲ୍ଲା ଅନ୍ତର୍ଗତ ଜି ଉଦୟଗିରି ବ୍ଲକର ମାଲିକାପରି ଗ୍ରାମ ପଂଚାୟତ ଅଧିନରେ ରହିଅଛି ଲୋଏରେଜୁ ଗ୍ରାମ | ସ୍ୱାଧୀନତାର 70 ବର୍ଷ ବିତି ଯାଇଛି ହେଲେ ଗ୍ରାମବାସୀ ସରକାରୀ ସୁବିଧା ପାଇବାରୁ ବଞ୍ଚିତ | ବର୍ତମାନ ସୁଦ୍ଧା ଗ୍ରାମକୁ ନା ଅଛି ରାସ୍ତା ନା ଅଛି ବିଦ୍ୟୁତ ନା ଅଛି ବିଦ୍ୟାଳୟ. | ଏପରି ଅନେକ ସମସ୍ୟାରେ ପୂର୍ଣ୍ଣ ଲୋଏରେଜୁ ଗ୍ରାମ | ହେଲେ ପ୍ରକୃତି ମଧ୍ୟ ଗ୍ରାମବାସୀଙ୍କୁ ଶକ୍ତପ୍ରହାର ଦେଇଛି. ଯାହା ପାଇଁ ଗ୍ରାମବାସୀ ଭାଗ୍ୟକୁ ଆଦରି ଗ୍ରାମବାସେଇ ନିଜ ଭିଟାମାଟି ଛାଡି ଅନ୍ୟତ୍ର ଯିବାକୁ ସିଦ୍ଧାନ୍ତ ନେଇଛନ୍ତି | ଚଳିତ ମାସ କନ୍ଧମାଳ ଜ଼ିଲ୍ଲାରେ ଘଟି ଥିବା ତୀତଲୀର ତାଣ୍ଡବରେ ଧୂଳିସାତ ହୋଇଛି | ଝାଳବୁହା ଚାଷ ଜମିରେ ମାଡି ଯାଇଛି ପାହାଡ ମାଟି ଏବଂ ପଥର.| ନଷ୍ଟ ହେଇଛି ଏକର ଏକର ଫସଲ | ସୃଷ୍ଟି ହେଇଛି ପ୍ରାୟ କିଲୋମିଟର କିଲୋମିଟର ଲମ୍ବାର ଏବଂ ଏକଶହ ଫୁଟ ଚଉଡାର ବିରାଟ ନଦୀ | ଯାହା ପାଇଁ ଚିନ୍ତାରେ ଗ୍ରାମବାସୀ | ଚାଷକୁ ଜୀବନ ଜୀବୀକା ଭାବେ ଗ୍ରହଣ କରି ଜୀବନ ବଞ୍ଚାଇଥିଲେ | ବର୍ତମାନ ଗ୍ରାମବାସୀଙ୍କ ଜୀବନ ଅନ୍ଧକାରମୟ ହୋଇଥିବା କହିଛନ୍ତି | ସେଥିପାଇଁ ଗ୍ରାମବାସୀ ନିଜ ଭିଟାମାଟି ଛାଡିବା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି | . ଖବର ପାଇ ସାମ୍ବାଦିକ ଗଗନ କୁମାର ପ୍ରଧାନ ଏବଂ ଯୁବ ନେତା ତାର୍ଜ଼ାନ ସାହୁ 14 ତାରିଖରେ ଲାଏରେଜୁ ଗ୍ରାମରେ ପହଂଚି ଥିଲେ | ଯାହା ଦେଖି ଏବଂ ଗ୍ରାମବାସୀଙ୍କ ଠାରୁ ଶୁଣି ଆଶ୍ଚଯ୍ୟ ହୋଇଥିଲେ | ଘଟଣା ସମ୍ପର୍କରେ ଗ୍ରାମବାସୀ ସରପଞ୍ଚ, ତହସିଲଦାର ଏବଂ ସରକାରୀ କର୍ମଚାରୀଙ୍କ ଠାରୁ କୌଣସି ସାହାଯ୍ୟ କିମ୍ବା ଏହି ଅଂଚଳରେ ସରକାରି ବାବୁଙ୍କ ପାଦ ପଡ଼ି ନ ଥିବା ଦୁଃଖରେ କହିଛନ୍ତି | ସେଥିପାଇଁ ଗାମବାସୀ ଯାହାକୁ ଭୋଟ ଦେଇଛି ବାଛିଥିଲେ,ସ୍ଥାନୀୟ ବିଧାୟକଙ୍କ ସାହାଯ୍ୟ ଲୋଡ଼ିଛନ୍ତି | ବର୍ତମାନ ଗ୍ରାମବାସୀଙ୍କ ପାଖରେ ଖାଇବା ପାଇଁ ଖାଦ୍ୟ ମଧ୍ୟ ନଥିବା କହିଛନ୍ତି | ଏହି ଗ୍ରାମକୁ ଯୀବାକୁ ହେଲେ ପାଞ୍ଚ କିଲୋମିଟରରୁ ଉର୍ଦ୍ଧ ପାଞ୍ଚ ବଡ ବଡ଼ ପାହାଡ ଗୋଡି ଗୋଡି ଚଲା ରାସ୍ତା ରେ ଯିବାକୁ ପଡିଥାଏ, ଯାହାକୁ ବର୍ଣନା କରିବା ସମ୍ଭବ ନୁହେଁ | ହେଲେ ପ୍ରଶାସନର ଓ ସରକାରଙ୍କ ହେଜ କେବେ ଆସିବ ତାହା ଦେଖିବାକୁ ବାକି ରହିଲା |

0
0
0
s2sdefault