କାର୍ଯ୍ୟସ୍ଥଳୀ ରେ ସୁସ୍ଥ ବାତାବରଣ ସୃଷ୍ଟି ପୂର୍ବକ କାର୍ଯ୍ୟ ଦକ୍ଷତାରେ ବୃଦ୍ଧି ଆମ ସମସ୍ତଙ୍କ ଦାୟିତ୍ୱ :- ଜିଲ୍ଲାପାଳ
ସୁବର୍ଣ୍ଣପୁର : ତା 28/12/23-(ଆର୍ତ୍ତତ୍ରାଣ ମହାପାତ୍ର):ଜିଲ୍ଲାପ୍ରଶାସନ ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫରୁ ତା 27/12/23 ଦିନ ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ “କାର୍ଯ୍ୟସ୍ଥଳୀରେ ମହିଳାଙ୍କୁ ଯୌନ ନିର୍ୟାତନାର ପ୍ରତିରୋଧ, ନିଷେଧାଦେଶ ଏବଂ ନିବାରଣ ଆଇନ -୨୦୧୩″ ସମ୍ୱନ୍ଧରେ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀଯୁକ୍ତ ବିମଳେନ୍ଦୁ ରାୟ ସଭାପତିତ୍ବ କରି ଏହି ଆଇନର କାର୍ଯ୍ୟକାରିତାକୁ ଜିଲ୍ଲାର ପ୍ରତ୍ଯେକ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ/ ସଂସ୍ଥାନ ଗୁଡିକରେ ସୁନିଶ୍ଚିତ କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି ପୁନଶ୍ଚ ପ୍ରତ୍ୟେକ କାର୍ଯ୍ୟାଳୟରେ ଆଇନକୁ ସୁନିଶ୍ଚିତ କରିବା ନିମନ୍ତେ ଆଇସିସି/ ଏଲସିସି ଗଠନକୁ ଅତିଶୀଘ୍ର ୭ ଦିନ ମଧ୍ୟରେ ସମ୍ପନ୍ନ କରିବାକୁ ପରାମର୍ଶ ଦେଇଛନ୍ତି I ଏହି ଆଇନ କୁ ପ୍ରତ୍ୟେକ ବିଭାଗ କଡା କଡ଼ି ପାଳନ କରିବାକୁ ନିର୍ଦେଶ ଦେବା ସହିତ ଏହାର ବ୍ୟାପକ ପ୍ରଚାର ପ୍ରସାର ଦିଗରେ ବିହିତ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି l କାର୍ଯ୍ୟକ୍ରମ ଅବସରରେ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ କୁମୁଦିନୀ ମୁଦୁଲି, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର ପ୍ରମୁଖ ଯୋଗଦାନ କରି କାର୍ଯ୍ୟସ୍ଥଳୀରେ ମହିଳାଙ୍କୁ ଯୌନ ନିର୍ୟାତନାର ବିଭିନ୍ନ ଦିଗ ଉପରେ ଆଲୋକପାତ କରି ଆମର ନୈତିକ କର୍ତ୍ତବ୍ୟ ଓ ଦାୟିତ୍ୱ ଉପରେ ସୂଚନା ପ୍ରଦାନ କରିଛନ୍ତି l ତାଲିମ କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ କୁମୁଦିନୀ ମୁଦୁଲି ଆଇନ ପ୍ରଣୟନର ଲକ୍ଷ୍ୟ, ଆଭିମୁଖ୍ୟ ଓ ସାମ୍ପ୍ରତିକ ସ୍ଥିତିରେ ଏହାର ଆବଶ୍ୟକତାର ଉପସ୍ଥାପନା କରିଥିଲେ । ଶ୍ରୀମତୀ ଅନିତା ଗୁରୁ, ପ୍ରୋଟେକ୍ସନ ଅଧୂକାରୀ ଜିଲ୍ଲା ସମାଜ ମଙ୍ଗଳ ବିଭାଗ, ସ୍ବାଗତ ବକ୍ତବ୍ୟ ପ୍ରଦାନ କରି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ କାର୍ଯ୍ୟାଳୟର ଜିଲ୍ଲା ସଂଯୋଜକ ପୋଷଣ ସଂଜୀବ ମିଶ୍ର,ଜିଲ୍ଲା ବାଲ୍ୟ ବିବାହ ନିରାକରଣ ସଂଯୋଜକ ଅକ୍ଷୟ କୁମାର ସିଂ ପ୍ରମୁଖ ସହଯୋଗ କରିଥିଲେ l କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଅଧ୍ଯକ୍ଷ/ଅଧ୍ଯକ୍ଷା, ଜିଲ୍ଲା ସ୍ଥିତ ବିଭିନ୍ନ କୋଚିଙ୍ଗ କେନ୍ଦ୍ରର ଅଧ୍ୟକ୍ଷ,ଅଧ୍ୟାପକ, ଅଧ୍ୟାପିକା, ସମସ୍ତ ସିଡିପିଓ, ଜିଲ୍ଲା ଜିଲ୍ଲାସ୍ତରୀୟ ସମ୍ପୂକୁ ଅଧୂକାରୀ, ସ୍ବେଛାସେଵୀ ସଂଗଠନର କର୍ମକର୍ତ୍ତା ପ୍ରମୁଖ ଅଂଶଗ୍ରହଣ କରି ଆଲୋଚନାରେ ଭାଗ ନେଇଥିଲେ ।








