ହେଡଲାଇନସ୍:

ନୟାଗଡ଼ ଜିଲ୍ଲା ମହୋତ୍ସବ ମଣ୍ଡପରେ ଲେଖକ ପରିଷଦ ପକ୍ଷରୁ ସାହିତ୍ୟ ସଭା ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼,(ଲକ୍ଷ୍ମୀଧର ସାହୁ):ନୟାଗଡ଼ ଜିଲ୍ଲା ଲେଖକ ପରିଷଦ ଏବଂ ପୁସ୍ତକ ମେଳା କମିଟିର ମିଳିତ ଆନୁକୂଲ୍ୟରେ ଜିଲ୍ଲା ମହୋତ୍ସବର ଅନ୍ତିମ ଦିବସରେ ମହୋତ୍ସବ ମଞ୍ଚରୁ ଅନ୍ତିମ ସାହିତ୍ୟ ସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକଙ୍କ ଦ୍ବାରା ଉଦ୍‌ଘାଟିତ  ସାହିତ୍ୟ ସଭାରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗଦାନ କରି ସାହିତ୍ୟ ତଥା ଭାଷା ମଣିଷକୁ ଜୀବନ୍ତ କରିବା ସହିତ ସମାଜରେ ବୈପ୍ଳବିକ ପରିବର୍ତ୍ତନ ଆଣେ ବୋଲି ମତ ପ୍ରକାଶ କରିଥିଲେ।ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ରେଭେନ୍ସା ବିଶ୍ବ ବିଦ୍ୟାଳୟର ପ୍ରାକ୍ତନ ଓଡ଼ିଆ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ଡ.ଗୌରାଙ୍ଗ ଚରଣ ଦାଶ, ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ ଯୋଗଦେଇ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ଲେଖକ ପରିଷଦର ସଂପାଦକ ଶେଖ ଅବ୍‌ଦୁଲ ଖାଲିକ୍‌ଙ୍କ ସଂଯୋଜନାରେ ଅନୁଷ୍ଠିତ ସାହିତ୍ୟ ସଭାରେ ପରିଷଦର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ଅଧ୍ୟାପିକା ଜୟଶ୍ରୀ ଦେବୀ ଓ କବୟିତ୍ରୀ କାଦମ୍ବିନୀ ମହାପାତ୍ର କବିତା ସଂଯୋଜନା କରିଥିଲେ ।ପରିଶେଷରେ ପୁସ୍ତକ ମେଳା କମିଟିର ସମ୍ପାଦକ ସାମ୍ବାଦିକ ତଥା ବାଘୁଆବାର୍ତ୍ତା ସଂପାଦକ ସଞ୍ଜୟ କୁମାର ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଅତିଥି ମାନଙ୍କୁ ପୁଷ୍ପଗୁଛ,ଉପଢୌକନ ଓ ଫଳକ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଆଜିର ସାହିତ୍ୟ ସଭାରେ ଶତାଧିକ କବି କବୟିତ୍ରୀ ଯୋଗ ଦେଇ ସ୍ବରଚିତ କବିତା ପାଠ କରିଥିଲେ। ସାହିତ୍ୟ ସଭା ପରେ ପୁସ୍ତକ ମେଳାରେ ବହି ଷ୍ଟଲ ପକାଇଥିବା ପ୍ରକାଶକ ମାନଙ୍କୁ ବିଧାୟକ ଡ.ଅରୁଣ କୁମାର ସାହୁଙ୍କ ଦ୍ବାରା ସମ୍ମାନିତ କରାଯାଇଥିଲା । ଜିଲ୍ଲା ଲେଖକ ପରିଷଦ ତରଫରୁ ନୟାଗଡ଼ ଜିଲ୍ଲା ପୁସ୍ତକ ମେଳା କମିଟିର ସଂପାଦକ ସଞ୍ଜୟ କୁମାର ସ୍ବାଇଁଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା ।

0
0
0
s2sdefault