ହେଡଲାଇନସ୍:

ଦେବାତ୍ମା ପ୍ୟାରୀମୋହନ ଆଚାର୍ଯ୍ୟଙ୍କର ୧୪୨ତମ ସ୍ମୃତି ଉତ୍ସବ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପ୍ୟାରୀମୋହନ ଆଚାର୍ଯ୍ୟଙ୍କର ନୀତିଆଦର୍ଶ ରେ ଆଗାମୀ ପିଢ଼ି ଙ୍କୁ ଅନୁପ୍ରାଣିତ କରିବା ଆମର ଉଦେଶ୍ୟ- ବିଧାୟକ ପ୍ରତାପ ଜେନା l 

(ମାହାଙ୍ଗା -ଶାସକ ପ୍ରଶାସକ):ମାହାଙ୍ଗା ବ୍ଲକ ଶ୍ରୀକୃଷ୍ଣପୁର ପଞ୍ଚାୟତ ପଶୁଲୁଣ୍ଡା ସ୍ଥିତ ଆଚାର୍ଯ୍ୟ ପ୍ୟାରୀମୋହନ ବିଦ୍ୟାନିକେତନ ପରିସରରେ ଦେବାତ୍ମା ପ୍ୟାରୀମୋହନ ଆଚାର୍ଯ୍ୟଙ୍କର ୧୪୨ତମ ସ୍ମୃତି ଉତ୍ସବ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ପୀତବାସ ବେହେରା ଙ୍କ ସଭାପତିତ୍ୱ ରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା, ଓଡିଶା ଲୋକସେବକ ମଣ୍ଡଳ ଅଧକ୍ଷ ନିରଞ୍ଜନ ରଥ,ବିଶିଷ୍ଟ ଅତିଥି ଭାବେ କଟକ ଜିଲ୍ଲା ଶିକ୍ଷାଧୀକାରୀ କୃଷ୍ଣଚନ୍ଦ୍ର ନାୟକ ଯୋଗଦାନ କରି ସେହି ମହାନ ଦେବାତ୍ମା ସ୍ବର୍ଗତ ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ପ୍ୟାରୀମୋହନ ଆଚାର୍ଯ୍ୟ ଉନ୍ନବିଂଶ ଶତାବ୍ଦୀର ଐତିହାସିକ, ଶିକ୍ଷାବିତ୍ ତଥା ଆଧୁନିକ ଓଡ଼ିଶା ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଭାବେ ସମଗ୍ର ଓଡିଶା ରେ ସ୍ୱାଭିମାନୀ ମାହାଙ୍ଗା ମାଟିକୁ ଗୌରବାନ୍ୱିତ କରିପାରିଥିଲେ ବୋଲି ମତପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥ୍ ଭାବେ ବ୍ଲକ ଅଧକ୍ଷା ଦୀପା ମଲ୍ଲିକ, ଉପାଧକ୍ଷ ସତ୍ୟନାରାୟଣ ମହାନ୍ତି , ଜିଲ୍ଲା ପରିଷଦ ସୁସ୍ମିତା ଦାସ,
ସରପଞ୍ଚ ରାଜକିଶୋର ବଳ,
ସୁଜାତା ମଲ୍ଲିକ, ସମିତି ସଭ୍ୟା ରେବତୀ ସେଠୀ ଙ୍କ ସମେତ ବହୁ ଅତିଥିବୃନ୍ଦ ଯୋଗଦାନ କରିଥିଲେ l ଏହି ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ବିଦ୍ୟାଳୟ ର ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ କୃତୀ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରାଯାଇଥିଲା l ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା l
ଅନ୍ୟମାନଙ୍କ ମଧ୍ୟରେ ଜୋନ ସଭାପତି ନିରଞ୍ଜନ ବିଶ୍ୱାଳ, ପୂର୍ବତନ ଜିଲ୍ଲାପରିଷଦ ହୃଷିକେଶ ସ୍ୱାଇଁ, ଜିଲ୍ଲାପରିଷଦ ମୁସିଦ ରିୟାଜୁଲ ହୋଦା, ମହିଳା ମିଶନ ଫେଡେରେସନ ସଭାପତି ସସ୍ମିତା ମହାନ୍ତି, ଯୁବନେତା ଦୀପକ କୁମାର ସିନହା, ମୃତ୍ୟଞ୍ଜୟ ବରାଳ, ପ୍ରଧାନ ଶିକ୍ଷକ, ସହକର୍ମୀ, ପରିଚାଳନା ଓ ବିକାଶ କମିଟିର ସଦସ୍ୟ, ୫ଟି ଆଲୁମିନି କମିଟିର ସଦସ୍ୟ, ବିଦ୍ୟାଳୟର ପୁରାତନ ଓ ନୂତନ ଛାତ୍ରଛାତ୍ରୀ ଏବଂ ଅଭିଭାବକ ବୃନ୍ଦ ଉପସ୍ଥିତ ରହିଥିଲେ l

0
0
0
s2sdefault