ହେଡଲାଇନସ୍:

ଶ୍ରୀ ମନ୍ଦିରରୁ ନୃସିଂହନାଥ ମହାପ୍ରଭୁଙ୍କୁ ନିମନ୍ତ୍ରଣ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ଶ୍ରୀଜୀଉଙ୍କ ସେବାୟତମାନଙ୍କୁ ବରଗଡ ଜିଲ୍ଲାରେ ଭବ୍ୟ ସ୍ୱାଗତ

କୋଟି ବ୍ରହ୍ମାଣ୍ଡନାୟକ ମହାବାହୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମର୍ପିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦ୍ଘାଟନି ଉତ୍ସବ (୧୭-୦୧-୨୦୨୪) ପାଇଁ ପୁରୀ ଧାମରୁ ବଡ଼ଠାକୁରଂକ ସେବାୟତ ମାନେ ଆସି ପ୍ରଭୁ ନୃସିଂହନାଥଂକୁ ନିମନ୍ତ୍ରଣ କରିଛନ୍ତି। ନୂଆପଡ଼ାରୁ ପ୍ରଭୁ ନୃସିଂହନାଥଂକ ମନ୍ଦିର ଅଭିମୁଖେ ବାହାରିଥିବା ସେବାୟତ ଶ୍ରୀ ବିପିନ ପତ୍ରୀ, ଶ୍ରୀ ଜୟକୃଷ୍ଣ ମହାପାତ୍ର, ଶ୍ରୀ ସିକନ୍ ପତ୍ରୀ ଓ ଡେପୁଟି ଡାଇରେକ୍ଟର - ପ୍ଲାନିଂ ଶ୍ରୀ ସୂର୍ଯ୍ଯନାରାୟଣ ତ୍ରିପାଠିଂକୁ ବରଗଡ଼ ଜିଲ୍ଲାର ଧାରୋଲ ଗ୍ରାମ ଠାରେ ପଦ୍ମପୁର ଉପ-ଜିଲ୍ଲାପାଳ ଶ୍ରୀ ଆଲୋକ ପଟେଲ , ଉପଖଂଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ବିନାୟକ ମିଶ୍ର ଓ ଏଡିଡ୍ବ୍ଲୁଓ ସିଦ୍ଧାର୍ଥ ପଟ୍ଟନାୟକ ଭବ୍ଯ ସ୍ବାଗତ କରିଥିଲେ। ଜୟ ଜଗନ୍ନାଥ ଶୁଭଧ୍ବନି, ହୁଳହୁଳି ଓ ସଂକିର୍ତ୍ତନ ଦ୍ବାରା ସେମାନଂକୁ ସ୍ବାଗତ କରାଯାଇଥିଲା ଓ ଅଧିକାରୀ ମାନେ ତାଂକୁ ନୃସିଂହନାଥ ମନ୍ଦିର ଅଭିମୁଖେ ପାଛୋଟି ଆଣିଥିଲେ ।

ପ୍ରଭୁ ନୃସିଂହନାଥଂକ ମନ୍ଦିରରେ ସେବାୟତ ମାନଂକୁ ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଲାଟ ଲୁହାଂକ ନେତୃତ୍ବରେ ମନ୍ଦିର କମିଟି ଓ ପ୍ରଶାସନ ତରଫରୁ ସ୍ବାଗତ କରାଯାଇଥିଲା । ଦୁଇଟି କୀର୍ତ୍ତନ ମଣ୍ଡଳୀ ଶୋଭାଯାତ୍ରା ମାଧ୍ଯମରେ ସେବାୟତ ମାନଂକୁ ମନ୍ଦିର ମଧ୍ଯକୁ ପାଛୋଟି ନେଇଥିଲେ । ମନ୍ଦିରରେ ସେବାୟତ ମାନେ ପ୍ରଭୁ ନୃସିଂହନାଥଂକ ଆଳତୀ ଦର୍ଶନ କରିବା ସହ ସାମୁହିକ ପ୍ରାର୍ଥନାରେ ଅଂଶଗ୍ରହଣ କରିଥିଲେ । ତାପରେ ସେମାନେ ପ୍ରଭୁ ନୃସିଂହନାଥଂକୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦ୍ଘାଟନି ଉତ୍ସବ ପାଇଁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ । ଏକ ଆଧ୍ଯାତ୍ମିକ ଭାବବିହ୍ବଳ ପରିବେଶ ମଧ୍ଯରେ ସେମାନେ ପ୍ରଭୁଂକ ସହ ସମସ୍ତ ସେବାୟତ ଓ ଭକ୍ତମଣ୍ଡଳୀଂକୁ ଉକ୍ତ ଉତ୍ସବକୁ ନିମନ୍ତ୍ରଣ କରିଥିଲେ ।

ଏହି କାର୍ଯ୍ଯକ୍ରମରେ ପାଇକମାଲ ତହସିଲଦାର ଶ୍ରୀମତୀ ସିନ୍ଧୁସୁତା ପାତ୍ର, ମନ୍ଦିର ନିର୍ବାହି ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଓ ଶ୍ରୀ ଶ୍ରୀ ନୃସିଂହନାଥ ବ୍ରାହ୍ମଣ ସମାଜର ସଭାପତି ଗିରିଶ ଚନ୍ଦ୍ର ନାୟକ ,ସମ୍ପାଦକ ମାତୃ ପ୍ରସାଦ ରଥ ,ପାଇକମାଲ ଏବିଡ଼ିଓ ଦେବାଶିଷ ସିହ୍ନା ଙ୍କ ସମେତ ପାଇକମାଲ ଅଂଚଳର ଅନେକ ମହିଳା ,ଭଦ୍ରବ୍ୟକ୍ତି ତଥା ନୃସିଂହନାଥ ମନ୍ଦିରକୁ ଆସିଥିବା ଶହ ଶହ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ଉପସ୍ଥିତ ରହି ଉପସ୍ଥିତ ଥିଲେ ।

0
0
0
s2sdefault