ହେଡଲାଇନସ୍:

19 ବାଟାଲିୟନ "ଜି" କମ୍ପାନୀ ସିଆରପିଏଫ ପକ୍ଷରୁ ସିଭିକ ଏକ୍ସନ ପ୍ରୋଗ୍ରାମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ କେରମେଲାବାହାଲ ଠାରେ ମୁତୟନ ଥିବା 19 ବାଟାଲିୟନ "ଜି" କମ୍ପାନୀ ସିଆରପିଏଫ ପକ୍ଷରୁ କେରମେଲାବାହାଲ ଠାରେ ସିଭିକ ଆକ୍ସନ ପ୍ରୋଗ୍ରାମ ଆୟୋଜିତ ହୋଇଯାଇଛି । 19 ବାଟାଲିୟନ ମୁଖ୍ୟ ତଥା କମାଣ୍ଡିଂ ଅଫିସର ଶ୍ରୀ ମନୋଜ କୁମାର ଙ୍କ ନିର୍ଦ୍ଦେଶ କ୍ରମେ ଓ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଅୟୋଜିତ ହୋଇଥିଲା । ପ୍ରତେକ ବର୍ଷ ସିଭିକ ଆକ୍ସନ ପ୍ରୋଗ୍ରାମ ମାଧ୍ୟମରେ ସିଆରପିଏଫ ଲୋକଙ୍କ ସହାୟତା ଓ ସେବା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଥାଏ । ସିଭିକ ଆକ୍ସନ ପ୍ରୋଗ୍ରାମ ର ମୂଳ ଲକ୍ଷ୍ୟ ହେଉଛି ଅଂଚଳ ବାସୀଙ୍କୁ ବିଭିନ୍ନ ବିଷୟ ଉପରେ ସଚେତନ କରାଇବା , ଅଞ୍ଚଳବାସୀଙ୍କୁ ଦରକାରୀ ସାମଗ୍ରୀ ପ୍ରଦାନ କରିବା ସହିତ ଲୋକଙ୍କ ନିକଟତର ହେବା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ 19 ବାଟାଲିୟନ ର କମାଣ୍ଡିଂ ଅଫିସର ଶ୍ରୀ ମନୋଜ କୁମାର ଯୋଗ ଦେଉଥିବା ବେଳେ ସମ୍ମାନିତ ଅତିଥି ଭାବେ 189 ବାଟାଲିୟନ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ନନ୍ଦଲାଲ ମୀନା ,189 ବାଟାଲିୟନ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ନିନା ଶର୍ମା ଓ ପାଇକମାଳ ଥାନା ଅଧିକାରୀ ସୁଶାନ୍ତ କୁମାର ବଢେଇ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଇନ୍ସପେକ୍ଟର ଶ୍ରୀ ସଞ୍ଜୟ କୁମାର ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଓ ଅନ୍ୟ ଅତିଥି ଗଣ କେରମେଲାବାହାଲ ତଥା ଆଖ ପାଖ ଗାଁ ମାନଙ୍କରୁ ଆସିଥିବା ୫୦ ଜଣଙ୍କୁ କମ୍ବଳ ଓ ୨୬ ଜଣଙ୍କୁ ସୋଲାର ଲାଇଟ୍ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ କମ୍ପାନୀ ନିରୀକ୍ଷକ ରାଜେଶ ଯାଦବ ,କମ୍ପାନୀ ନିରୀକ୍ଷକ ରଘୁନାଥ ହେମ୍ବ୍ରମ ଓ କମ୍ପାନୀ ନିରୀକ୍ଷକ ଜୟଦେବ ଗୋସ୍ୱାମୀ ପ୍ରମୁଖ ଙ୍କ ସହ 19 ବାଟାଲିୟନ ଜି କମ୍ପାନୀ ସିଆରପିଏଫ ର ସମସ୍ତ ଅଫିସର ଓ ଯବାନ ଉପସ୍ଥିତ ରହି ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ ।

0
0
0
s2sdefault