ହେଡଲାଇନସ୍:

ଅଲଟିମେଟ୍ ଖୋ ଖୋ ସିଜିନ୍‌-୨: ଶୀର୍ଷରେ ଓଡିଶା ଜଗରନଟ୍‌ସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଟକ: ଅଲ୍ଟିମେଟ୍ ଖୋ ଖୋ ସିଜନ ୨ରେ ଆଜି ମୁମ୍ବାଇ ଖିଲାଡିସ୍ ବିରୋଧରେ ୩୧-୨୮ ପଏଂଟ୍‌ର ବିଜୟ ସହିତ ଡିଫେଣ୍ଡିଂ ଚାମ୍ପିଅନ୍ ଓଡିଶା ଜଗରନଟ୍‌ସ ନିଜର ବିଜୟଧାରା ବଜାୟ ରଖିଛି । ୩ଟି ମ୍ୟାଚ୍‌ରେ ୮ ପଏଂଟ୍ ସହିତ ଓଡିଶା ଜଗରନଟ୍‌ସ ପଏଂଟ୍ ଟେବୁଲରେ ଶୀର୍ଷ ସ୍ଥାନ ଅଧିକାର କରିଛି । ସେହିପରି ୬ ପଏଂଟ୍ ସହିତ ତେଲୁଗୁ ୟୋଦ୍ଧାସ୍ ୨ୟ ସ୍ଥାନରେ ରହିଛି । ପ୍ରଥମେ ଚେଜ୍ କରି ମୁମ୍ବାଇ ଖିଲାଡିସ୍ ୧ମ ଟର୍ଣ୍ଣରେ ୧୪ ପଏଂଟ୍ ହାସଲ କରିଥିବା ବେଳେ ପରବର୍ତୀ ଟର୍ଣ୍ଣରେ ଓଡିଶା ଜଗରନଟ୍‌ସ ମଧ୍ୟ ୧୪ ପଏଂଟ୍ ହାସଲ କରିଥିଲା । ୨ୟ ଇନିଂସରେ ଗୋଟିଏ ବୋନସ୍ ପଏଂଟ୍ ସହ ମୁମ୍ବାଇ ଖିଲାଡିସ୍‌୧୨ ପଏଂଟ୍ ହାସଲ କରିଥିଲା । ତେବେ ଶେଷ ଟର୍ଣ୍ଣରେ ଓଡିଶା ଗୋଟିଏ ବୋନସ୍ ପଏଂଟ୍ ସହିତ ୧୬ ପଏଂଟ୍ ହାସଲ କରି ମ୍ୟାଚ୍‌ରେ ବିଜୟୀ ହୋଇଥିଲା । ଏହାପୂର୍ବରୁ ଆଜି (ବୁଧବାର) ୪ର୍ଥ ଦିନରେ କଟକର ଜୱାହାରଲାଲ ନେହେରୁ ଷ୍ଟାଡିୟମରେ ଖେଳାଯାଇଥିବା ୧ମ ମ୍ୟାଚ୍‌ରେ ତେଲୁଗୁ ୟୋଦ୍ଧାସ୍ ୩୮-୨୮ ପଏଂଟ୍‌ରେ ରାଜସ୍ଥାନ ୱାରିୟର୍ସକୁ ବଡ ମାର୍ଜିନ୍‌ରେ ପରାଜିତ କରିଛି । ତେଲୁଗୁ ୟୋଦ୍ଧାସ୍ ପକ୍ଷରୁ ରାହୁଲ ମଣ୍ଡଳ ସର୍ବାଧିକ ୧୦ ପଏଂଟ୍ ସ୍କୋର କରି ମ୍ୟାଚ୍‌ର ଷ୍ଟାର୍ ପ୍ରମାଣିତ ହୋଇଛନ୍ତି । ସେହିପରି ପ୍ରତିକ୍ ୱାଇକର୍ ଓ ଆଦିତ୍ୟ ଗଣପୁଲେ ମ୍ୟାଟ୍‌ରେ ୩.୯୫ ମିନିଟ୍‌ରୁ ଅଧିକ ସମୟ ରହି ଟିମ୍‌ର ବିଜୟରେ ଯୋଗଦାନ ଦେଇଥିଲେ । ରାଜସ୍ଥାନ ୱାରିୟର୍ସ ଏବେ ଆସନ୍ତା ଶୁକ୍ରବାର ଚେନ୍ନାଇ କ୍ୱିକ୍ ଗନ୍‌ସ ସହ ପ୍ରତିଦ୍ୱନ୍ଦିତା କରିବ । ସେହିପରି ତେଲୁଗୁ ୟୋଦ୍ଧାସ୍ , ଗୁଜରାଟ ଜିଆଂଟ୍‌ସ ବିରୋଧରେ ଖେଳିବ ।
ଖୋ ଖୋ ଫେଡେରେଶନ ଅଫ୍ ଇଣ୍ଡିଆ ସହ ସହଭାଗିତାରେ ଅମିତ ବର୍ମନ୍‌ଙ୍କ ଦ୍ୱାରା ପରିକଳ୍ପିତ ଅଲ୍ଟିମେଟ୍ ଖୋ ଖୋ ପ୍ରଥମ ସଂସ୍କରଣରେ ଏକ ବଡ ସଫଳତାରେ ପରିଣତ ହୋଇଥିଲା, ଯାହାକି ଟେଲିଭିଜନ ଭ୍ୟୁୟର୍‌ସିପ୍ ଦୃଷ୍ଟିରୁ ଭାରତର ୩ୟ ସର୍ବବ୍ୟହତ୍ ଅଣ-କ୍ରିକେଟ୍ ଲିଗ୍ ଭାବେ ଉଭା ହୋଇଛି । ଏହା ୟୁକେ ସ୍ଥିତ ବିଏନ୍‌ପି ଗ୍ରୁପ୍ ସୌଜନ୍ୟରେ ଏହା ସିରିଜ୍ ଏ ଫଣ୍ଡିଙ୍ଗ୍ ପ୍ରାପ୍ତ କରିଥିବା ପ୍ରଥମ ଇଣ୍ଡିଆନ୍ ସ୍ପୋର୍ଟସ୍ ଲିଗ୍ ହେବାର ସ୍ୱତନ୍ତ୍ରତା ହାସଲ କରିଥିଲା । ଏହାର ୨ୟ ସଂସ୍କରଣରେ ପଏଂଟ ବ୍ୟବସ୍ଥାରେ ଏକସମାନତା ପ୍ରଚଳନ କରାଯାଇଛି ଯେଉଁଥିରେ ଦଳଗୁଡ଼ିକୁ ସମସ୍ତ ଆକ୍ରମଣାତ୍ମକ ପଦକ୍ଷେପ ପାଇଁ ଦୁଇ ପଏଂଟ ଦାୟୀ କରାଯିବ । ସେହିପରି ପ୍ରତିଦିନ ସନ୍ଧ୍ୟା ୭ଟା ୩୦ ମିନିଟ୍‌ରୁ ଆରମ୍ଭ ହେଉଥିବା ଦୁଇଟି ମ୍ୟାଚ୍‌ର ଲାଇଭ୍ କଭରେଜ ସହିତ ସିଜନ୍ ୨ର ଉତ୍ସାହଜନକ ଆକ୍ସନ ସୋନି ସ୍ପୋର୍ଟସ୍ ନେଟ୍‌ୱର୍କର ଚ୍ୟାନେଲ ଓ ସୋନି ଲିଭ୍‌ରେ ଟେଲିକାଷ୍ଟ ବା ପ୍ରସାରିତ ହେବ ।
ଆଜିର ୨ୟ ମ୍ୟାଚ୍‌ରେ ବିଜୟୀ ଦଳ ଓଡ଼ିଶା ଜଗରନଟସ୍‌ରେ ଦିଲୀପ ଖଣ୍ଡଭି, ଦୀପେଶ ମୋରେ, ଗୌତମ ଏମକେ, ବିଶାଲ, ଓମକାର ସୋନାୱାନେ, ରୋହନ ଶିଙ୍ଗାଡେ, ଅକ୍ଷୟ ମାସାଲ, ମହେଶା ପି, ମନୋଜ ପାଟିଲ, ଅବିନାଶ ଦେଶାଇ, ମନୋଜ କୁମାର, ବିଶାଗ ଏସ, ଦେବେନ୍ଦ୍ର ନାଥ, ନିଖିଲ କୁମାର, ବିଶାଲ ଓରାମ, ସଞ୍ଜୟ କୁମାର ଭି, ଦୀପକ କୁମାର ସାହୁ, ନିଖିଲ ବି, ଏମଡି ମିରାଜୁଲ, ସୁଶାନ୍ତ କଲଧୋନ, ସୋଭାଗ ଭି ଶ୍ରୀଗଣ୍ଡା, ନିରଞ୍ଜନ ସାମଲ, ସବୀର ଅହମ୍ମଦ, ସୁରେଶ କୁମାର ଓ ସିଦ୍ଧେଶ୍ୱର ଟୁଡୁ ଆଦି ସାମିଲ ଥିଲେ । ସେହିପରି ମୁମ୍ବାଇ ଖିଲାଡିସ୍ ଦଳରେ ଗଜାନନ ସେଙ୍ଗଲ, ଶ୍ରୀଜେଶ ଏସ, ମହେଶ ସିନ୍ଦେ, ଅନିକେତ ପୋଟେ, ଶୁଭାଶିଷ ସାନ୍ତ୍ରା, ହୃଷିକେଶ ମୁର୍ଚାୱାଡେ, ରୋକେସନ ସିଂ, ପି ଶିବା ରେଡ୍ଡୀ, ଗୋବିନ୍ଦ ଯାଦବ, ଅଭିକ ସିଂହ, ମିଲିନ୍ଦ କୁର୍ପେ, ସୁନୀଲ ପାତ୍ର, ସୁଧୀର କୁମାର, ଏମଡି ଆଇମନ ପାଶା, ସାଗର ପୋତଦାର, ରୋହନ କୋରେ, କୋମଲ, ପାୱାର ସଚିନ, ଧୀରଜ ଭାବେ, ଦେବାଶିଷ, ଶିବା, ଅଜୟ କଶ୍ୟ, ପ୍ରୀତମ ଚୌଗୁଲେ, ସିବିନ ଏମ, ଅଭିଷେକ ପଥରୋଦେ ଏବଂ ପରମାର ରାହୁଲ ଆଦି ସାମିଲ ଥିଲେ ।

0
0
0
s2sdefault