ହେଡଲାଇନସ୍:

ଧାମନଗରରୁ ନାଁ ନନେଇ ଧର୍ମେନ୍ଦ୍ରଙ୍କୁ ଧୋଇଲେ ପାଣ୍ଡିଆନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପରୋକ୍ଷରେ ମିଛୁଆ ବୋଲି କହିବାକୁ ପଛେଇଲେନି

  •  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଅସଲ ମୁଖା ଖୋଲିଲେ

  •  ଉପନିର୍ବାଚନ ଜିତିଲେ, ଧାମନଗରବାସୀଙ୍କ ବିଶ୍ୱାସହରାଇଲେ

  •  ପ୍ରଚାର ବେଳେ ପାଞ୍ଚ ଥର ଆସି ଶହଶହ ମିଛ ପ୍ରତିଶ୍ରୁତି ଦେଇଥିଲେ

  •  ଜିତିଲା ପରେ ଧାମନଗରବାସୀଙ୍କୁ ଧନ୍ୟବାଦ ଦେବାକୁ ବି ଭୁଲିଗଲେ

  •  ସେବା ମନୋବୃତ୍ତି ନେଇ ରାଜନୀତି କରନ୍ତି ମୁଖ୍ୟମନ୍ତ୍ରୀ

  •  ୬ମାସ ଭିତରେ ଧାମନଗରକୁ ମିଳିଛି ୩୦୦କୋଟି

  •  ୫ମାସ ଭିତରେ ଭଦ୍ରକକୁ ମିଳିଛି ୨୫୦କୋଟି ଟଙ୍କା

ଭୁବନେଶ୍ୱର:ଭଦ୍ରକ ଜିଲ୍ଲା ଗସ୍ତ ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ବିଜେଡି ନେତା ତଥା ୫-ଟିଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକେୟନ ପାଣ୍ଡିଆନ ।ଆଜି ଧାମନଗର ନିର୍ବାଚନମଣ୍ଡଳୀରେ ଜନତାଙ୍କୁ ଉଦବୋଧନ ଦେଲାବେଳେ ଧର୍ମେନ୍ଦ୍ରଙ୍କ ନାଁ ତୁଣ୍ଡରେ ନଧରିଲେ ବି ତାଙ୍କ ଅସଲ ମୁଖାଖୋଲି ଦେଇଛନ୍ତି।ଶ୍ରୀପାଣ୍ଡିଆନ କହିଛନ୍ତି, ୧୧ମାସ ତଳେ ଧାମନଗର ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ବିଜେପି ପ୍ରାର୍ଥୀଙ୍କ ପ୍ରଚାରର ଯିଏ ମଙ୍ଗ ଧରିଥିଲେ ସେ ପ୍ରଚାର ସମୟରେ ପାଞ୍ଚ ପାଞ୍ଚ ଥର ଧାମନଗର ଆସି ଶହଶହ ପ୍ରତିଶ୍ରୁତି ଦେଇଥିଲେ । ନିର୍ବାଚନ ସରିଲା ଓ ତାଙ୍କ ପ୍ରାର୍ଥୀ ଜିତିଲା । କିନ୍ତୁ ତା’ପରଠୁ ପ୍ରଚାରର ମଙ୍ଗ ଧରିଥିବା ଏହି ନେତାଙ୍କ ଦେଖା ଦର୍ଶନ ନାହିଁ । ଏମିତିକି ଧନ୍ୟବାଦ ଦେବାକୁ ମଧ୍ୟ ଥରୁଟିଏ ଧାମନଗର ଆସିନାହାଁନ୍ତି । ନିର୍ବାଚନ ପ୍ରଚାର ବେଳେ ବିଜେପିର ଏହି ତୁଙ୍ଗ ନେତା କହିଥିଲେ ଯେ, ତାଙ୍କ ପ୍ରାର୍ଥୀ ଜିତିଲେ ସେ ଧାମନଗରର ରୂପରେଖ ବଦଳାଇଦେବେ । ଧାମନଗର ଭିନ୍ନ ଏକ ନିର୍ବାଚନମଣ୍ଡଳୀପାଲଟିଯିବ।ହେଲେ କୁଆଡେ ଗଲା ସେ ପ୍ରତିଶ୍ରୁତି? ଏଥିରୁ ଭୋଟ ରାଜନୀତି କରୁଥିବା ଏହି ନେତାଙ୍କ ପ୍ରକୃତ ଚେହେରା ସ୍ପଷ୍ଟହୋଇଯାଇଛି।ଗତ ୧୦ ମାସ ଭିତରେ ସେଦିଲ୍ଲୀରୁ ଓଡ଼ିଶାକୁ ୧୦୦ଥର ଆସିଥିବେ। କିନ୍ତୁ ଧାମନଗରକୁ ଥରୁଟିଏ ବି ମନେ ପକାଇଲେ ନାହିଁକେମିତି? ଏହି ନେତାମାନଙ୍କ ଚରିତ୍ର ହେଲା ଭୋଟ ସରିଲା ପରେ ଭୁଲିଯିବା । ଉପନିର୍ବାଚନରେ ତାଙ୍କ ପ୍ରାର୍ଥୀ ଜିତିଲା ସତ, କିନ୍ତୁ ବର୍ଷେ ଭିତରେ ଧାମନଗରବାସୀ ତାଙ୍କ ଉପରୁ ବିଶ୍ୱାସ ହରାଇଲେ । ଧାମନଗର ନିର୍ବାଚନମଣ୍ଡଳୀର ଅସୁରାଳିଠାରେ ଏକସାଧାରଣ ସଭାକୁ ଉଦବୋଧନ ଦେଇ ୫-ଟିଅଧ୍ୟକ୍ଷ ଏଭଳି ତୀର ମାରିଛନ୍ତି ।
Imageଶ୍ରୀ ପାଣ୍ଡିଆନ ଆହୁରି କହିଥିଲେ ଯେ ଏବେ ଧାମନଗରରେ ଅନ୍ୟ ଦଳର ବିଧାୟକ ଅଛନ୍ତି । ସେଥିପାଇଁ ଧାମନଗର ନଯିବା ଲାଗି ତାଙ୍କୁ କିଛି ଲୋକ ପ୍ରସ୍ତାବ ଦେଇଥିଲେ । କିନ୍ତୁ ଧାମନଗର ଯାଇ ଧାମନଗରର ଉନ୍ନତି ଲାଗି ଯାହା ଆବଶ୍ୟକ ତାହା କରିବା ପାଇଁ ଖୋଦ୍ ମୁଖ୍ୟମନ୍ତ୍ରୀ ତାଙ୍କୁ ନିର୍ଦ୍ଦେଶଦେଇଛନ୍ତି।କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେବା ମନୋବୃତ୍ତି ନେଇ ରାଜନୀତି କରନ୍ତି । ସାଢ଼େ ୪କୋଟି ଓଡ଼ିଆ ହେଉଛନ୍ତି ତାଙ୍କ ପରିବାର । ଗରିବ ମୁହଁରେ ହସ ଫୁଟାଇବା ହେଉଛି ତାଙ୍କ ଲକ୍ଷ୍ୟ ।
ଅସୁରାଳିଜନସଭାରେଜୟ ଜଗନ୍ନାଥ ଓ ବାବା ଆଖଣ୍ଡଳମଣିଙ୍କ ଜୟ ବୋଲି କହି ୫-ଟିଅଧ୍ୟକ୍ଷ ତାଙ୍କ ଭାଷଣ ଆରମ୍ଭ କରିଥିଲେ । ସେ କହିଥିଲେ ଯେ ଗତ ଜୁନ ୧୨ତାରିଖରେ ଧାମନଗର ଆସି ଲୋକଙ୍କଠାରୁ ଅଭିଯୋଗ, ପ୍ରସ୍ତାବ ଗ୍ରହଣ କରିଥିଲେ । ଧାମନଗରବାସୀଙ୍କ ସ୍ନେହ ଓ ଭଲପାଇବା ତାଙ୍କୁ କାମ କରିବା ଲାଗି ପ୍ରେରଣା ଦେଇଛି । ଜୁନ ମାସଠୁ ଇତି ମଧ୍ୟରେ ୧୦୦କୋଟି ଟଙ୍କା ଧାମନଗର ପାଇଁ ମଂଜୁର ହୋଇଛି । ଖୁବଶୀଘ୍ର ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନା ଆରମ୍ଭ ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ମାତ୍ର ୫ଟଙ୍କାରେ ଏଥିରେ ଯାତ୍ରା କରିପାରିବେ।
Imageଧାମନଗର ନିର୍ବାଚନମଣ୍ଡଳୀରେ ଥିବା ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରର ଉନ୍ନତି ପାଇଁ ୧୨କୋଟି ଟଙ୍କା ମଂଜୁର ହୋଇଛି ବୋଲିସୂଚନାଦେଇଶ୍ରୀପାଣ୍ଡିଆନକହିଥିଲେଯେଏହିନିର୍ବାଚନମଣ୍ଡଳୀର ୨୧ଟି କଲେଜର ରୂପାନ୍ତରଣ ପାଇଁ ୧୦କୋଟି ଟଙ୍କା, ଆମ ଓଡ଼ିଶା ଓ ନବୀନ ଓଡ଼ିଶା କାର୍ୟ୍ୟକ୍ରମ ପାଇଁ ୨୨କୋଟି ଟଙ୍କା ମଂଜୁର ହୋଇଛି।ତିହିଡିରେ କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ପୀଠ ପାଇଁ ୫୦ଲକ୍ଷ, ବିଭିନ୍ନ ଧର୍ମସ୍ଥଳୀ ପାଇଁ ୬କୋଟି ଟଙ୍କା ମଂଜୁର ହୋଇଛି । ଗତ ୬ମାସ ଭିତରେ ଧାମନଗର ନିର୍ବାଚନମଣ୍ଡଳୀକୁ ୧୦୦କୋଟି ଟଙ୍କା ଅନୁମୋଦନ ମିଳିଛି।
ଅସୁରାଳି ପରେ ଭଦ୍ରକ ନେହରୁ ଷ୍ଟାଡିୟମରୁ ମଧ୍ୟବିକାଶ ବିରୋଧୀଙ୍କୁ ସିଧା ଟାର୍ଗେଟ୍ କରିଛନ୍ତି ୫-ଟିଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।ସେକହିଲେଯେ ଓଡ଼ିଶାରେ ସବୁ କ୍ଷେତ୍ରରେ ଚାଲିଛି ରୂପାନ୍ତରଣ। ।ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଯେଉଁଭଳି ଭାବେ ଶ୍ରୀମନ୍ଦିରଠୁ ନେଇ ଲିଙ୍ଗରାଜମନ୍ଦିର, ଭଦ୍ରକାଳୀ ମନ୍ଦିରଠୁ ନେଇ ବିଭିନ୍ନମଠ, ମନ୍ଦିର, ମସଜିଦ୍ଓ ଚର୍ଚ୍ଚର ଉନ୍ନତିକରଣ ଓ ରୂପାନ୍ତରୀକରଣ ଚାଲିଛି, ତାହା ଦେଖି ବିରୋଧୀମାନଙ୍କ ନିଦ ଭାଙ୍ଗି ଯାଇଛି।ଅପପ୍ରଚାର ସେମାନଙ୍କର ଏକମାତ୍ର ଅସ୍ତ୍ର। ମୁଖ୍ୟମନ୍ତ୍ରୀ ଭଲ କାମ କଲେ ସେମାନଙ୍କର ଅସୁବିଧା ହୋଇଯିବ, ସେଥିପାଇଁ ସେମାନେ ରୂପାନ୍ତରଣ ରୋକିବାକୁ ଦିନରାତି ଚେଷ୍ଟା କରୁଛନ୍ତି। ସେମାନଙ୍କର ବିକାଶ ଉପରେ ବିଲକୁଲ୍ ବିଶ୍ବାସ ନାହିଁ। ହେଲେ ଗରିବଙ୍କ ମୁହଁରେ ହସ ଫୁଟାଇବାକୁ ଉଦ୍ୟମ କରୁଛନ୍ତି  ମୁଖ୍ୟମନ୍ତ୍ରୀ। ବିକାଶ ରଥକୁ ଅଟକାଇବାକୁ ଚେଷ୍ଟା କରୁଥିବାଏହି ବିରୋଧୀମାନଙ୍କୁ ମହାପ୍ରଭୁ ସଦବୁଦ୍ଧି ଦିଅନ୍ତୁ ବୋଲି ୫-ଟି ଅଧ୍ୟକ୍ଷ କଟାକ୍ଷ କରିଥିଲେ।
Imageଭଦ୍ରକ ନେହେରୁ ଷ୍ଟାଡିୟମ ସଭାରେ ଶ୍ରୀ କାର୍ତ୍ତିକପାଣ୍ଡିଆନ କହିଥିଲେ ଯେ, ସେ ଜୁନ୍ ୧୧ ତାରିଖରେ ଭଦ୍ରକ ଗସ୍ତରେ ଆସି ଲୋକଙ୍କ ସମସ୍ୟା ଶୁଣିଥିଲେ । ମୁଖ୍ୟମନ୍ତ୍ରୀ କଥା କମ୍ କାମ ବେଶୀ କରନ୍ତି। ୫ମାସ ଭିତରେ ଅନେକ ଅଭିଯୋଗର ସମାଧାନ ହୋଇଛି । ୫ମାସରେ ଭଦ୍ରକ ପାଇଁ ମଂଜୁର ହୋଇଛି ପାଖାପାଖି ୨୫୦କୋଟି ଟଙ୍କା। ଭଦ୍ରକ ସହର ପାଇଁ ରିଂ ରୋଡ୍ ପାଇଁ ଶହେ କୋଟି ଟଙ୍କା ଅନୁମୋଦନ କରାଯାଇଛି। ଭଦ୍ରକାଳୀ ମନ୍ଦିର ଯିବାକୁ ବହୁତ ଅସୁବିଧା ହେଉଥିଲା । ତେଣୁ ପୁରୁଣା ବଜାରରୁ ଗୁଜିଦରଡ଼ା ରାସ୍ତା ଭାୟା ଭଦ୍ରକାଳୀ ମନ୍ଦିର ପାଇଁ ୪୧କୋଟି ଟଙ୍କା ମଂଜୁର ହୋଇଛି। ଆହୁରି ଟଙ୍କା ଦରକାର ହେଲେ ଦିଆଯିବ। ନେହେରୁ ଷ୍ଟାଡିୟମ ଉନ୍ନତିକରଣ ଏବଂ ସୁଇମିଂ ପୁଲ୍ ପାଇଁ ୧୦କୋଟି, କାନ୍ତକବିଙ୍କ ନାଁରେ ପାର୍କ ପାଇଁ ୪କୋଟି ୬୦ଲକ୍ଷ, ଇଦଗା ଓ କମ୍ୟୁନିଟି ହଲ ପାଇଁ ୨କୋଟି, ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଥିବା ୧୯ଟି କଲେଜ ଓ ଉଚ୍ଚ ମାଧ୍ୟମିକ ସ୍କୁଲର ୫-ଟିରୂପାନ୍ତରଣ ପାଇଁ ୯କୋଟି ୨୫ଲକ୍ଷ ଟଙ୍କା ମଂଜୁର ହୋଇଛି। ସେହିପରି ଭଦ୍ରକାଳୀ ମନ୍ଦିର ଉନ୍ନତି ପାଇଁ ଯାହା ଟଙ୍କା ଦରକାର ମଂଜୁର କରାଯିବ ବୋଲି ୫-ଟିଅଧ୍ୟକ୍ଷ କହିଛନ୍ତି। ଯେଉଁ ଟଙ୍କା ଆସିବ ତାକୁ ସ୍ବଚ୍ଛତା ସହ କାମରେ ଲଗାଇବାକୁ ପରାମର୍ଶ ଦେଇଥିଲେ। ଏହାଛଡ଼ାଆମ ବ୍ୟାଙ୍କ ଯୋଜନାରେ ଦୁଇ ମାସ ଭିତରେ ପ୍ରତି ପଞ୍ଚାୟତରେ ବ୍ୟାଙ୍କ ଖୋଲିବ ଏବଂ ସେହିପରି ଫେବ୍ରୁଆରୀ ଶେଷ ସୁଦ୍ଧା ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ ହେବ ବୋଲି ସେ ସୂଚନା ଦେଇଥିଲେ।
Imageଆଜି ଭଦ୍ରକ ଜିଲ୍ଲା ଗସ୍ତରେ ଯାଇ ୫-ଟିତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ପ୍ରଥମେ ଆରଡିଠାରେ ଥିବା ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଚାଲିଥିବା ରୂପାନ୍ତରଣ କାର୍ୟ୍ୟର ସମୀକ୍ଷା କରିଥିଲେ । ଦ୍ୱିତୀୟ ପର୍ୟ୍ୟାୟରେ ଆଖଣ୍ଡଳମଣି ମନ୍ଦିରକୁ ୫୦କୋଟି ଟଙ୍କା ଅନୁଦାନ ମୁଖ୍ୟମନ୍ତ୍ରୀ ମଂଜୁର କରିଥିବା ସୂଚନା ଦେଇଥିଲେ । ଆରଡିଠାରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେଇ ଚାନ୍ଦବାଲି ନିର୍ବାଚନମଣ୍ଡଳିର ବିକାଶ ପାଇଁ ମଂଜୁର ହୋଇଥିବା ଅର୍ଥରାଶି ସମ୍ପର୍କରେ ସୂଚନା ଦେଇଥିଲେ । ସେ କହିଥିଲେ ଯେ, ଦାନକଣିଆ ଘାଟରୁ ଆରଡିକୁ ଯୋଗାଯୋଗ ପାଇଁ ସେତୁ ନିର୍ମାଣ ପାଇଁ ୮୦କୋଟି ମଂଜୁର ହୋଇଛି । ସେହିପରି ପାଞ୍ଚଟିକିରି ଘାଟରୁ ନଦୀ ଉପରେ ସେତୁ ନିର୍ମାଣ ପାଇଁ ୫୦କୋଟି ମଂଜୁର ହୋଇଛି । ଚାନ୍ଦବାଲି ସହରରେ ପାଇପ ଯୋଗେ ଜଳ ଯୋଗାଣ ଲାଗି ୫୦କୋଟି ଟଙ୍କା ମଂଜୁର ହୋଇଛି । ସେହିପରି ମତ୍ସ୍ୟଜୀବୀଙ୍କ କଲ୍ୟାଣ ନିମନ୍ତେ ୨୭କୋଟି, ଧାମରାଇ ମନ୍ଦିର ଉନ୍ନତି ପାଇଁ ୧କୋଟି, ପାଟଣମଙ୍ଗଳା ମନ୍ଦିର ଉନ୍ନତି ପାଇଁ ୧କୋଟି ଟଙ୍କା ମଂଜୁର ହୋଇଛି । ଚାନ୍ଦବାଲି ନିର୍ବାଚନମଣ୍ଡଳୀରେ ଥିବା ସବୁ କଲେଜର ରୂପାନ୍ତରଣ ପାଇଁ ୬କୋଟି ଟଙ୍କା ମଂଜୁର ହୋଇଛି । ମନ୍ଦିର, ମସଜିଦ ଓ କମ୍ୟୁନିଟି ସେଣ୍ଟର ପାଇଁ ୪କୋଟି ୫୦ଲକ୍ଷ ଟଙ୍କା ମଂଜୁର ହୋଇଛି । ଗତ ୫ମାସ ମଧ୍ୟରେ ଭଦ୍ରକ ଜିଲ୍ଲାକୁ ୩୦୦କୋଟି ଟଙ୍କା ମଂଜୁର ହୋଇଥିବା ୫-ଟିଅଧ୍ୟକ୍ଷଏହିଅବସରରେ ସୂଚନାଦେଇଥିଲେ।

0
0
0
s2sdefault