ହେଡଲାଇନସ୍:

ଭଦ୍ରକ ମହାବୀର ପଡ଼ିଆ ଠାରେ ଉଇଣ୍ଟର ଫୁଟବଲ କାର୍ଣ୍ଣିଭାଲ କ୍ରିଡ଼ା ପ୍ରତିଯୋଗିତା ଆୟୋଜିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ: ସୋମବାର ଦିନ ଭଦ୍ରକ ସହରାଞ୍ଚଳ ପୁରୁଣା ବଜାର ମହାବୀର ପଡ଼ିଆ ଠାରେ ଏକ ଉଇଣ୍ଟର ଫୁଟବଲ କାର୍ଣ୍ଣିଭାଲ କ୍ରିଡ଼ା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଫୂଟବଲ ମାଧ୍ୟମ ରେ ଏକ ସାମାଜିକ ପରିବର୍ତ୍ତନ ର ସମ୍ବାଦ ଦେବା ପ୍ରଚେଷ୍ଠା ରେ ପ୍ରସୋସିଓ ସଂସ୍ଥା ଓ ଗୋପାଳ କୃଷ୍ଣ ମହାପାତ୍ର ଫାଉଣ୍ଡେସନ ର ମିଳିତ ଆନୁକୂଲ୍ୟରେ ୧୦ରୁ ଅଧିକ ସ୍କୁଲର ଛାତ୍ରଛାତ୍ରୀ ସାମିଲ୍ ହୋଇ ଫୁଟବଲ ଖେଳ ପ୍ରତିଯୋଗିତା ରେ ଭାଗ ନେଇଥିଲେ । ମୋଟ ୧୨୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିବା ବେଳେ ୮ଟି ଟିମ୍ ଗଠନ ହେଇଥିଲା । ଏହି ଦିନିକିଆ ଫୁଟବଲ ଖେଳରେ ଗାନ୍ଧି ବାଳାଶ୍ରମ ଟିମ ରୋଭୋର୍ସ ଟିମ କୁ ପରାସ୍ତ କରି ବିଜୟୀ ହୋଇଥିଲା। ଏହି ଫୂଟବଲ ଖେଳ ମାଧ୍ୟମ ରେ ବର୍ଷ ବ୍ୟାପି ଛାତ୍ର ଛାତ୍ରୀ ଙ୍କ ପାଇଁ ଏକ ଫୂଟବଲ ଅଗ୍ରିମ ତାଲିମ କାର୍ଯ୍ୟକ୍ରମ କୁ ମଧ୍ୟ ସଫଳ କରାଇବା ର ଏକ ପଦକ୍ଷେପ ମଧ୍ୟ ନିଆଯାଇଛି | ଅତିଥି ଭାବେ ରୋଭୋର୍ସ କ୍ଲବ୍ ର ସମ୍ପାଦକ ହରିହର ନନ୍ଦୀ, ବିଶିଷ୍ଟ ସମାଜସେବୀ ସେକ ଫାରୁକ, ଅନୱର ଅଲ୍ଲୀ , ସାଇ ପ୍ରସାଦ ମହାପାତ୍ର ଓ ପ୍ରସୋସିଓ ସଂସ୍ଥାର ଉଚ୍ଚ ପଦାଧିକାରୀ ମାନେ ଉପସ୍ଥିତ ରହି ବିଜୟତା ଟିମ୍ କୁ ପୁରସ୍କାର ପ୍ରଦାନ କରି ଭାଗ ନେଇଥିବା ଛାତ୍ରଛାତ୍ରୀ ଙ୍କୁ ପଦକ ପ୍ରଦାନ କରିଥିଲେ। ଫୂଟବଲ ଆଶ୍ସୋସିଏସନ ଅଫ ଓଡ଼ିଶା ଓ ଭଦ୍ରକ ଜିଲ୍ଲା ଫୂଟବଲ ଆସୋସିଏଏସନ ର ସହଯୋଗ ରେ ଏହି ଫୂଟବଲ କାର୍ଯକ୍ରମ ଟି ସଫଳ ରୂପେ ଆୟୋଜନ କରା ଯାଇ ପାରିଥିଲା |

0
0
0
s2sdefault