ହେଡଲାଇନସ୍:

ଗଜପତି ଉତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୩ ଉଦଯାପିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଉତ୍ସବ ଓ ପଲ୍ଲିଶ୍ରୀ ମେଳା ପଞ୍ଚମ ଦିନ ତଥା ଶେଷ ସନ୍ଧ୍ୟାରେ ମହା ଆଡ଼ମ୍ବରରେ ଉଦଯାପିତ ହୋଇଯାଇଛି।
ଏହି ଅବସରରେ ଶନିବାର ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ , ଜିଲ୍ଲାପାଳ-ତଥା-ଅଧ୍ୟକ୍ଷ , ଜିଲ୍ଲା ସଂସ୍କୃତି ପରିଷଦ ଗଜପତି ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ , ମାନ୍ୟବର ସାଂସଦ , ବ୍ରହ୍ମପୁର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶ୍ରୀମତୀ ଗୁହା ପୁନମ ତାପସ କୁମାର , ମୁଖ୍ୟ କାର୍ଯ୍ୟନର୍ବାହୀ ଅଧିକାରୀ , ଓରମାସ , ଭୁବନେଶ୍ୱର , ଡ଼.ରାମାନୁଜ ନାରାୟଣ , ନିର୍ଦ୍ଦେଶକ , ସି .ଏସ୍ . ଆଇ . ଆର - ଆଇ .ଏମ . ଏମ .ଏଟି . ଭୁବନେଶ୍ୱର , ଶ୍ରୀଯୁକ୍ତ ସୁନିଲ ମହାନ୍ତି , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗଜପତି , ଶ୍ରୀଯୁକ୍ତ ଅଶୋକ କୁମାର ମହାନ୍ତି , କମାଣ୍ଡାଣ୍ଟ , ଓଏସଏପି ୩ୟ ବାଟାଲିୟନ ଗଜପତି ଓ ମୁଖ୍ୟବକ୍ତା ଭାବରେ ଶ୍ରୀଯୁକ୍ତ ପୁର୍ଣ୍ଣଚନ୍ଦ୍ର ମହାପାତ୍ର , ଅବସରପ୍ରାପ୍ତ ପ୍ରଶାସକ ପାରଳାଖେୁଣ୍ଡି ପ୍ରମୁଖ ମଞ୍ଚାସୀନ ଥିଲେ।
ଏହି ଅବସରରେ ସମସ୍ତ ଅତିଥି ଗଣ ଗଜପତି ଜିଲ୍ଲାର ଲୋକକଳା , ସଂସ୍କୃତି , ଜନଜାତି , ନୃତ୍ୟ ସଙ୍ଗୀତ , ପରମ୍ପରା ଓ ପର୍ଯ୍ୟଟନ ସ୍ଥଳୀର ବିକାଶରେ ଜିଲ୍ଲା ଅଗ୍ରସର ହେଉଛି ବୋଲି କହିଥିଲେ , ପରେ ଜିଲ୍ଲାର କୋଣ ଅନୁକୋଣ ତଥା ପୁରପଲ୍ଲୀର ଉଭୟ କଳାକାର ଓ ଜନସାଧରଣ ଏହି ଗଜପତି ଉତ୍ସବ ଓ ପଲ୍ଲିଶ୍ରୀ ମେଳାରେ ସାମିଲ ହେଇଥିଲେ। ବିଶେଷ କରି ପାଞ୍ଚ ଦିନରେ ରାଜ୍ୟ ଓ ରାଜ୍ୟ ବାହାର , ଜିଲ୍ଲା ଓ ଜିଲ୍ଲା ବାହାର କଳାକାରମାନଙ୍କ ମହାମିଳନ ର ନୃତ୍ୟ ସଙ୍ଗୀତ ପରିବେଷଣ କରାଯାଇଛି।
ପରେ ପରେ ଜିଲ୍ଲାପାଳ ତଥା ଅଧ୍ୟକ୍ଷ , ଜିଲ୍ଲା ସଂସ୍କୃତି ପରିଷଦ , ଗଜପତିଙ୍କ ଦ୍ଵାରା ଉତ୍ତରୀୟ ଓ ସ୍ମାରକ ପ୍ରଦାନ ଓ ସମସ୍ତ ଅତିଥି ମାନଙ୍କୁ ମେମଣ୍ଟୋ ଓ ଉପଢୌକନ ଦେଇ ଗଜପତି ଉତ୍ସବରେ ସମ୍ମାନିତ କରାଯାଇଥିଲା ଓ ଉତ୍ସବର ସମସ୍ତ କମିଟି ଅଧ୍ୟକ୍ଷ ଓ ସଭ୍ୟ ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।
ସେହିପରି ପାଞ୍ଚ ଦିନ ଧରି ଅନୁଷ୍ଠିତ ହେଉଥିବା ପଲ୍ଲିଶ୍ରୀ ମେଳା - ୨୦୨୩ରେ ୧ କୋଟି ୧ ଲକ୍ଷ ଶହେ ୧୧ ଟଙ୍କା ରୁ ଉର୍ଦ୍ଧ ବ୍ୟବସାୟ କରଯାଇଛି। ସେହିପରି ରାଧା ରମଣ ସ୍ବୟଂ ସହାୟକ ଗୋଷ୍ଠୀ କଟକ , ମହାଲକ୍ଷ୍ମୀ ମହିଳା ସଂଗଠନ ମିଶନ ଶକ୍ତି ଗୁମ୍ମା , ଓଡ଼ିଶା ମିଲେଟ୍ ମିଶନ ଗଜପତି , ମହାବୀର ଉତ୍ପାଦକ ଗୋଷ୍ଠୀ ଖୋର୍ଦ୍ଧା , ଏଗ୍ରୋ ପ୍ରଡକ୍ଟ ପ୍ରୋଡୁସର୍ କମ୍ପାନୀ କୋରାପୁଟ ଓ ମା ବୀଣାପାଣି ସ୍ବୟଂ ସହାୟକ ଗୋଷ୍ଠୀ ବୌଦ୍ଧ ଏହି ଦଳ କୁ ସମ୍ମାନିତ କରାଯାଇଥିଲା ଓ ଉଦ୍ୟାନ ବିଭାଗ ଗଜପତି , ଜିଲ୍ଲା ବନ ବିଭାଗ ଗଜପତି ଓ ଜିଲ୍ଲା ଶିଳ୍ପକେନ୍ଦ୍ର ଗଜପତି ଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି।
ଏହି ଅବସରରେ ପଞ୍ଚମ ଦିନ ତଥା ଶେଷ ସନ୍ଧ୍ୟାରେ ଜିଲ୍ଲା ତଥା ଜିଲ୍ଲା ବାହାର ର ସାଂସ୍କୃତିକ ଦଳ ନିଜର କଳା ପ୍ରଦର୍ଶନ କରିଥିଲେ। ଯଥା ଭବାନୀପାଟଣା ର ବାଜାସାଲା , ପୁରୀର ଗୋଟିପୁଅ ଓ ଆମ ଜିଲ୍ଳାର ଗୁମ୍ମା , ଗୋଷାଣୀ , କାଶୀନଗର , ମୀରାକାଳର ଗୋଟି ପୁଅ , ବିନିଶି କୁଚିପୁଡ଼ି ଏକାଡେମୀ ର କୁଚିପୁଡି ନୃତ୍ୟ , ୱିନର ଟିମ୍ ମହାକ୍ , ଜୟ ଜଗନ୍ନାଥ ମୋଡେନ୍ ନୃତ୍ୟ ଓ ଦେଖ ଜିଲ୍ଲା ଗଜପତି ନୃତ୍ୟ ଇତ୍ୟାଦି ପ୍ରଦର୍ଶନ କରଯାଇଥିଲା ।
ଆଜିର ଏହି କାର୍ଯ୍ୟକ୍ରମରେ ପାରଳା ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ , ଅତିରିକ୍ତ ଜିଲ୍ଲାପାଳ ଗଜପତି , ଡ଼.ଗୁଣନିଧି ନାୟକ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ , ଜିଲ୍ଲା ପରିଷଦ ଗଜପତି ସମେତ ଜିଲ୍ଲାର ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଧ୍ୟକ୍ଷା ପ୍ରମୁଖ ଉପସ୍ଥିତ ଥିବା ବେଳେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚରୀମାନେ ପରିଚାଳନରେ ସହଯୋଗ କରିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ସୁଶ୍ରୀ ସ୍ଵାତୀ ଏସ୍ କୁମାର , ଆରକ୍ଷୀ ଅଧିକ୍ଷକ ଗଜପତିଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ଥାନା ଅଧିକାରୀଙ୍କ ସମେତ ପୋଲିସ୍ ଅଧିକାରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ।

0
0
0
s2sdefault