ଭଞ୍ଜନଗର ରୁ ଉଦୟନାଥ ପଣ୍ଡା: ହାତୀବନ୍ଧ ର ନୂତନ ରୂପ, ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ଭଞ୍ଜନଗର ସହରର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟକୁ ତ୍ବରାନ୍ବିତ କରିଥିବାର ଦେଖାଦେଇଛି।
ଗଞ୍ଜାମଜିଲ୍ଲା ଘୁମୁସର ଅଞ୍ଚଳ ଭଞ୍ଜନଗର ସହରର ନଅ ନମ୍ବର ୱାର୍ଡରେ ଥିବା ଷ୍ଟେଟବ୍ୟାଙ୍କ ଛକ ନିକଟବର୍ତ୍ତୀ ହାତୀବନ୍ଧ ର ନୂଆଁ ରୁପ ଓ ସୌନ୍ଦର୍ଯ୍ୟୀ କରଣ ପାଇଁ ସ୍ଥାନୀୟ ଏନ୍.ଏ.ସି ପ୍ରଶାସନ ତତ୍ପରତା ସହ ଲାଗିପଡିଛନ୍ତି। ଏଠାରେ ଏକ ମିନି ପାର୍କ ନିର୍ମାଣ ହେବାର ବ୍ୟବସ୍ଥା ପୂର୍ବରୁ କରାଯାଇଛି। ଓଡିଶା ରାଜ୍ୟ ଅର୍ଥମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଏଥିପାଇଁ ବିଗତ କିଛି ମାସ ତଳେ ଶୁଭ ଦେଇଥିବା ବେଳେ, ଏବେ କାର୍ଯ୍ୟ ତ୍ବରାନ୍ବିତ ହୋଇଥିବାର ଦେଖାଦେଇଛି। ଏହିପରି ଭାବରେ ଗତ କିଛିଦିନ ବ୍ୟବଧାନରେ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଗୋପବନ୍ଧୁ ମହାପାତ୍ର ଯନ୍ତ୍ରୀ ଇଂ ଶ୍ରୀ ସନ୍ତୋଷ କୁମାର ଗୌଡ଼, କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଆଶୁତୋଷ ଗୌରବ କର ଓ ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ଇଂ ପ୍ରଶନ୍ନ କୁମାର ସ୍ଵାଇଁ ପ୍ରମୁଖ କାର୍ଯ୍ୟ କୁ ବୁଲି ଦେଖିଥିଲେ। ଉକ୍ତ ପୋଖରୀରେ ସଫେଇ ସହ ବୋଟିଂ ବ୍ୟବସ୍ଥା ମଧ୍ୟ କରାଯିବ। ଏଠାରେ ଜନସାଧାରଣଙ୍କ ଆମୋଦପ୍ରମୋଦ ପାଇଁ ବ୍ୟାପକ ପଦକ୍ଷେପ ହାତକୁ ନିଆଯାଇଥିବାର ଦେଖାଦେଇଛି। ଯେପରିକି ଏଠାରେ ୱ।ଟର୍ ଫାଉଣ୍ଟେନ୍ ସହ ପୋଖରୀ ବା ହାତୀବନ୍ଧ ମଝିରେ ମୂର୍ତ୍ତି ସ୍ଥାପନ, ପିଲାଙ୍କ ପାଇଁ ଭିଡିଓ ଗେମ୍, ଏୟାର୍ ହକି,ଗନ୍ ସୁଟିଂ,ଓ ଟ୍ରାପୋଂଲିନ୍ ଭଳି ବିଭିନ୍ନ ବ୍ୟବସ୍ଥା ଥାଇ ଗେମ୍ ଜୋନ୍ ନିର୍ମାଣ କରାଯିବା ପାଇଁ ସ୍ଥିର ହୋଇଛି। ଏଥିସହ ଚାଇଲ୍ଡଷ୍ଟେସନ୍, ନିଜେ ନିଜର ଫୋଟୋ ଉଠାଇବା ସ୍ଥାନ ଓ ଦୋଳି ଆଦିର ବ୍ୟବସ୍ଥା କରାଯିବ ବୋଲିି ସୁଚନା ମିଳିଛି। ନୂତନ ରୂପରେଖ ପାଇବାକୁ ଥିବା ଉକ୍ତ ପୋଖରୀ ବା ହାତୀବନ୍ଧ ଭଞ୍ଜନଗର ର ଖାଲାସିସାହି ମଧ୍ୟରେ ଅବସ୍ଥିତ। ବିଗତ ଇଂରେଜ ଶାସନ କୁ ଅବଲୋକନ କଲେ ସୁଚନା ମିଳେ ଯେ, ଏହି ଖାଲାସିସାହି ରେ ଇଂରେଜ ମାନଙ୍କ କାର୍ଯ୍ୟରେ ନିୟୋଜିତ ଅନେକ ଖଲାସୀ ବସବାସ କରୁଥିଲେ। ଏବଂ ଇଂରେଜ ମାନଙ୍କ ସୁରକ୍ଷାରେ ନିୟୋଜିତ ହାତୀମାନଙ୍କୁ ଏଇ ଖଲାସୀ ମାନେ ଦେଖାଶୁଣା କରୁଥିଲେ ଓ ସେମାନଙ୍କ ହାତୀପଲ କୁ ଏଇ ବିରାଟ ବନ୍ଧରେ ଗାଧୋଉଦେଉଥିଲେ। ଯାହାଫଳରେ ଏହି ବିରାଟ ପୋଖରୀର ନାମ ସେତେବେଳ ଠୁ ହାତୀବନ୍ଧ ରହିଆସିଛି। ଏହାକାଳକ୍ରମେ ସଙ୍କୁଚିତ ହୋଇଯାଇଥିଲା। କିନ୍ତୁ ଏହାର ସୌନ୍ଦର୍ଯ୍ୟକରଣ ରେ ପୁଣି ଏହାକୁ କିଛି ଅଧିକ ସଂପ୍ରସାରଣ କରାଯାଇଥିବା ର ଦେଖାଦେଇଛି।







