ହେଡଲାଇନସ୍:

ରଣ୍ଡା ଗ୍ରାମ ଗନ୍ନାଥ ମନ୍ଦିରରେ ଅକ୍ଷତ ବିତରଣ ଉତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗୀର(ସନ୍ତୋଷ କୁମାର ଠାକୁର) : ଆସନ୍ତା ଜାନୁୟାରୀ ୨୨ ତାରିଖ ଦିନ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣପ୍ରତିଷ୍ଠା ଉତ୍ସବ ଅବସରରେ ଦେଶବ୍ୟାପୀ ଅକ୍ଷତ ବିତରଣ ଉତ୍ସବ ଅନୁଷ୍ଠିତ ହେଉଛି । ଏହି ଅବସରରେ ଆଜି ପୁାଇଁନ୍ତଳା ବ୍ଲକ ରଣ୍ଡା ଗ୍ରାମର ଜଗନ୍ନାଥ ମନ୍ଦିରରେ ଅକ୍ଷତ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଅଯୋଧ୍ୟାରୁ ଆସିଥିବା ଅକ୍ଷତର ବିତରଣ ଉତ୍ସବ ରଣ୍ଡା ଗ୍ରାମ ସମେତ ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ୨୫ଟି ଗ୍ରାମ ପଂଚାୟତରେ ଆୟୋଜିତ ହେବ ବୋଲି ବିଶ୍ୱ ହିନ୍ଦୁ ପରିଷଦ ର ଜିଲ୍ଲା କର୍ଯ୍ୟକାରୀ ସଭାପତି ଦାମୋଦର ନାଏକ ଓ ପୁଇଁନ୍ତଳା ବ୍ଲକ ପ୍ରଖଣ୍ଡ ସଭାପତି ବୀରଭଦ୍ର ସିଂହ ସୂଚନା ଦେଇଛନ୍ତି । ସ୍ବାମୀ ପରମାନନ୍ଦ ସରସ୍ୱତୀଙ୍କ ଦ୍ବାରା ଅକ୍ଷତ କଳସ ବଣ୍ଟନ ଏବଂ ପ୍ରବଚନ ହୋଇଥିଲା। ରଣ୍ଡା ଓ ଆଖପାଖ ଗାଁଁ ର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ଜମି ଥିଲା । ଅକ୍ଷତ ବିତରଣ ଉତ୍ସବରେ ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଲା ସଂଯୋଜକ ଦୟାନିଧି କରନ୍‌, ସହ ସଂଯୋଜକ ପବିତ୍ର ଦାସ, ରାମଚନ୍ଦ୍ର ବିଶ୍ୱାଳ, ଶ୍ରୀକର ପ୍ରଧାନଙ୍କ ସମେତ ରଣ୍ଡ ଗ୍ରାମର କୃଷ୍ଣଚନ୍ଦ୍ର ସିଂହ, ଦାମୋଦର ସାହୁ, କମଳାକାନ୍ତ ସାହୁ, ଜଳନ୍ଧର ସାହୁ, ବୀରକିଶୋର ସାହୁ, ବାଳଗୋପାଳ ସାହୁ, ପବିତ୍ର ଗୁରୁ ପ୍ରମୁଖ ସହଯୋଗ କରିଥିଲେ ।

0
0
0
s2sdefault