ରାୟଗଡ(ସରୋଜ କୁମାର ସାହୁ): ରାୟଗଡ ସ୍ୱୟଂଶାସିତ ମହାବିଦ୍ୟାଳୟ/ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟରେ ନୂଆ-ଓ, ଯୁବ ଓଡିଶା କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ତଥା ପୁରସ୍କାର ବିତରଣ ସମାରୋହ ମହାଆଡମ୍ବର ରେ ଅନୁଷ୍ଠିତ ହୋଇଯାଇଛି | ଏହି ଉତ୍ସବର ମଂଚାସୀନ ବିଶିଷ୍ଟ ଅତିଥି ମାନେ ଥିଲେ ବିଧାୟକ ମକରନ୍ଦ ମୁଦୁଲି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ର ଅଧ୍ୟକ୍ଷ ସୁଧୀର ଦାଶ, ସ୍ୱତନ୍ତ୍ର-ଉନ୍ନୟନ-ପରିଷଦର ଅଧ୍ୟକ୍ଷା ଅନୁସୟା ମାଝୀ , ଉପଜିଲ୍ଲାପାଳ ସଂଘମିତ୍ରା କଲ୍ୟାଣୀ ଦେବୀ , ରାୟଗଡ଼ ମୁନିସିପାଲିଟି ର ଅଧ୍ୟକ୍ଷ ପି. ମହେଶ ପଟ୍ଟନାୟକ , ଉପାଧ୍ୟକ୍ଷ ଶୁଭ୍ରା ପଣ୍ଡା, ନୂଆ ଓଡିଶା ର ଜିଲ୍ଲା ସଂଯାଜକ ପି. ଗୌରୀ ଶଙ୍କର, ରାୟଗଡ଼ ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ବବିଳତା ଶରଫ ଏବଂ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟରେ ନୂଆ-ଓ ନୋଡାଲ ଅଫିସର ଶ୍ରୀ ୟା.ଭି.ସାଇ ମାଧବ | ଅତିଥି ମାନେ ସେମାନଙ୍କ ବକ୍ତବ୍ୟ ରେ ନୂଆ-ଓ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଏବଂ ସୁଦୂରପ୍ରସାରୀ ପ୍ରଭାବ ଉପରେ ଆଲୋକପାତ କରିଥିଲେ | କଳାସଂସ୍କୃତି, କ୍ରୀଡା, ସାମାଜିକ ଗତିବିଧି ମାଧ୍ୟମରେ ଛାତ୍ରଛାତ୍ରୀ ମାନେ ନିଜ ଅନ୍ତର୍ନିହିତ ପ୍ରତିଭା ର ବିକାଶ କରି ସ୍ୱାବଲମ୍ବନଶୀଳ ହୋଇ ଆଗକୁ ବଢି ପାରିବେ ବୋଲି ଆଲୋଚନାରେ ଦର୍ଶାଇ ଥିଲେ | ସଭା ଶେଷରେ ବିଭିନ୍ନ ପ୍ରତିଯୋଗିତା ରେ ବିଜୟୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର , ମାନପତ୍ର, ପ୍ରଶଂସାପତ୍ର ଅତିଥି ମାନଙ୍କ ହାତରେ ବଣ୍ଟନ କରାଯାଇଥିଲା | ପରିଶେଷରେ ଛାତ୍ରଛାତ୍ରୀ ମାନେ ନୃତ୍ୟ, ସଂଗୀତ, ନାଟକ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ |
ଏହି ଉଦଯାପନ ଓ ପୁରସ୍କାର ବିତରଣ ଉତ୍ସବ କାର୍ଯ୍ୟକ୍ରମରେ ପୌରାହିତ୍ୟ କରିଥିଲେ ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ବବିଲତା ଶରାଫ |କାର୍ଯ୍ୟକ୍ରମରେ ସହାୟତା କରିଥିଲେ, ଡ ସରସ୍ବତୀ ରାୟ, ଡ ଭଗବାନ ବିଶ୍ୱାଳ, ଲେଫ୍ଟନେଣ୍ଟ ଉଦୟ ନାୟକ , ଶ୍ରୀନିବାସ ଆଚାରି, ଟୀ.ଜ୍ୟୋତି , ସୁବ୍ରତ ପ୍ରଧାନ, ଶିବ ପ୍ରସାଦ ପୀଡ଼ିକା, ଶମ୍ଭୁ ରାଉତ, ଅଶୋକ କୁମାର ସାହୁ, ଡ ରାକେଶ କୁମାର ସ୍ୱାଇଁ, ଭବେଶ ମହାନ୍ତି, ପ୍ରଶାନ୍ତ ସାହୁ, କେ. ସସି , ମୋନାଲିସା ପାଣିଗ୍ରାହୀ | ୱାଇ.ଭି.ସାଇ ମାଧବ ଧନ୍ୟବାଦ ଅର୍ପଣ କରିଥିଲେ |







