ହେଡଲାଇନସ୍:

ବାଣପୁର ସେଣ୍ଟ୍ ଜାଭିୟର୍ସ ହାଇସ୍କୁଲରେ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଅନୁଷ୍ଠିତ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଣପୁର:( ସେକ କୌସର ): ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ସେଣ୍ଟ୍ ଜାଭିୟର୍ସ ହାଇସ୍କୁଲ ପରିସରରେ ଏକ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ସକାଳ ୧୦ଟାରେ ବିଦ୍ୟାଳୟର ଅଧ୍ୟକ୍ଷ ଡ. ଶକ୍ତି ପ୍ରସାଦ ମହାନ୍ତି ପ୍ରଦୀପ ପ୍ରଜ୍ବଳନ କରି ଶିବିରକୁ ଉଦ୍‌ଘାଟନ କରିଥିଲେ। ଉକ୍ତ ଶିବିରରେ ଶତାଧିକ ଛାତ୍ରଛାତ୍ରୀ ତଥା ବାଣପୁର ବାସୀ ମାଗଣାରେ ଚକ୍ଷୁ ପରୀକ୍ଷା କରାଇଥିଲେ।ନେତ୍ରମ୍, ଭୁବନେଶ୍ଵର ତରଫରୁ ଛାତ୍ରଛାତ୍ରୀ ମାନଙ୍କୁ ମାଗଣାରେ ଚଷମା ବଣ୍ଟନ କରାଯାଇଥିଲା। ପରେ ନେତ୍ରମ୍ ଅନୁଷ୍ଠାନର ମୁଖ୍ୟ ନରୋତ୍ତମ ଦାସଙ୍କୁ ଭାରପ୍ରାପ୍ତ ଅଧ୍ୟକ୍ଷ ଦେବରାଜ ପାଲଟାସିଂହ ଉତ୍ତରୀୟ, ପୁଷ୍ପଗୁଚ୍ଛ ତ‌ଥା ଜଗନ୍ନାଥଙ୍କ ଫଟୋଚିତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।ସତ୍ୟନାରାୟଣ ପ୍ରଧାନ, ରବିନାରାୟଣ ହୋତାଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଶିବିରର ସୁପରିଚାଳନା କରିଥିଲେ। ସେଣ୍ଟ ଜାଭିୟର୍ସ ହାଇସ୍କୁଲର ଏହି ମହନୀୟ ସେବା କାର୍ଯ୍ୟପାଇଁ ସ୍ଥାନୀୟ ବାଣପୁର ବାସୀ ଭୂୟସୀ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଛନ୍ତି।

0
0
0
s2sdefault