ହେଡଲାଇନସ୍:

ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ -ଓ ଯୁବ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଉଦଯାପନୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ -ଓ ଯୁବ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଗତ ୨୯ ତାରିଖ ରୁ ଚାଲିଥିବା ଏହି କାର୍ଯ୍ୟକ୍ରମ ସଫଳତାର ସହ ସମାପ୍ତ ହୋଇଛି।
ଉକ୍ତ ଉଦଯାପନୀ ସମାରୋହରେ ସମ୍ମାନିତ ଅତିଥି ରୂପେ ପାରଳା ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ବଂୟ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ଜିତେନ୍ଦ୍ରନାଥ ପଟ୍ଟନାୟକ , ପାରଳାଖେମୁଣ୍ଡି ପୌର ପରିଷଦ ୧୫ନଂ ଓ୍ବାଡ ମେମ୍ବର ଶ୍ରୀ ସୁରଜିତ ତ୍ରିପାଠୀ , ଜିଲ୍ଲା ନୋଡାଲ ଅଫିସର୍ ଶ୍ରୀ ରାଧାକାନ୍ତ ଭୂୟାଁ , ମହିଳା ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ ଶଙ୍କର ପ୍ରସାଦ ବକ୍ସି , ଅବସରପ୍ରାପ୍ତ ଇଂରାଜୀ ପ୍ରାଧ୍ୟାପକ ଶ୍ରୀ ନାସିର ବେଗ୍ , ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ସଙ୍ଗୀତଜ୍ଞ ଗୁରୁ ଶ୍ରୀ ରଘୁନାଥ ପାତ୍ର ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ।
ସଭା ଆରମ୍ଭରେ ଅଧ୍ୟାପକ ଡଃ ନୃସିଂହ ପାଣିଗ୍ରାହୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷାଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମର ପରିଚାଳନା ହୋଇଥିଲା। ଶ୍ରୀମତୀ ନିର୍ମଳା ସେଠୀ ତାଙ୍କ ବକ୍ତବ୍ୟରେ ନୂଆ ଓ କାର୍ଯ୍ୟକ୍ରମ ଓ ନାରୀ ବିକାଶ ଉପରେ ମନ୍ତବ୍ୟ ରଖିଥିଲେ। ଡଃ ଜିତେନ୍ଦ୍ରନାଥ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ନୂଆ ଓ କାର୍ଯ୍ୟକ୍ରମରେ ଛାତ୍ରୀଙ୍କ ଗୁରୁତ୍ବ ଉପରେ ଆଲୋଚନା କରିଥିଲେ। ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ଉପରେ ଶ୍ରୀ ସୁରଜିତ୍ ତ୍ରିପାଠୀ ଆଲୋକପାତ କରିଥିଲେ। ଶ୍ରୀ ରାଧାକାନ୍ତ ଭୂୟାଁ ନୂଆ ଓ କାର୍ଯ୍ୟକ୍ରମ ମାଧ୍ୟମରେ ନିଜ ଅଭିଜ୍ଞତା ଏବଂ ସଫଳତା ଉପରେ ବକ୍ତବ୍ୟ ରଖିଥିଲେ। ଡଃ ଶଙ୍କର ପ୍ରସାଦ ବକ୍ସି ତାଙ୍କ ବକ୍ତବ୍ୟରେ ଛାତ୍ରୀମାନଙ୍କୁ ଜୀବନରେ ନିଜ ପରିଚୟ ସୃଷ୍ଟି କରିପାରିବା ପାଇଁ ଉତ୍ସାହିତ କରିଥିଲେ। ଶ୍ରୀ ନାସିର୍ ବେଗ୍ ତାଙ୍କ ଅଭିଭାଷଣରେ ଛାତ୍ରୀ ଜୀବନ ଏବଂ ଉନ୍ନତିମୂଳକ କାର୍ଯ୍ୟକ୍ରମରେ ତାଙ୍କ ଅଂଶଗ୍ରହଣ ଉପରେ ନିଜ ମନ୍ତବ୍ୟ ରଖିଥିଲେ। ଗୁରୁ ଶ୍ରୀ ରଘୁନାଥ ପାତ୍ର ଶିକ୍ଷାନୁଷ୍ଠାନ ସହ ତାଙ୍କ ମଧୁର ସଂପର୍କର ସ୍ମୃତିଚାରଣ କରିବା ସହ ଛାତ୍ରୀମାନଙ୍କୁ ବହୁମୂଲ୍ୟ ଉପଦେଶ ପ୍ରଦାନ କରିଥିଲେ। ସଭାକାର୍ଯ୍ୟ ମଧ୍ୟରେ ପ୍ରାଧ୍ୟାପିକା ଡଃ ମନସ୍ବିନୀ ଦାସ ନୂଆ ଓ କାର୍ଯ୍ୟକ୍ରମର ବିସ୍ତୃତ ବିବରଣୀ ପାଠ କରିଥିଲେ। ସଭାକାର୍ଯ୍ୟ ଶେଷରେ ନୂଆ ଓ କାର୍ଯ୍ୟକ୍ରମର ସାମାଜିକ , ସାଂସ୍କୃତିକ ଓ କ୍ରୀଡା ପ୍ରତିଯୋଗିତା ଭିତ୍ତିରେ ସମସ୍ତ ଛାତ୍ରୀମାନଙ୍କୁ ପୁରସ୍କାର ବିତରଣ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଭା ଶେଷରେ ଡଃ ମନସ୍ବିନୀ ଦାସ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟାନ୍ୟ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଅଣକର୍ମଚାରୀମାନେ ଏବଂ ୪୦୦ରୁ ଉର୍ଦ୍ଧ୍ଵ ଛାତ୍ରୀ ମାନେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।

0
0
0
s2sdefault