ଭୁବନେଶ୍ୱର: ଆଜି ଜାତୀୟସ୍ତରୀୟ ୧୪ ବର୍ଷରୁ କମ୍ ଉଭୟ ବାଳକ ଓ ବାଳିକା ରଗବି ଏବଂ ଭଲିବଲ୍ ପ୍ରତିଯୋଗିତା ୨୦୨୩ କିଟ୍ ଏବଂ କିସ୍ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ପରିସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ୱତୀ ଏସଙ୍କ ସଭାପତିତ୍ୱରେ ଉଦ୍ଘାଟିତ ହୋଇଯାଇଛିା ଉକ୍ତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ଯୋଗଦାନ କରି ଭାରତର କୋଣଅନୁକୋଣରୁ ଆସିଥିବା କ୍ରୀଡାବିତ୍ମାନଙ୍କୁ ଦିଗ୍ଦର୍ଶନ ଦେବା ସହ କ୍ରୀଡ଼ା ପତାକା ଉତ୍ତୋଳନ କରି ଜାତୀୟ କ୍ରୀଡ଼ାର ଶୁଭ ଉଦ୍ଘାଟନ କରିଥିଲୋ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ଇଲେକ୍ଟ୍ରୋନିକ୍ସ ଓ ଆଇଟି, କ୍ରୀଡ଼ା ଓ ଯୁବସେବା, ଗୃହ ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା କ୍ରୀଡାବିତମାନଙ୍କୁ ଉତ୍ସାହିତ କରିଥିଲୋ ତତ୍ସହିତ ଓଡ଼ିଶା ସରକାରଙ୍କର ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ କୁମାର ଦାଶ, କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟର କୁଳପତି ଡ. ଶରଣଜିତ୍ ସିଂ, ଓଡ଼ିଶା ସରକାରଙ୍କ ପ୍ରାଥମିକ ଶିକ୍ଷା ବିଭାଗର ନିର୍ଦ୍ଦେଶକ ଶ୍ରୀ ଜ୍ୟୋତିରଞ୍ଜନ ମିଶ୍ର, ଜାତୀୟସ୍ତରୀୟ କ୍ରୀଡ଼ା ସଂଗଠନର ପର୍ଯ୍ୟବେକ୍ଷକ ମୂର୍ତ୍ତି ରାଜୁ ଯୋଗଦାନ କରିଥିଲୋ ପରିଶେଷରେ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ସଂଗଠନର ସଂପାଦକ ଓ ଯୁଗ୍ମ ନିର୍ଦ୍ଦେଶକ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶ୍ରୀ ସପନ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲୋ
ଆଜି ରଗ୍ବୀ ବାଳକ ବିଭାଗ ଲିଗ୍ ମ୍ୟାଚରେ ଓଡ଼ିଶା, ବିହାର, ମହାରାଷ୍ଟ୍ର, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ଗୁଜୁରାଟ ବିଜୟ ଲାଭ କରିଛନ୍ତିା ଅନ୍ୟ ପଟରେ ବାଳିକା ବିଭାଗରେ ୪ଟି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲାା ଏଥିରେ ତାମିଲନାଡୁ, ମହାରାଷ୍ଟ୍ର, ବିହାର ଓ ଦିଲ୍ଲୀ ବିଜୟ ଲାଭ କରିଛନ୍ତିା ଠିକ୍ ସେହିପରି ଭଲିବଲ୍ ବାଳକ ବିଭାଗରେ ହରିୟାଣା, ବିହାର, ତାମିଲନାଡୁ, ମହାରାଷ୍ଟ୍ର ବିଜୟ ଲାଭ କରିବା ସହିତ ବାଳିକା ବିଭାଗରେ କେଭିଏସ୍, ତାମିଲନାଡୁ, କର୍ଣ୍ଣାଟକ ବିଜୟ ଲାଭ କରିଛନ୍ତିା ଏହି କ୍ରୀଡ଼ା ପ୍ରତିଯୋଗିତା ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଚାଲିବା
ରାଜ୍ୟ
ଜାତୀୟ ସ୍ତରୀୟ ୧୪ ବର୍ଷରୁ କମ୍ ବାଳକ ଓ ବାଳିକା ରଗବି ଓ ଭଲିବଲ୍ ପ୍ରତିଯୋଗିତା ଉଦ୍ଘାଟିତ
- Hits: 209







