ହେଡଲାଇନସ୍:

କୁଚିଣ୍ଡାକୁ ଜିଲ୍ଲା ଦାବି କରି କୁଚିଣ୍ଡା ବନ୍ଦ ଆହ୍ବାନ ସଂପୂର୍ଣ୍ଣ ସଫଳ:ବି ଜେ ଡି ,ବି ଜେ ପି ଓ କଂଗ୍ରେସ ନେତାଙ୍କ ଆନ୍ଦୋଳନ ରେ ଯୋଗଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


କୁଚିଣ୍ଡା, ଜମନକିରା ୨୧/୧୨: ସରକାର ପଦ୍ମପୁର ଜିଲ୍ଲା ଘୋଷଣା ପାଇଁ ସଜବାଜ ହେଉଥିବା ବେଳେ ଆଜି କୁଚିଣ୍ଡା କୁ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଘୋଷଣା ଦାବି କରି ଦେଇଥିବା ଆହ୍ବାନ ସଂପୂର୍ଣ୍ଣ ସଫଳ ହୋଇଥିବା ଦେଖା ଯାଇଛି ।ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଲୟରେ ଉପ ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀ ଅଫିସ କୁ ଯିବାକୁ ଉଦ୍ୟମ କରୁଥିବା ବେଳେ ଜିଲ୍ଲା ଦାବି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଓକିଲ ସଂଘ ସଭାପତି ପ୍ରମୋଦ ଛୁରିଆ, ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ,ଓକିଲ ହୃଦାନନ୍ଦ ଶର୍ମା ,ସଚିଦା ନନ୍ଦ ଶର୍ମା ପ୍ରମୁଖଙ୍କ ନେତୃତ୍ୱରେ ପିକେତିଂ କରିବାର ଅଧିକାରୀ ଗଣ ଫେଇ ଯିବାକୁ ବାଧ୍ୟ ହୋଇ ଥିଲେ । କମିଟି ର ସଦସ୍ୟଙ୍କ ପିକେଟିଂ ଯୋଗୁଁ ସମସ୍ତ ଅଫିସ, ସ୍କୁଲ , କଲେଜ,ବ୍ୟାଙ୍କ,ଦୋକାନ, ବଜାର ବନ୍ଦ ଥିବା ଦେଖିବାକୁ ମିଳି ଥିଲା ।ଗ୍ରାମାଞ୍ଚଳ ରେ ମଧ୍ୟ ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଛି । ଭୋଜପୁର, କେସାଇବାହାଳ ମଧ୍ୟ ସଂପୂର୍ଣ୍ଣ ବନ୍ଦ ଥିଲା ।ସହର ର ମୁଖ୍ୟ ସ୍ଥଳ ପୁରୁଣା ବାସ ଷ୍ଟାଣ୍ଡ ରେ କମିଟିର ସଦସ୍ୟ ଙ୍କ ସହ ବି ଜେ ଡି ବିଧା ୟକ କିଶୋର ନାଏକ,ବିଜେପି ର ପୂର୍ବ ବିଧାୟକ ରବି ନାଏକ ଏନ ଏ ସି ଅଧ୍ୟକ୍ଷl ପ୍ରଦ୍ୟୁତ ମହାନ୍ତି,କଂଗ୍ରେସ ରନେତ ପୂର୍ବ ନଗରପାଳ ସିଂ ପ୍ରମୁଖ ମଧ୍ୟ ଅଂଶ ଗ୍ରହଣ କରିଥିବା ରୁ ଏହି ସର୍ବଦଳୀୟ ଦାବି ରାଜ୍ୟ ସରକାର ପୂରଣ କରିବେ ବୋଲି କମିଟିର ଅନ୍ୟତମ ସକ୍ରିୟ ନେତା ପୂର୍ବ କଲେଜ୍ ଅଧ୍ୟକ୍ଷ ସୁବାଷ ନାୟକ ଆଶା ପ୍ରକାଶ କରିଛନ୍ତି ।ସେ ଏକ ବିବୃତି ରେ କୁଚିଣ୍ଡା ର ଜନ ସାଧାରଣ ଙ୍କ ସ୍ଵତଃସ୍ପୃତ ସମର୍ଥନ ପାଇଁ ଆନ୍ଦୋଳନ କରୀଙ୍କ ପକ୍ଷରୁ କୃତଜ୍ଞତା ପ୍ରକାଶ କରିଛନ୍ତି ।

0
0
0
s2sdefault