ଭବ୍ୟ ସ୍ବାଗତ,ଜୟ ଜଗନ୍ନାଥ ଧ୍ବନି ରେ ପ୍ରକମ୍ପିତ ହେଲା ସହର ।
ଭୁବନ/ଅବିନାଶ ସାଥୁଆ ମହାପାତ୍ର- କୋଟି ଓଡ଼ିଆ ଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ଦିବ୍ୟ ନନ୍ଦିଘୋଷ ରଥ ଚକ ଭୁବନ ବୁଦ୍ଧେଶ୍ଵର ମନ୍ଦିର ରେ ସ୍ଥାପନ କରାଯାଇଛି । ଦିବା ୧୧.୩୦ ମିନିଟ ସମୟରେ ଶ୍ରୀକ୍ଷେତ୍ର ପୁରୀ ରୁ ନନ୍ଦିଘୋଷ ରଥ ଚକ ସୁସଜ୍ଜିତ ଗାଡ଼ିରେ ଆସି ଭୁବନ ରେ ପହଂଚିଛି । ପ୍ରବେଶ ପଥ ରଗଡି ଛକ ରେ ପହଞ୍ଚିବା ପରେ ଘଣ୍ଟ ବାଦ୍ୟ,କୀର୍ତ୍ତନ ର ତାଳେତାଳେ ଭୁବନ ବାସୀ ବାବା ବୁଧେଶ୍ଵର ମନ୍ଦିର ନିକଟକୁ ନେଇ ସେଠାରେ ସ୍ଥାପନା କରାଯାଇଥିଲା । ଭୁବନ ବାସୀ ଙ୍କ ତରଫରୁ ନନ୍ଦିଘୋଷ ରଥଚକ ସ୍ୱାଗତ ଓ ବନ୍ଦାପନା ପାଇଁ ପ୍ରତି ଘର ସମ୍ମୁଖରେ ଝୋଟି ଚିତା ପକାଇ ଶୁଭ କଳସ ସ୍ଥାପନ କରାଯାଇଥିଲା ଓ ମହିଳା ମାନେ ବନ୍ଦାପନା କରିଥିଲେ । ଭୁବନ ଗଣେଶ ମେଳଣ ଚାରିଟେବୁଲ ଟ୍ରଷ୍ଟ ତରଫରୁ ରଥ ଚକ ପାଇଁ ପୁରୀ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀଯୁକ୍ତ ରଞ୍ଜନ କୁମାର ଦାସ ଭେଟି ରଥ ଚକ କିପରି ଭୁବନ କୁ ଆସିପାରିବ ସେ ନେଇ ଆଲୋଚନା କରିଥିଲେ ।
ଏହି କାର୍ଯ୍ୟକ୍ରମ କିପରି ସୁଚାରୁ ରୂପେ ପାଳନ କରାଯାଇ ପାରିବ ସେ ନେଇ କାମାକ୍ଷାନଗର ଅଞ୍ଚଳର ବାସିନ୍ଦା ତଥା ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀଯୁକ୍ତ ରଞ୍ଜନ କୁମାର ଦାସ ଙ୍କ ସାନ ଭାଇ ତଥା ରାଜ୍ୟ ବିଜେଡି ସମ୍ପାଦକ ତପନ କୁମାର ଦାସ ସହଯୋଗ କରିଥିଲେ । କାମାକ୍ଷାନଗର ଅଞ୍ଚଳର ବାସିନ୍ଦା ତଥା ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀଯୁକ୍ତ ରଞ୍ଜନ କୁମାର ଦାସ ଙ୍କ ବଳିଷ୍ଠ ଉଦ୍ୟମ ତଥା ଆନ୍ତରିକ ସଦିଛା କାରଣରୁ ଭୁବନ କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଚକ ଆସିଲା ବୋଲି କୁହାଯାଉଛି । ଏହି କାର୍ଯ୍ୟକ୍ରମରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ସମେତ ବହୁତ ସଂଖ୍ୟାରେ ଭୁବନ ବାସୀ ଯୋଗ ଦେଇଥିଲେ ।







