ହେଡଲାଇନସ୍:

ମହିଳା କଲେଜରେ ସାମାଜିକ ଓ କ୍ରୀଡା ଉତ୍ସବ ଉଯାପିତ, ଲେବି ନାୟକ ଚାମ୍ପିଆନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ସ୍ଥାନୀୟ ଇନ୍ଦିରା ପ୍ରୀୟଦର୍ଶୀନି ମହିଳା ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟର ସାମାଜିକ ଏବଂ କ୍ରୀଡା ଉତ୍ସବ ବୁଧୁବାର ଦିନ ଉଯାପିତ ହୋଇ ଯାଇଛି । ଅଧକ୍ଷ ଶିବରାମ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ବରିଷ୍ଠ ଅଧ୍ୟାପିକା ଡଃବବିତାରାଣୀ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ନୋଡାଲ ଅଫିସର ସୁଧାରାଣୀ ପାତ୍ର ପରିଚାଳନା କରିଥିଲେ । କାଯ୍ଯକ୍ରମରେ ସ୍ଥାନୀୟ ଏନଏସି ଅଧକ୍ଷା ଦେବସ୍ମୀତା ସତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠାତା ଶିଶିର ପଟନାୟକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଯୁବ ଶକ୍ତିର ବିକାଶରେ ରାଜ୍ୟ ତଥା ଦେଶର କିପରି ବିକଶିତ ହୋଇଥାଏ ସେ ସଂପର୍କରେ ଆଲୋକପାତ କରିଥିଲେ । ମହାବିଦ୍ୟାଳୟର ପୂର୍ବତନ ସଂପାଦକ କେ ସୂଯ୍ୟ ନାରାୟଣ ପାତ୍ର ସମ୍ନାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ରୀମାନଙ୍କୁ ସମାଜ ସେବାରେ ସାମିଲ ହେବା ପାଇଁ ପରାମର୍ଶ ଦେଇଥିଲେ ।

କ୍ରୀଡା ବିଭାଗ ସଂଯୋଜିକା ଅଧ୍ୟାପିକା ସସ୍ମିତା ଦାଶ ବିଭିନ୍ନ ପ୍ରତିଯୋଗିଙ୍କ ନାମ ଘୋଷଣା କରିଥିବା ବେଳେ ଅଂଶ ଗ୍ରହଣ କରିଥିବା କ୍ରୁତି ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀ ଲେବି ନାୟକ କ୍ରୀଡା ବିଭାଗରେ ଚାମ୍ପିଆନ ହୋଇ ଚମ୍ପିୟାନ ଟ୍ରଫି ହାସଲ କରିଥିଲେ । ସାମାଜିକ କାର୍ଯ୍ୟକ୍ରମ ସଂଯୋଜିକା ଅଧ୍ୟାପିକା ମିନତୀ କୁମାରୀ ଦାଶ ସାମାଜିକ ସଚେତନତା ଉପରେ ଆଲୋକପାତ କରିଥିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । କ୍ରୀଡା ପ୍ରତିଯୋଗିତା କୁ ଖେଳ ଶିକ୍ଷକ ସରୋଜ କୁମାର ଦାଶ ଙ୍କ ସହିତ, ମାନସୀ ପ୍ରଧାନ, ଅନୀତା ନାୟକ, ସସ୍ମିତା ଭୋଇ ପ୍ରମୁଖ ପରିଚାଳନା କରିଥିଲେ ।

0
0
0
s2sdefault