ହେଡଲାଇନସ୍:

ଆଇନସେବା ପ୍ରାଧିକରଣ ରୟଗଡା ଦରା ଆଇନ ସଚେତନତା ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡା:  ସ୍ଥାନୀୟ ଜି.ସି.ଡି ହାଇସ୍କୁଲ ରେ ଥିବା କନଫରେନ୍ସ ହଲ୍ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ରାୟଗଡା ତରଫରୁ କର୍ମକ୍ଷେତ୍ରରେ ହେଉଥିବା ମହିଳାମାନଙ୍କର ଯୌନ ନିର୍ଯ୍ୟାତନା ସୁରକ୍ଷା ଆଇନ ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଟିତ ହୋଇଯାଇଛି I ଏହି ଆଇନ ସଚେତନତା କାର୍ଯ୍ୟକ୍ରମକୁ ରାୟଗଡା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀମତି ନିବେଦିତା ପଣ୍ଡା ଅଧ୍ୟକ୍ଷତା ରେ ଅନୁଷ୍ଟିତ ହୋଇଥିଲା I ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ରାୟଗଡା ଜିଲ୍ଳାର ବି.ଇ.ଓ ସୁଦିପ୍ତ କୁମାର ଦାସ, ଏ.ଡି.ଇ.ଓ ଶ୍ରୀ ଭଜନଲାଲ ମାଝି, ରାୟଗଡା ବାର ଆସୋସିଏସନର ଓକିଲ ଶ୍ରୀମତି ପ୍ରଣତି ପାତ୍ର ଓ ରାୟଗଡା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ପାନେଲ ଓକିଲ ସୀତାରାମ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ I ଏଥିସହିତ ରାୟଗଡା ଜିଲ୍ଳା ର ସମସ୍ତ ପ୍ରାଥମିକ ସ୍କୁଲ ଓ ଉଚ୍ଚ ମାଧ୍ୟମିକ ସ୍କୁଲ ର ଶିକ୍ଷକ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ I ଉପସ୍ଥିତ ଅତିଥିମାନେ ନିଜ ନିଜର ବକ୍ତବ୍ୟରେ ମହିଳା ମାନେ କର୍ମକ୍ଷେତ୍ରରେ ଯୌନନିର୍ଯ୍ୟାତନର ଶିକାର ହେଉଛନ୍ତି ତାକୁ କିପରି ପ୍ରତିରୋଧ କରିବା ଓ କିପରି ଯୌନ ନିର୍ଯ୍ୟାତନା ଶିକାର ନହୁଅନ୍ତି ସେଥିପାଇ ସେମାନେ କମ୍ପ୍ଲେନ କମିଟିର ସହଯୋଗ ନେବାକଥା ସେ ବିଷୟରେ ବିସୃତ ଭାବରେ ଅଂଶଗ୍ରହଣକାରୀମାନଙ୍କୁ ବୁଝାଇଥିଲେ I ଏଥିସହିତ ମହିଳାମାନେ କର୍ମକ୍ଷେତ୍ରରେ ଯୌନନିର୍ଯ୍ୟାତନର ସୀକାର ହେଲେ ସେମାନଙ୍କ ପାଇ ନ୍ୟାୟିକ ବ୍ୟବସ୍ଥା ଓ ଆଇନରେ ଉଦ୍ଧିଷ୍ଟ ଥିବା ବିଭିନ୍ନ ଧାରା ଉପରେ ଆଲୋକପାତ କରିଥିଲେ I ପରିଶେଷରେ ଅତିଥିମାନେ ଏହି ଆଇନ ଉପରେ ଥିବା ସୁପ୍ରିମକୋର୍ଟ ର ଥିବା ବିଭିନ୍ନ ଜର୍ଜମେଣ୍ଟ ଉପରେ ଅଂଶଗ୍ରହଣକାରୀମାନଙ୍କୁ ଧାରଣା ଦେଇଥିଲେ I ସର୍ବୋପରି ଏହି କାର୍ଯ୍ୟକ୍ରମରେ ଜିଲ୍ଳା ର ସମସ୍ତ ପ୍ରାଥମିକ ସ୍କୁଲ ଓ ଉଚ୍ଚ ମାଧ୍ୟମିକ ସ୍କୁଲର ଶିକ୍ଷକ ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି I

0
0
0
s2sdefault