ଗାଇସିଲାଟ/ମନ ଡନସନା- ଗାଇସିଲେଟ ବ୍ଲକ ଅନ୍ତର୍ଗତ ବୁରୋମୁଣ୍ଡାସ୍ଥିତ ସରକାରୀ ରାଜକୁମାର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ପ୍ରେମାନନ୍ଦ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଗାଇସିଲେଟ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଣୟ କୁମାର ସାହୁ, ମୁଖ୍ୟବକ୍ତା ଶିକ୍ଷାବିଦ୍ ଶ୍ରୀଯୁକ୍ତ ଭୁବନ୍ଦେ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟ ସରୋଜ କୁମାର ସାହୁ, ବି.ଆର.ସି.ସି. ଶ୍ରୀଯୁକ୍ତ ନେହେରୁ ଦାଶ, ଏ.ବି.ଇ.ଓ. ଶ୍ରୀଯୁକ୍ତ ଧବଳେଶ୍ବର ବରିହା, ପରିଚାଳନା କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁଶାନ୍ତ ଗଡତିଆ ତଥା ଅବସରପ୍ରାପ୍ତ ଗୁରୁବୃନ୍ଦ ଯୋଗ ଦେଇ ପ୍ରଥମେ ପ୍ରଦୀପ ପ୍ରଜ୍ଜ୍ଵଳନ କରି ବିଦ୍ୟାଦାତା ଶ୍ରୀ ଗଣେଶ ଓ ବିଦ୍ୟାଦାତ୍ରୀ ମାଁ ସରସ୍ବତୀଙ୍କ ପୂଜାର୍ଚ୍ଚନା କରି ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ । ଛାତ୍ରୀମାନଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ବିଦ୍ୟାଳୟର ସହକାରୀ ଶିକ୍ଷକ ପଞ୍ଚାନନ ମାଝୀ ସ୍ବାଗତ ଭାଷଣ ଦେଇଥିବା ବେଳେ ଅତିଥିମାନଙ୍କଦ୍ବାରା ବିଦ୍ୟାଳୟର ଦ୍ବି-ମାସିକ ଇ-ପତ୍ରିକା "ନବପ୍ରୟାସ"ର ପ୍ରଥମ ବର୍ଷ ଦ୍ବିତୀୟ ସଂସ୍କରଣ ଶୁଭ ଲୋକାର୍ପଣ କରାଯାଇଥିଲା ପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପଞ୍ଚାନନ ମାଝୀଙ୍କ ରଚିତ ପୌରାଣିକ ନାଟକ " ଶାନ୍ତି ହଜିଛି ଅଶାନ୍ତ ସହରେ" ପରିବେଷଣ କରିଥିବା ବେଳେ ଶିକ୍ଷୟିତ୍ରୀ ନିହାରୀକା ଯୋଶୀ, ଶିକ୍ଷକ ରଜତ କୁମାର ଚୌହାନ ଓ ପ୍ରଫୁଲ୍ଲ କୁମାର ସାଗର ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ଶିକ୍ଷକ ସୁବଳ ଠାକୁର ଓ ରାମ କୁମାର ପଟେଲଙ୍କ ସଂଯୋଜନାରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନ କରାଯାଇଥିଲା ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ଓ ସଦସ୍ୟା, ଗ୍ରାମର ସମସ୍ତ ୱାର୍ଡ ମେମ୍ବର, ମାଁ ତୁଳସୀ ସ୍ଵୟଂ ସହାୟିକା ଗୋଷ୍ଠୀର ସମସ୍ତ ସଦସ୍ୟା, ଶିକ୍ଷକ ବଳଦେବ ସାହୁ, ବିଶ୍ଵଜିତ ସାହୁ, ଧର୍ମେନ୍ଦ୍ର କୁମାର ରାଉତ ଏବଂ ଶିକ୍ଷୟିତ୍ରୀ ନିବେଦିତା ପାଣିଗ୍ରାହୀ, ସ୍ବପ୍ନାରାଣୀ ଭୋଇ ଓ ସସ୍ମିତା ଭୋଇଙ୍କ ସହଯୋଗରେ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦିତ ହୋଇଥିଲା । ଆଗାମୀ ବର୍ଷରେ ପୁଣି ବର୍ଷିକୋତ୍ସଵ ପାଳନ କରାଯିବ ବୋଲି ପ୍ରଧାନ ଶିକ୍ଷକ ଘୋଷଣା କରିଥିଲେ ।
ରାଜ୍ୟ
ସରକାରୀ ରାଜକୁମାର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକୋତ୍ସବ ଅନୁଷ୍ଠିତ
- Hits: 176







