ନୟାଗଡ଼,(ଲକ୍ଷ୍ମୀଧର ସାହୁ): କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଓଡ଼ିଶା ମିଲେଟସ ମିଶନ ଆନୁକୁଲ୍ୟରେ କୃଷକ ମାନଙ୍କ ମଧ୍ୟରେ ମାଣ୍ଡିଆ ବିକ୍ରୟ କରିବା ନିମନ୍ତେ ସଚେତନତା ରଥର ଶୁଭାରମ୍ଭ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ନୟାଗଡ଼ ଠାରେ ଆଜି ପୂର୍ବାହ୍ନରେ ଉଦ୍ଘାଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ସବୁଜ ପତାକା ଦେଖାଇ ଉଦ୍ଘାଟନ କରିବା ସଂଗେ ସଂଗେ ଏହାର ସୁପ୍ରଚାର ଓ ପ୍ରସାର କରିବା ପାଇଁ ପରାମର୍ଶ ଦେଇଥିଲେ । ଏଥିରେ ଅତିରିକ୍ତ ଜିଲ୍ଲାପାଳ, ନୟାଗଡ଼; ଜିଲ୍ଲା ମୁଖ୍ୟ କୃଷି ଅଧିକରୀ, ନୟାଗଡ଼; ସହକାରୀ କୃଷି ନିର୍ଦ୍ଦେଶକ ତଥା ଯୋଜନା ଅଧିକାରୀ, ନୟାଗଡ଼; ସହକାରୀ ନିବନ୍ଧକ, ସମବାୟ ସମିତି ସମୂହ, ନୟାଗଡ଼ ଏବଂ ଅନ୍ୟାନ୍ୟ କର୍ମଚାରୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ୨୦୨୩-୨୪ ବର୍ଷ ପାଇଁ ମାଣ୍ଡିଆ
ଏମଏସପି କୁଇଣ୍ଟାଲ ପିଛା ୩,୮୪୬ ଟଙ୍କା ଧାର୍ଯ୍ୟ କରାଯାଇଛି । ଉକ୍ତ ୫ ଗୋଟି ସଚେତନତା ରଥ ନୟାଗଡ଼ ଜିଲ୍ଲାର ୫ଟି ବ୍ଲକ ତଥା ଓଡ଼ଗାଁ, ନୂଆଗାଁ, ଗଣିଆ, ଦଶପଲ୍ଲା, ଏବଂ ଭାପୁର ବ୍ଲକର ବିଭିନ୍ନ ଗ୍ରାମ ଓ ଗ୍ରାମ ପଞ୍ଚାୟତ ଗୁଡିକରେ ଭ୍ରମଣକରି କୃଷକ ମାନଙ୍କ ମଧ୍ୟରେ ମାଣ୍ଡିଆ ବିକ୍ରୟ କରିବା ନିମନ୍ତେ ପ୍ରଚାର ପ୍ରସାର କରିବ ।
ରାଜ୍ୟ
ଜିଲ୍ଲାରେ ବୁଲିଲା ମାଣ୍ଡିଆ ବିକ୍ରୟ ସଚେତନତା ରଥ
- Hits: 175







