ପଦ୍ମପୁର :- ସ୍ଥାନୀୟ ଆଦିବାସୀ କଲ୍ୟାଣ ବିଭାଗର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ର ଅନ୍ୱେଷା ଖେଳ ପଡିଆରେ ଜିଲ୍ଲାସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ,ବିଜ୍ଞାନମେଳା ଓ ପ୍ରକଳ୍ପ ପ୍ରତିଯୋଗୀତା ଉଦଯାପିତ ହୋଇଯାଇଛି l ଏହି ସଭାରେ ଜିଲ୍ଲା ଶିକ୍ଷାଅଧିକାରୀ ଶ୍ରୀଯୁକ୍ତ ମିତ୍ରଭାନୁ କଚ୍ଛପ ସଭାପତିତ୍ବ କରିଥିଲାବେଳେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷାରାଣୀ ସିଂ ବରିହା ଯୋଗଦେଇଥିଲେ ଏବଂ ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ରାଧାକାନ୍ତ ଛତ୍ରୀ, ଶ୍ରୀଯୁକ୍ତ ଛତ୍ରପତି ସାହୁ,,ବ୍ଲକ୍ ଶିକ୍ଷାଧିକାରୀ ଶ୍ରୀ ଲୋକନାଥ ଭୋଇ, ଶ୍ରୀଚୁଡ଼ାମଣି ବାରିକ, , ଶ୍ରୀ ଶୁଭମ୍ ପତି, ସରୋଜ ଭୁଏ, ରାମଲାଲ ବରିହା,ଶ୍ରୀମତୀ ସେବାଶ୍ରୀ ଭୋଇ, ଶ୍ରୀମତୀ ଅମୃତା ସାହୁ, ସୁଶ୍ରୀ ଭାବନା ସାହୁ, , ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଧୀରୋଜ ପଟ୍ଟନାୟକ ଓ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପର୍ଶୁରାମ ଧରୁଆ ପ୍ରମୁଖ ମଞ୍ଚାସିନ ଥିଲେ l ସର୍ଵ ପ୍ରଥମେ ମୁଖ୍ୟଅତିଥିଙ୍କ କରକମଳ ରେ ଶ୍ରୀଗଣେଶ ଓ ସିଦ୍ଧିଦାତ୍ରି ଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପ ପ୍ରଜ୍ବଳନ କରି ଏହି ମହୋତ୍ସବ ର ଶୁଭାରମ୍ଭ କରିଥିଲେ l ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର ର ଛାତ୍ରୀମାନେ ଶ୍ରୀ ଅନ୍ତର୍ଯ୍ୟାମୀ ମେହେରଙ୍କ ସଂଗୀତ ନିର୍ଦ୍ଦେଶନାରେ ସ୍ଵାଗତ ସଂଗୀତ ଗାନକରିଥିଲେ l ଭଟଲି ଓଏଭି ର ଛାତ୍ରୀ ଲିପ୍ସା ପଣ୍ଡା ଓ ଲେଣ୍ଡା ହାଇସ୍କୁଲ ର ଛାତ୍ରୀ ପ୍ରିୟା ମାଝୀ ତାଙ୍କର ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ଏଡିଇଓ ଛତ୍ରପତି ସାହୁ କୁତ୍ରିମ ବୁଦ୍ଧିମତ୍ତା ଉପରେ ତାଙ୍କର ଅଭିମତ ରଖିଥିଲେ। ମୁଖ୍ୟଅତିଥି ସୁଚନା ଓ ପ୍ରଯୁକ୍ତି ବିଦ୍ୟା ସମ୍ବନ୍ଧରେ ତାଙ୍କର ଅଭିଭାଷଣ ରେ କହିଥିଲେ। ଜିଲ୍ଲା ଶିକ୍ଷାଅଧିକାରୀ ବିଜ୍ଞାନର ଜୟଯାତ୍ରା ବିନାଶ ଦିଗ ଛାଡି ବିକାଶ ଦିଗରେ ଆଗେଇ ନେବା ପାଇଁ ଦିଗଦର୍ଶନ ଦେଇଥିଲେ। ବିଭିନ୍ନ ବିଭାଗରୁ ବିଜୟୀ ଛାତ୍ରଛାତ୍ରୀ ଯେଉଁମାନେ କି ବରଗଡ ଜିଲ୍ଲାରୁ ଜାତୀୟ ସ୍ତରରେ ପ୍ରତିନିଧିତ୍ଵ କରିଥିଲେ ତାଙ୍କୁ ପୁରସ୍କୃତ କରାଯାଇଥିଲା ଓ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ରେ ବିଜୟୀ ପ୍ରତିଯୋଗୀ ଆର୍ଯ୍ୟାନ୍ ପ୍ରଧାନ (ସ୍ବାସ୍ଥ୍ୟ), ସ୍ନେହା ସାହୁ (କୃଷି), ନିୟତି ନିହାରିକା ସାହୁ( ଜୀବନ ଶୈଳୀ), ପ୍ରଜ୍ଞା ଭାରତୀ ମିର୍ଦ୍ଧା ( ଗମନା ଗମନ ଓ ଯୋଗାଯୋଗ ) ଓ ନିଷେଧ ଜାଲ (ଗାଣିତିକ ଚିନ୍ତାଧାରା) ବିଭାଗ ରୁ ପୁରସ୍କୃତ ହୋଇ ରାଜ୍ୟସ୍ତରୀୟ ପ୍ରଦର୍ଶନୀ କୁ ଉନ୍ନୀତ ହୋଇଥିଲେ ଯାହା କି ଆସନ୍ତା ଜାନୁୟାରୀ ୫ ରୁ ୭ ତାରିଖ ବାରିପଦାଠାରେ ପ୍ରଦର୍ଶିତ ହେବ। ମଞ୍ଚ ପରିଚାଳନା କରିଥିଲେ ରାଜେଶ ଖମାରୀ, ଦ୍ଵାଦଶ ପ୍ରଧାନ ଓ ଭବାନୀଶଙ୍କର ଗଡତିଆ ପରିଶେଷରେ ଏଡିଇଓ ରାଧାକାନ୍ତ ଛତ୍ରୀ ଧନ୍ୟବାଦ୍ ଅର୍ପଣ କରିଥିଲେ।ଏହି ଜିଲ୍ଲା ସ୍ତରୀୟ ବିଜ୍ଞାନମେଳା ର ସଫଳତା ପ୍ରାଥମିକ ଶିକ୍ଷକ ସଂଘ, ମାଧ୍ୟମିକ ଶିକ୍ଷକ ସଂଘ, ବିଇଓ ଅଫିସ ର ସମସ୍ତ କର୍ମଚାରୀ, ଆୟୋଜକ କମିଟି ତଥା ଦେବେନ୍ଦ୍ର ଟେଣ୍ଟ କେନ୍ଦୁଭଟା, ଏନ୍ ସି ସି ଏବଂ ସ୍କାଉଟ୍ ଓ ଗାଇଡ ର ସ୍ୱେଚ୍ଛା ସେବକ ମାନଙ୍କ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ମନୋଭାବ ଯୋଗୁଁ ହିଁ ସମ୍ଭବ ହୋଇ ପାରିଥିଲା ।
ରାଜ୍ୟ
ଜିଲ୍ଲାସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ, ବିଜ୍ଞାନ ମେଳା ଓ ପ୍ରକଳ୍ପ ପ୍ରତିଯୋଗୀତା ଉଦଯାପିତ
- Hits: 322







