ପଦ୍ମପୁର :- ଲଖମରା ସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆଜି ଓଡିଶା ସରକାର ଙ୍କ ଦ୍ଵାରା ପ୍ରଯୋଜିତ ନୁଆଁ ଓଡିଶା ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ପର୍ଯାୟ କ୍ରମେ ଅନୁଷ୍ଠିତ ଏହି କ୍ରୀଡା, ସାଂସ୍କୃତିକ ଓ ସାମାଜିକ ସଚେତନତା କାର୍ଯ୍ୟକ୍ରମ ର ଶେଷ ପର୍ଯ୍ୟୟ ତଥା ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା, ସମ୍ମାନିତ ଅତିଥି ବରଗଡ ଟ୍ରଷ୍ଟ ଫଣ୍ଡ ମହାବିଦ୍ୟାଳୟ ର ଇତିହାସ ଅଧ୍ୟାପକ ଅଶୋକ ବେହେରା, ପାଇକମାଳ ବ୍ଲକ ଉପାଧ୍ୟକ୍ଷ ସଂଜୀବ ବରିହା, କାର୍ଯ୍ୟକ୍ରମ ର ନୋଡାଲ ଇନଚାର୍ଜ ଅଧ୍ୟାପକ ଧର୍ମେନ୍ଦ୍ର ଖମାରୀ,ଖେଳ ସଂଯୋଜକ ଅଧାପକ ମହେଶ୍ୱର ବଢ଼େଇ, ସାଂସ୍କୃତିକ ସଂଯୋଜକଅଧ୍ୟାପକ କେଶବ ଚନ୍ଦ୍ର ବାରିକ ପ୍ରମୁଖ ମଞ୍ଚାସୀନ ଥିଲେ l ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାଖ୍ୟ ବିଜୟ କୁମାର ମିଶ୍ର ସଭାରେ ସଭାପତିତ୍ୱ କରିଥିଲେ l ମଞ୍ଚାସୀନ ଅତିଥି ଗଣ ନିଜ ନିଜ ଅଭିଭାଷଣ ରେ ଏହି କାର୍ଯ୍ୟକ୍ରମ ରେ ଓଡିଶା ସରକାରଙ୍କ ଯୁବ ପ୍ରତିଭା ର ବିକାଶ ଓ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ କ୍ରୀଡା, ସାଂସ୍କୃତିକ , ଓ ସାମାଜିକ ବିକାଶ ଉପରେ ଗୁରୁତ୍ଵ ଦେଇଥିଲେ l ଅଦ୍ୟାପିକା କୁମୁଦିନୀ ଭୋଇ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅଧ୍ୟାପିକା ଭାରତୀ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ l ନବୀନ ଓଡିଶା କାର୍ଯ୍ୟକ୍ରମ ର ବିଭିନ୍ନ ପ୍ରତିଯୋଗିତା ର କୃତୀ ବିଦ୍ୟାର୍ଥୀ ଙ୍କୁ ମୁଖ୍ୟ ଅତିଥି ଟ୍ରଫି ସହ ପୁରସ୍କୃତ କରିଥିଲେ l
ରାଜ୍ୟ
ଲଖମରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୁଆଁ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ l
- Hits: 329







