ହେଡଲାଇନସ୍:

ବରଗଡ ଶିକ୍ଷାଜିଲ୍ଲା ଓ ନିଷ୍ଠା ପରିବାରର ମିଳିତ ଉଦ୍ୟମରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ଆଦିବାସୀ କଲ୍ୟାଣ ବିଭାଗର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ର ଅନ୍ୱେଷା ଖେଳ ପଡିଆଠାରେ ଜିଲ୍ଲାସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ,ବିଜ୍ଞାନମେଳା ଓ ପ୍ରକଳ୍ପ ପ୍ରତିଯୋଗୀତା ର ଦ୍ଵିତୀୟ ଦିବସରେ ନିଷ୍ଠା ପରିବାର ଓ ବରଗଡ ଶିକ୍ଷାଜିଲ୍ଲା ର ମିଳିତ ଉଦ୍ୟମରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ରେ ମୋଟ ୩୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ପଦ୍ମପୁର ବ୍ଲକ୍ ଶିକ୍ଷାଧିକାରୀ ଶ୍ରୀ ଲୋକନାଥ ଭୋଇ , ବରଗଡ ବ୍ଲକ୍ ଶିକ୍ଷାଧିକାରୀ ଶ୍ରୀମତୀ ସେବଶ୍ରୀ ଭୋଇ, ସୋହେଲା ବ୍ଲକ୍ ଶିକ୍ଷାଧିକାରୀ ଶ୍ରୀମତୀ ଅମୃତା ସାହୁ ଓ ଶିକ୍ଷକ ଦୟାସାଗର ସାହୁ ପ୍ରଥମେ ରକ୍ତଦାନ କରି ଏକ ଉଦାହରଣ ସୃଷ୍ଟି କରିବା ସହ ସମସ୍ତଙ୍କୁ ରକ୍ତଦାନ ମହତ୍ ଦାନ ସମ୍ପର୍କ ରେ ଉତ୍ସାହିତ କରିଥିଲେ। ରକ୍ତ ଦାନ ଶିବିର କୁ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଧିରୋଜ୍ ପଟ୍ଟନାୟକ, ପ୍ରମୋଦ ନାଥ, ଭବାନୀଶଙ୍କର ଗଡ଼ତିଆ , ପ୍ରିୟବ୍ରତ ସାହୁ, ଗୋକୁଳ ଗଡ଼ତିଆ ,ଅନୀଲ ସାବତ, ସୁଜିତ୍ ବିଶ୍ବାଳ ପରିଚାଳନା କରିଥିଲେ।ପ୍ରଦର୍ଶନୀ ର ପ୍ରଥମାର୍ଦ୍ଧରେ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କର ଭିଡ଼ ପରିଲକ୍ଷିତ ହୋଇଥିଲା। ବାଲ୍ ବୈଜ୍ଞାନିକ ମାନେ ତାଙ୍କର ପ୍ରକଳ୍ପ ସମ୍ବନ୍ଧ ରେ ପ୍ରାଞ୍ଜଳ ଭାବରେ ବୁଝାଉଥିଲେ। ସମସ୍ତ ପ୍ରକଳ୍ପ ଉଚ୍ଚକୋଟୀର ହେବା ସଙ୍ଗେ ଆକର୍ଷଣୀୟ ହୋଇଥିଲା। ବିଜ୍ଞାନମେଳା ପଡିଆର ସେଲଫି ପଏଣ୍ଟ ଠାରେ ଛାତ୍ରଛାତ୍ରୀ ମାନଙ୍କର ଭିଡ଼ ଜମିବା ସହ ଉତ୍ସାହିତ ହୋଇ ଫୋଟୋ ଉଠାଉଥିଲେ। ଏହି କାର୍ଯ୍ୟକ୍ରମର ସଫଳତା ପଛରେ ବିଜ୍ଞାନ ନିରୀକ୍ଷକ ଧୀରୋଜ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରାଜ ବୋଡାସମ୍ବର ପ୍ରାଥମିକ ଶିକ୍ଷକ ସଂଘ, ମାଧ୍ୟମିକ ଶିକ୍ଷକ ସଂଘ, ବି ଇ ଓ ଅଫିସ ର ସମସ୍ତ କର୍ମଚାରୀ,ସମସ୍ତ ସି ଆର ସି ସି ତଥା ଶ୍ରୀ ଜିତେନ୍ଦ୍ର ପଣ୍ଡା,ମୋହନ ରଣା,ଅନୀଲ ବେହେରା, ବୈଲୋଚନ ପ୍ରଧାନ ,ସୁବୋଧ ସାହୁ, ରେଣୁଧର ସାହୁ, କେଶବ ପ୍ରଧାନ, କ୍ଷୀରସିନ୍ଧୁ ସୁନା , ସଦାନନ୍ଦ ପୁରୋହିତ, ଭରତ ସାହୁ, ଟିକନୁ ସାହୁ,ଶାନ୍ତନୁ ସରାଫ, ଗୋପାଳଜୀ ପାଣିଗ୍ରାହୀ ପ୍ରମୁଖଙ୍କ ପ୍ରତ୍ୟକ୍ଷ ଅବଦାନ ରହିଛି। ଦ୍ଵିତୀୟ ଅଧିବେଶନରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କୃଷିରୁ କୃତ୍ରିମ ବୁଦ୍ଧିମତା(A I) ପର୍ଯ୍ୟନ୍ତ ସେମିନାର ଶ୍ରୀ ଦିଲ୍ଲୀପ କୁମାର ଧଳ (ବରିଷ୍ଠ ବିଜ୍ଞାନ ଶିକ୍ଷକ, ରେଙ୍ଗାଲି ଉଚ୍ଚ ବିଦ୍ୟାଳୟ ବଲାଙ୍ଗୀର )ଉପସ୍ଥାପନ କରିଥିଲେ। ଏହାକୁ ସଂଯୋଜନା କରିଥିଲେ ରାଜେଶ ଖମାରୀ ଓ ଦ୍ଵାଦଶ ପ୍ରଧାନ।ଏହାପରେ ଖୋଜ୍ ଟିମ୍ ଙ୍କ ଦ୍ଵାରା ବିଜ୍ଞାନ ପଛର ପ୍ରହେଳିକା କାର୍ଯ୍ୟକ୍ରମ ହୋଇଥିଲା।

0
0
0
s2sdefault