ହେଡଲାଇନସ୍:

68 ତମ ଜାତୀୟ ରେଳ ପୁରସ୍କାର ସମାରୋହରେ ଦୁଇଟି ସମ୍ମାନଜନକ ଜାତୀୟ ପୁରସ୍କାର ଗ୍ରହଣ କଲା ପୂର୍ବତଟ ରେଳପଥ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

● ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମା ରେଳ ମନ୍ତ୍ରୀଙ୍କ ଠାରୁ ବାଣିଜ୍ୟିକ ଏବଂ ସୁରକ୍ଷା ବିଭାଗରେ ଦୁଇଟି ସମ୍ମାନଜନକ ଦକ୍ଷତା ଶିଲ୍ଡ ଗ୍ରହଣ କଲେ |

● ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ପରିଚାଳନା ପ୍ରବନ୍ଧକ (ଡିଭିଜନାଲ ଅପରେସନ୍ ମ୍ୟାନେଜର) ଶ୍ରୀ ରାନ୍ଦି ମନୋଜ ବାବୁ ବ୍ୟକ୍ତିଗତ ଭାବେ "ଅତି ବିଶିଷ୍ଟ ରେଳ ସେବା ପୁରସ୍କାର" ଗ୍ରହଣ କଲେ |

● କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀରେ 68 ତମ ଜାତୀୟ ରେଳ ପୁରସ୍କାର ପ୍ରଦାନ କରିଛନ୍ତି |

ଭୁବନେଶ୍ୱର : ଜୋନାଲ ରେଳବାଇ, ଉତ୍ପାଦନ ୟୁନିଟ୍ ଏବଂ ପିଏସୟୁ ପାଇଁ 21 ଟି ଶିଲ୍ଡ ସହିତ ସେମାନଙ୍କର ଉଲ୍ଲେଖନୀୟ ସେବା ପାଇଁ ସାରା ଦେଶରେ 100 ରେଳ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଛି | ପୂର୍ବତଟ ରେଳପଥକୁ ଅନ୍ୟ ଜୋନାଲ ରେଳବାଇ ସହିତ ମିଳିତ ଭାବରେ ବାଣିଜ୍ୟିକ ଏବଂ ସୁରକ୍ଷା ବିଭାଗ କ୍ଷେତ୍ରରେ ଦୁଇଟି ସମ୍ମାନଜନକ ଦକ୍ଷତା ଶିଲ୍ଡ ପ୍ରଦାନ କରାଯାଇଅଛି | ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମାଙ୍କ ସହିତ ରେଳପଥର ପ୍ରମୁଖ ବାଣିଜ୍ୟିକ ପ୍ରବନ୍ଧକ ଶ୍ରୀ ଭି ଆର ଲେନିନ୍ ବାଣିଜ୍ୟ ବିଭାଗରେ ଦକ୍ଷତା ଶିଲ୍ଡ ଗ୍ରହଣ କରିଥିବାବେଳେ ପ୍ରମୁଖ ସୁରକ୍ଷା ଆୟୁକ୍ତ ଶ୍ରୀ ଆଲୋକ ବୋହରାଙ୍କ ସହ ସୁରକ୍ଷା ବିଭାଗ ପାଇଁ ଦକ୍ଷତା ଶିଲ୍ଡ ମାନ୍ୟବର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଠାରୁ ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଆୟୋଜିତ 68 ତମ ଜାତୀୟ ରେଳ ପୁରସ୍କାର ସମାରୋହରେ ସମ୍ମାନଜନକ ଜାତୀୟ ପୁରସ୍କାର ଗ୍ରହଣ କରିଛନ୍ତି |
ଏହା ବ୍ୟତୀତ, ପୂର୍ବତଟ ରେଳପଥକୁ ଗୋଟିଏ ବ୍ୟକ୍ତିଗତ ପୁରସ୍କାର "ଅତି ବିଶିଷ୍ଟ ରେଳ ସେବା ପୁରସ୍କାର" ମଧ୍ୟ ପ୍ରଦାନ କରାଯାଇ ଅଛି | ଖୋର୍ଦ୍ଧା ରୋଡ ରେଳ ମଣ୍ଡଳର ମଣ୍ଡଳ ପରିଚାଳନା ପ୍ରବନ୍ଧକ (ଡିଭିଜନାଲ ଅପରେସନ୍ ମ୍ୟାନେଜର) ଶ୍ରୀ ରାନ୍ଦି ମନୋଜ ବାବୁ ବ୍ୟକ୍ତିଗତ ଭାବେ "ଅତି ବିଶିଷ୍ଟ ରେଳ ସେବା ପୁରସ୍କାର"
ରେଳ ମନ୍ତ୍ରୀଙ୍କ ଠାରୁ ଗ୍ରହଣ କରିଛନ୍ତି |
ରେଳ କର୍ମଚାରୀଙ୍କ ମଧ୍ୟରେ ସର୍ବୋତ୍ତମ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ଆଜି (15 ଡିସେମ୍ବର, 2023) କେନ୍ଦ୍ର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ରେଳ କର୍ମଚାରୀଙ୍କୁ ନୂଆ ଦିଲ୍ଲୀ ସ୍ଥିତ ପ୍ରଗତି ମୈଦାନ ଠାରେ ଅବସ୍ଥିତ ଭାରତ ମଣ୍ଡପମ ଠାରେ ଅତି ବିଶିଷ୍ଟ ରେଳ ସେବା ପୁରସ୍କାର -୨୦୧୩ ପୁରସ୍କାର / ଶିଲ୍ଡ ପ୍ରଦାନ କରିଛନ୍ତି | ନିର୍ଦ୍ଦିଷ୍ଟ କ୍ଷେତ୍ରରେ ସର୍ବୋତ୍ତମ ପ୍ରଦର୍ଶନ ପାଇଁ ଜୋନାଲ ରେଳବାଇ / ପିଏସୟୁ ମାନଙ୍କୁ ମଧ୍ୟ ଦକ୍ଷତା ଶିଲ୍ଡ ପ୍ରଦାନ କରାଯାଇଅଛି |
ରେଳ, କୋଇଲା ଏବଂ ଖଣି ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ରାଓସାହେବ ପାଟିଲ ଦାନଭେ ଏବଂ ରେଳ ଓ ବୟନ ମନ୍ତ୍ରୀ ଶ୍ରୀମତୀ ଦର୍ଶନା ଜାରଦୋଶଙ୍କ ସହିତ ରେଳବାଇ ବୋର୍ଡ ଚେୟାରମ୍ୟାନ୍ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ବୋର୍ଡ ସଦସ୍ୟ ମାନେ, ସମସ୍ତ ଜୋନାଲ ରେଳବାଇର ମହାପ୍ରବନ୍ଧକ ମାନେ ତଥା ରେଳବାଇର ଉତ୍ପାଦନ ୟୁନିଟ୍ ଏବଂ ରେଳବାଇର ପିଏସୟୁ ଗୁଡିକର ମୁଖ୍ୟମାନେ ମଧ୍ୟ ଏହି ଉତ୍ସବରେ ଯୋଗଦାନ କରିଥିଲେ |
ମୋଟ ଉପରେ, ବିଭିନ୍ନ ଜୋନାଲ ରେଳ, ଉତ୍ପାଦନ ୟୁନିଟ୍ ଏବଂ ରେଳ ପିଏସୟୁର 100 ରେଳ କର୍ମଚାରୀଙ୍କୁ ଅତି ବିଶିଷ୍ଟ ରେଳ ସେବା ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ 21 ଟି ଦକ୍ଷତା ଶିଲ୍ଡ ଉଲ୍ଲେଖନୀୟ ସେବା ପାଇଁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା |

0
0
0
s2sdefault