ହେଡଲାଇନସ୍:

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ପିସି ଏବଂ ପିଏନଡିଟି ଉପଦେଷ୍ଟା କମିଟି ବୈଠକ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଳାହାଣ୍ଡିରୁ ରୋହିତ କୁମାର ନାଏକ:  ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କକ୍ଷ ରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତା ରେ ଜିଲ୍ଲାସ୍ତରୀୟ ପି ସି ଏବଂ ପି ଏନ୍ ଡି ଟି ଉପଦେଷ୍ଟା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ସି ଡ଼ି ଏମ ଓ କଳାହାଣ୍ଡି ଡ ସୁଚେତା ପାଣି ଜିଲ୍ଲା ରେ ପୂର୍ବ ଗର୍ଭ ଧାରଣ ଓ ଜନ୍ମ ପୂର୍ବରୁ ଲିଙ୍ଗ ନିରୂପଣ ସମ୍ବଧିୟ କାର୍ଯ୍ୟକ୍ରମରେ ନିଆଯାଇଥିବା ପଦକ୍ଷେପ ଓ ସ୍ଵୀକୃତି ଦେଇଥିବା ଅଲଟ୍ରା ସାଉଣ୍ଡ କ୍ଲିନିକ୍ ଉପରେ ସବିଶେଷ ତଥ୍ୟ ଦେଇଥିଲେ।ଜିଲ୍ଲାରେ ସରକାରୀ ସ୍ତରରେ ୪ ଟି ଭବାନୀପାଟଣା ଡାକ୍ତରଖାନା, ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା, କେସିଙ୍ଗା ଓ ଏମ ରାମପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ସହିତ ଘରୋଇ କ୍ଷେତ୍ରରେ ଭବାନୀପାଟଣାରେ ୯ ଟି , ଧର୍ମଗଡ ରେ ୫ ଟି, କେସିଙ୍ଗା ରେ ୨ ଟି, ଜୁନାଗଡ ରେ ୩ଟି, ନର୍ଲା ରେ ୧ ଟି ଏବଂ ଲାଞ୍ଜିଗଡ ରେ ୧ ଟି ଅଲଟ୍ରା ସାଉଣ୍ଡ ଡାକ୍ତର ସହ ଚାଲୁଅଛି।ଜିଲ୍ଲାପାଳ ଗୃହରେ ଶିଶୁ କନ୍ୟାର ହ୍ରାସ ଓ ଲିଙ୍ଗଗତ ଅସମାନତା କୁ ଦୂର କରିବାକୁ ହେଲେ ଭ୍ରୁଣ ହତ୍ୟା ଭଳି ଜଘନ୍ୟ ଅପରାଧ କରୁଥିବା ଅଲଟ୍ରା ସାଉଣ୍ଡ କ୍ଲିନିକ୍ ବିରୋଧ ରେ ପଦକ୍ଷେପ ନେବାକୁ ସି ଡି ଏମ ଓ ଙ୍କୁ କହିଥିଲେ। ଯେହେତୁ ଶିଶୁ କନ୍ୟାର ହ୍ରାସ ର ଏକ ପ୍ରମୁଖ କାରଣ ମା ଗର୍ଭ ରେ ଥିବା ଭ୍ରୁଣକୁ ନଷ୍ଟ କରିବା ଏବଂ ଏଥିପାଇଁ ବେଆଇନ ଲିଙ୍ଗ ନିରୂପଣ କରୁଥିବା ଅଲଟ୍ରା ସାଉଣ୍ଡ କ୍ଲିନିକ୍ କୁ ଅଭିନବ ଉପାୟରେ, କୌଶଳରେ ଅଚାନକ ଚଢ଼ାଉ ଏବଂ ଧରିବା ପାଇଁ ପଦକ୍ଷେପ ନେବାକୁ ଚଢାଉ ଟିମ୍ ର ସଦସ୍ୟଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ଏବଂ ଏଥିପାଇଁ ସଚେତନତା ସୃଷ୍ଟି, ବେଆଇନ ଲିଙ୍ଗ ନିରୂପଣ ବିଷୟରେ ଖବର ଦେବା ବ୍ୟକିଙ୍କ ପରିଚୟ ଗୋପନ ରଖିବାକୁ ସି ଡି ଏମ ଓ ଙ୍କୁ କହିଥିଲେ।ବୈଠକରେ ଏ ଡି ଏମ ଓ (ଏମ ଏସ) ଡ ରଞ୍ଜନ ମିତ୍ର,ଶିଶୁ ରୋଗ ବିଶେଷଜ୍ଞ ଡ ବିଜୟ କମ୍ପ, ଡି ପି ଏଚ୍ ସି ଓ ଭାରତୀ ବ୍ରହ୍ମା, ଡି ଆଇ ପି ଆର୍ ଓ ମନୋଜ ବେହେରାଙ୍କ ସମେତ ଦାପ୍ତା ,ସେବା ଜଗତ, ଜନ ସାହାଯ୍ୟ ସ୍ବେଛାସେବୀ ଅନୁଷ୍ଠାନର ପ୍ରତିନିଧି, ସ୍ବାସ୍ଥ୍ୟବିଭାଗ କର୍ମଚାରୀ ଉପସ୍ଥିତ ଥିଲେ।

0
0
0
s2sdefault