ହେଡଲାଇନସ୍:

ଓରମାସ-ଓଏମସି ନିଯୁକ୍ତିଭିତ୍ତିକ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆଗାମୀ ଦିନରେ ତାଲିମ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ: ଅତିରିକ୍ତ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଓଡ଼ିଶାର ଖଣିଜ ସମ୍ପଦ ଭରା ଜିଲ୍ଲାଗୁଡ଼ିକରେ ଏଣିକି ବେରୋଜଗାର ଯୁବବର୍ଗ ଆତ୍ମନିର୍ଭରଶୀଳ ହେବା ସହ ସେମାନଙ୍କ ପରିବାରର ସାମାଜିକ ଏବଂ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିପାରିବୋ ଏଥିପାଇଁ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ଥିବା ଓରମାସ୍ ଏବଂ ଓଡ଼ିଶା ଖଣି ନିଗମର ମିଳିତ ଆନୁକୂଳରେ ଆରମ୍ଭ ହୋଇଛି, ଖଣି ଅଞ୍ଚଳ ଯୁବବର୍ଗଙ୍କୁ ପାଇଁ ନିଯୁକ୍ତିଭିତ୍ତିକ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମା ଗୁରୁବାର ପୂର୍ବାହ୍ନରେ ଆଭାସି ମାଧ୍ୟମରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲାା ଯାଜପୁର, କେନ୍ଦୁଝର, ରାୟଗଡ଼ା, ସୁନ୍ଦରଗଡ଼ ଓ କୋରାପୁଟ ଆଦି ୫ଟି ଜିଲ୍ଲାର ଖଣି ଅଞ୍ଚଳର ବେରୋଜଗାର ଯୁବବର୍ଗଙ୍କୁ ବିଭିନ୍ନ ଟ୍ରେଡରେ ତାଲିମ ପ୍ରଦାନ କରି ବିଭିନ୍ନ ଘରୋଇ ସଂସ୍ଥାରେ ନିଯୁକ୍ତି ସୁଯୋଗ ଯୋଗାଇ ଦିଆଯିବାର ଲକ୍ଷ୍ୟ ରଖାଯାଇଛିା ଆଭାସି ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ସରକାରଙ୍କ ଖଣି ଏବଂ ଇସ୍ପାତ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ଡି. କେ. ସିଂହ କହିଥିଲେ ଯେ, ଏଭଳି ନିଯୁକ୍ତି ଭିତ୍ତିକ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମର ଏହା ଆରମ୍ଭ ମାତ୍ର, ଆଗକୁ ଏ ଦିଗରେ ଅଧିକ ଭିନ୍ନ ଭିନ୍ନ ଟ୍ରେଡ ବା କ୍ଷେତ୍ରରେ ଖଣି ଅଞ୍ଚଳର ଯୁବବର୍ଗଙ୍କୁ ତାଲିମ ପ୍ରଦାନ କରାଯିବା ସହ ନିଯୁକ୍ତି ସୁଯୋଗ ଯୋଗାଇ ଦିଆଯିବା ଯାହା କେବଳ, ସେମାନଙ୍କ ଦକ୍ଷତା ବିକାଶ କରିବ ତାହା ନୁହେଁ ବରଂ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଦିଗରେ ସହାୟକ ହେବା
କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନି ଯୋଗଦେଇ ନବାଗତ ପ୍ରଶିକ୍ଷାର୍ଥୀମାନଙ୍କ ସହିତ ଆଲୋଚନା କରିଥିଲୋ ତା'ସହ ଆଗାମୀ ଦିନରେ ତାଲିମ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ ବୋଲି ସେ ପ୍ରକାଶ କରିଥିଲୋ ଏହି କାର୍ଯ୍ୟକ୍ରମକୁ ଓରମାସ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୁହା ପୁନମ ତାପସ କୁମାର ପରିଚାଳନା କରିଥିଲୋ କାର୍ଯ୍ୟକ୍ରମରେ ଓରମାସ୍ର ବରିଷ୍ଠ ଅଧିକାରୀଙ୍କ ସହ ଖୋର୍ଦ୍ଧା, ଯାଜପୁର, କେନ୍ଦୁଝର, ସୁନ୍ଦରଗଡ଼, ରାୟଗଡ଼ା ଏବଂ କୋରାପୁଟ ଜିଲ୍ଲାର ବରିଷ୍ଠ ପ୍ରାଶାସନିକ ଅଧିକାରୀ, ଜିଲ୍ଲାସ୍ତରୀୟ ଓରମାସ ଅଧିକାରୀ, ତାଲିମ କେନ୍ଦ୍ର ପରିଚାଳନା କରୁଥିବା ବିଭିନ୍ନ ପି.ଆଇ.ଏ ସଂସ୍ଥାର ଅଧିକାରୀ, ତାଲିମ କେନ୍ଦ୍ର କର୍ମକର୍ତ୍ତା ଏବଂ ୨୫୦ରୁ ଅଧିକ ପ୍ରଶିକ୍ଷାର୍ଥୀ ଯୋଗଦେଇଥିଲୋ
ପ୍ରଥମ ପର୍ଯ୍ୟାୟରେ ସିଲାଇ ମେସିନ୍ ଅପରେଟର ଏବଂ ରିଟେଲ୍ ସେଲସ୍ ଆସୋସିଏଟ୍ ଟ୍ରେଡରେ ଯୁବକଯୁବତୀଙ୍କୁ ବିଭିନ୍ନ କେନ୍ଦ୍ରରେ ତାଲିମ ପ୍ରଦାନ ପରେ କର୍ମସଂସ୍ଥାନ ଯୋଗାଇ ଦିଆଯିବ ବୋଲି ଓରମାସ୍ ପକ୍ଷରୁ ସୂଚନା ଦିଆଯାଇଛିା ଏହି ଯୋଜନାରେ ଆସନ୍ତା ୩ ବର୍ଷ ମଧ୍ୟରେ ଯାଜପୁର, କେନ୍ଦୁଝର, ରାୟଗଡ଼ା, ସୁନ୍ଦରଗଡ଼ ଓ କୋରାପୁଟ ଜିଲ୍ଲା ଖଣି ଅଞ୍ଚଳର ୧୮ରୁ ୩୫ ବର୍ଷ ବୟସ୍କ ୩୦୦୦ ବେରୋଜଗାର ଯୁବକଯୁବତୀଙ୍କୁ ଦୁଇଟି ମୁଖ୍ୟ ଟ୍ରେଡ ସିଲାଇ ମେସିନ ଅପରେଟର ଏବଂ ସେଲସ ଆସୋସିଏଟ ସହିତ କମ୍ପ୍ୟìଟର, ସଫଟ ସ୍କିଲ, ସାଧାରଣ ଜ୍ଞାନ, ସ୍ପୋକେନ ଇଂଲିଶ ଓ ଫିଟନେସ ଆଦି ଟ୍ରେଡରେ ସମ୍ପୂର୍ଣ୍ଣ ମାଗଣା ଦକ୍ଷତା ବିକାଶ ତାଲିମ ପ୍ରଦାନ କରି ବିଭିନ୍ନ ଘରୋଇ ସଂସ୍ଥାରେ ନିଯୁକ୍ତି ଦିଆଯିବାର କାର୍ଯ୍ୟକ୍ରମ ରହିଛିା ଓରମାସ୍ର ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ସୁବାସ ଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲୋ

0
0
0
s2sdefault