ହେଡଲାଇନସ୍:

ଦ୍ବିତୀୟ ଦିନରେ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା l

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ଆର୍ ବି ହାଇସ୍କୁଲ ପଡିଆରେ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ସଫଳ ଭାବରେ ଚାଲିଛି। ଆଜି ଦ୍ବିତୀୟ ଦିନରେ ପଦ୍ମପୁର ଉପ- ଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପଟେଲ ମୁଖ୍ଯଅତିଥି ରୂପେ ଯୋଗଦେଇଥିଲେ । ମୁଖ୍ଯ ଜିଲ୍ଲା କୃଷି ଅଧିକାରୀ ଅମୀୟ କୁମାର ସାହୁ ସମସ୍ତଙ୍କୁ ଆଜିର ସଭାକୁ ସ୍ବାଗତ କରିଥିଲେ । ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିନାୟକ ମିଶ୍ର ଙ୍କ ପରିଚାଳନାରେ ଏକ ବୈଷୟିକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଏଡିଭିଓ ବିରୁପାକ୍ଷ ନାୟକ, ଏସଡିଭିଓ ଚନ୍ଦ୍ରକାନ୍ତ ପାଟ୍ଟଯୋଶୀ, ଏଡିଏଓ ରବିନାରାୟଣ ସେନାପତି, ବନ ଅଧିକାରୀ ସୂରଜ ଜଗଦଲା, ଏଡିଏଚ୍ ଗୋବିନ୍ଦ ପଧାନ, କୃଷି ବୈଜ୍ଞାନିକ ଯାଜ୍ଞସିନୀ ବିଶ୍ବାଳ, ଏଇଇ ସ୍ବରାଜ ଦାସ ଆଦି ଅଧିକାରୀ ମାନେ ଯାନ୍ତ୍ରିକ କୃଷି ଓ ଜୈବିକ କୃଷି ଆଦି ବିଷୟରେ ଆଲୋଚନା କରିଥିଲେ। କେଉଁ ଭଳି ଭାବେ କୃଷକ ମାନେ ବିଭିନ୍ନ ଯନ୍ତ୍ରପାତିର ବ୍ଯବହାର କରି ଅଧିକ ଉତ୍ପାଦନକ୍ଷମ ହୋଇପାରିବେ ସେ ଉପରେ ସବିଶେଷ ଆଲୋଚନା ହୋଇଥିଲା । ଏହାପରେ ପ୍ରଶ୍ନୋତ୍ତର କାର୍ଯ୍ଯକ୍ରମ ମାଧ୍ଯମରେ କୃଷକମାନେ ନିଜନିଜର ସନ୍ଦେହ ମୋଚନ କରିଥିଲେ। ଆଜି ବିଭିନ୍ନ ଅଞ୍ଚଳର କୃଷକ ମାନେ ମେଳାକୁ ଆସି ସମସ୍ତ କୃଷି ଯନ୍ତ୍ରପାତି ବିଷୟରେ ବୁଝି ବୁକିଂ କରିଥିଲେ ଓ ଆଲୋଚନା ଚକ୍ରରେ ଭାଗ ନେଇଥିଲେ।

0
0
0
s2sdefault