ହେଡଲାଇନସ୍:

ଦିବ୍ୟାଙ୍ଗମାନଙ୍କ ନିମନ୍ତେ କାର୍ଯ୍ୟ ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରକୁ ମିଳିଲା ସମ୍ମାନଜନକ ଗ୍ରୀନଟେକ୍ ସିଏସ୍ଆର ଇଣ୍ଡିଆ ପୁରସ୍କାର ୨୦୨୩

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ / ଭୁବନେଶ୍ୱର- ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି) କୁ ଭିନ୍ନକ୍ଷମଙ୍କ ପୁନଃଥଇଥାନ ଏବଂ ସଶକ୍ତିକରଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ମାନଜନକ ଗ୍ରୀନଟେକ୍ ସିଏସ୍ଆର ଇଣ୍ଡିଆ ପୁରସ୍କାର ୨୦୨୩ ରେ ସମ୍ମାନିତ କରାଯାଇଛି । ପ୍ରଭାବଶାଳୀ ସିଏସ୍ଆର ପଦକ୍ଷେପ ମାଧ୍ୟମରେ ଅଧିକ ଅନ୍ତର୍ଭୂକ୍ତି ସମାଜ ଗଠନ ପାଇଁ ଜେଏସପି ର ପ୍ରତିବଦ୍ଧତାକୁ ସ୍ୱୀକୃତି ଦେଇ ଗ୍ରୀନଟେକ୍ ଫାଉଣ୍ଡେସନ୍ ଦ୍ୱାରା ଏହି ପ୍ରତିଷ୍ଠିତ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଏହି ପୁରସ୍କାର ନିମନ୍ତେ ଜେଏସପି ଏବଂ ଜେଏସପି ଫାଉଣ୍ଡେସନକୁ ଅଭିନନ୍ଦନ ଜଣାଇବା ସହିତ ଶ୍ରୀମତୀ ଶାଲୁ ଜିନ୍ଦଲ (ଚେୟାରପର୍ସନ୍, ଜେଏସପି ଫାଉଣ୍ଡେସନ) କହିଛନ୍ତି ଯେ, “ଏହି ସମ୍ମାନଜନକ ପୁରସ୍କାର ପାଇ ଆମେ ବହୁତ ଉତ୍ସାହିତ । ଆମେ ଅନ୍ତର୍ଭୂକ୍ତିକରଣ କାର୍ଯ୍ୟକ୍ରମର ପରିବର୍ତ୍ତନଶୀଳ ଶକ୍ତିରେ ବିଶ୍ବାସ କରୁ ଏବଂ ଏହି ସମ୍ମାନ ଏକ ଅନ୍ତର୍ଭୂକ୍ତି ସମାଜ ଗଠନ ପାଇଁ ଆମର ନିରନ୍ତର ପ୍ରତିବଦ୍ଧତାର ସ୍ୱୀକୃତି” । ଏହି ସମ୍ମାନ ପାଇଁ ସେ ଜୁରୀ ସଦସ୍ୟ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଜେଏସପି, ଏହାର ସାମାଜିକ ସଂସ୍ଥା, ଜେଏସପି ଫାଉଣ୍ଡେସନ୍, ମାଧ୍ୟମରେ, ୨୦୦୯ ମସିହାରୁ ଓଡ଼ିଶା, ଛତିଶଗଡ ଏବଂ ଝଡ଼ଖଣ୍ଡରେ ଜିନ୍ଦଲ ଆଶା (ପୂର୍ବରୁ ଆଶା ଦି ହୋପ ଭାବରେ ଜଣାଶୁଣା) ପରିଚାଳନା କରୁଛି । ପ୍ରାରମ୍ଭିକ ସେବା, ଫିଜିଓଥେରାପି, ଅକୁପେସନାଲ୍ ଥେରାପି, ସ୍ପେଶାଲ ଏଜୁକେସନ, ସ୍ପିଚ୍ ଥେରାପି ଏବଂ ଅଡିଓମେଟ୍ରୀ, ସଙ୍ଗୀତ ଏବଂ ମନୋରଞ୍ଜନ ଥେରାପି, କାଉନ୍ସେଲିଂ ଓ ମାର୍ଗଦର୍ଶନ ସେବା ଏବଂ ଦକ୍ଷତା ବିକାଶ ତାଲିମ ପରି ବିଭିନ୍ନ ପୁନର୍ବାସ ସେବା ମାଧ୍ୟମରେ ସମ୍ମାନଜନକ ଜୀବନଯାପନ କରିବା ନିମନ୍ତେ ଏହି କେନ୍ଦ୍ର ଗୁଡିକ ଦିବ୍ୟାଙ୍ଗ ମାନଙ୍କ ପାଇଁ ସହାୟକ ହୋଇ ପାରିଛନ୍ତି । ଏହି କେନ୍ଦ୍ର ମାଧ୍ୟମରେ ୫୫୦୦ରୁ ଅଧିକ ଭିନ୍ନକ୍ଷମ ପିଲାମାନେ ଜ୍ଞାନଗତ, ସାମାଜିକ ଏବଂ ମାନସିକ ବିକାଶ, ଦକ୍ଷତା ବିକାଶ ପାଇଁ ସୁଯୋଗ ଏବଂ ସ୍ବତନ୍ତ୍ର ଶିକ୍ଷା ପାଇଁ ସହାୟତା ଗ୍ରହଣ କରିଛନ୍ତି । ଏହା ସହିତ ଏହି କେନ୍ଦ୍ର ଗୁଡିକ ଡେ-କେୟାର ମୋଡରେ ପ୍ରତିବର୍ଷ ପ୍ରାୟ ୨୫୦ ଭିନ୍ନକ୍ଷମ ପିଲାଙ୍କ ପାଇଁ ବିଭିନ୍ନ ପୁନର୍ବାସ ସେବା ପ୍ରଦାନ କରିଥାନ୍ତି । ପ୍ରତିବର୍ଷ, ଜେଏସପି ଫାଉଣ୍ଡେସନ ମଧ୍ୟ ନିୟମିତ ଭାବରେ ୧୦୦୦ରୁ ଅଧିକ ପିଲାଙ୍କୁ ସ୍ବାସ୍ଥ୍ୟ ଚିକିତ୍ସା ସହାୟତା, ଉପକରଣ ସହାୟତା ଏବଂ ପୁଷ୍ଟିକର ଖାଦ୍ଯ ସହାୟତା ପ୍ରଦାନ କରିଥାଏ।

ଗତ ବର୍ଷ କେନ୍ଦ୍ର କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ଜେଏସପିକୁ ଜାତୀୟ ପ୍ରାଥମିକତା କ୍ଷେତ୍ର (ଭିନ୍ନକ୍ଷମ ସହାୟତା) ସହିତ ଦୁଇଟି ଶ୍ରେଣୀରେ ଜାତୀୟ ସିଏସ୍ଆର ପୁରସ୍କାର ବିଜେତା ଘୋଷଣା କରିଥିଲା । ଭିନ୍ନକ୍ଷମ ମାନଙ୍କ ନିମନ୍ତେ କାର୍ଯ୍ୟ ପାଇଁ କମ୍ପାନୀକୁ ସିଏସ୍ଆର ଜର୍ନାଲ୍ ଏକ୍ସଲେନ୍ସ ଆୱାର୍ଡ ୨୦୨୨ ମଧ୍ୟ ପ୍ରଦାନ କରାଯାଇଥିଲା ।

 

0
0
0
s2sdefault