ହେଡଲାଇନସ୍:

ବାଲୁଗାଁ ମହାବିଦ୍ୟାଳୟରେ ଏନସିସି ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଲୁଗାଁ (ସେକ୍ କୌସର): ବାଲୁଗାଁ ମହାବିଦ୍ୟାଳୟର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ଏନସିସି ଦିବସ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏନସିସି ଅଫିସର ଲେଫ୍ଟନାଣ୍ଟ ଡକ୍ଟର ଅକ୍ଷୟ କୁମାର ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ ଏନସିସି ଦିବସରେ ପ୍ରଥମେ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ ଏନସିସି ପତାକା ଉତ୍ତୋଳନ କରିବା ପରେ କ୍ୟାଡେଟ ମାନଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇ ଦେଶ ମାତୃକାର ସେବା ପାଇଁ ଆଗେଇ ଆସିବାକୁ ଆହ୍ୱାନ ଜଣାଇଥିଲେ।ଏହାପରେ କ୍ୟାଡେଟ ମାନେ ବାଲୁଗାଁ କଲେଜରୁ ଶୋଭାଯାତ୍ରାରେ ବାହାରି ବାଲୁଗାଁ ବଜାର ଓ ଚିଲିକା କୂଳ ଠାରେ ପୁନିତ ସାଗର ଅଭିଯାନର ଅଂଶ ସ୍ୱରୂପ ପ୍ଲାଷ୍ଟିକ ମୁକ୍ତ ଚିଲିକା ଓ ପ୍ଲାଷ୍ଟିକ ମୁକ୍ତ ବାଲୁଗାଁ, ବେଟି ବଚାଓ, ବେଟି ପଢ଼ାଓ, ସ୍ଵଚ୍ଛ ଭାରତ ସୁନ୍ଦର ଭାରତ, ପକ୍ଷୀ ସୁରକ୍ଷା ଚିଲିକା ରକ୍ଷା, ଆଦି ଶୀର୍ଷକ ସ୍ଲୋଗାନ ଦେଇ ଓ ପଥ ପ୍ରାନ୍ତ ନାଟକ ପ୍ରଦର୍ଶନ କରି ଅଂଚଳରେ ସଚେତନତା ସୃଷ୍ଟି କରିଥିଲେ। ବରିଷ୍ଠ ଅଧ୍ୟାପକ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି, ଡକ୍ଟର କୈଳାଶ ଚନ୍ଦ୍ର ମହାରଣା,ଅଧ୍ୟାପିକା ରୀନା ରାଉତ ଯୋଗଦେଇ କ୍ୟାଡେଟ ମାନଙ୍କୁ ଉତ୍ସାହିତ କରିଥିଲେ l

0
0
0
s2sdefault