ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡ:-ତା.୨୨/୧୧-ସାମାଜିକ ଗଣମାଧ୍ୟମର ବିଭିନ୍ନ ପ୍ଲାଟଫର୍ମ ଯଥା ଫେସବୁକ, ଇନ୍ଷ୍ଟଗ୍ରାମ ଓ ଟ୍ୱିଟରରେ ବ୍ୟବହାର ଦ୍ୱାରା ସରକାରଙ୍କ ବିଭିନ୍ନ ଯୋଜନା ତଥା କାର୍ଯ୍ୟକ୍ରମ ବହୁଳ ପ୍ରଚାର ପ୍ରସାର ଏବଂ ଲୋକାଭିମୁଖୀ ହେବାର ପ୍ରୟାସ ନିମନ୍ତେ ଜିଲ୍ଲାପରିଷଦର ସମସ୍ତ ସମସ୍ତ ୩୦ଗୋଟି ଜିଲ୍ଲାପରିଷଦରୁ ରାୟଗଡ ଜିଲ୍ଲାକୁ ରାଜ୍ୟ ସରକାର ତୃତୀୟ ପୁରସ୍କାର ପ୍ରଦାନ କରିଛନ୍ତି l ଭୁବନେଶ୍ୱର ସ୍ଥିତ ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ପୁରସ୍କାରକୁ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଜିଲ୍ଲାପରିଷଦ, ନିହାର ରଞ୍ଜନ କହଁର ଗ୍ରହଣ କରିଥିଲେ l ଏହା ସହିତ ଅନୁରୂପ ଭାବରେ ରାଜ୍ୟର ୧୦ଗୋଟି ବ୍ଲକ ମଧ୍ୟ୍ୟରୁ ରାୟଗଡ ଜିଲ୍ଲାର ମୁନିଗୁଡା ଓ ଗୁଣୁପୁର ବ୍ଲକକୁ ପୁରସ୍କୃତ କରାଯାଇଛି l ଗତ ୧୮/୧୧/୨୦୨୩ ରେ ସିଡିଓ ଓ ବିଡ଼ିଓ ମାନଙ୍କ ରାଜ୍ୟ ସମିଳନୀରେ ପୁରସ୍କୃତ କରାଯାଇଥିଲା l
ରାଜ୍ୟ
ସୋସିଆଲ ମିଡ଼ିଆ, ଫେସବୁକ ଓ ଇନଷ୍ଟଗ୍ରାମ ବ୍ୟବହାର ପାଇଁ ରାୟଗଡ ଜିଲ୍ଲାକୁ ତୃତୀୟ ପୁରସ୍କାର l
- Hits: 176







