ହେଡଲାଇନସ୍:

ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷଙ୍କ ବଲାଙ୍ଗିର ଗସ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  •  ଭିନ୍ନକ୍ଷମ ସ୍ୱୟଂ ସହାୟକ ଗୋଷ୍ଠୀକୁ ୨ଟି ହୁଇଲଚେୟାର, ୨ଟି ଟ୍ରାଇ ସାଇକେଲ ସହାୟତା

  •  ମିସନ କ୍ଷମତା ଯୋଜନା ଆଧାରରେ ପଚାଶ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ

ଭୁବନେଶ୍ୱର:ବଲାଙ୍ଗିର ଜିଲ୍ଲାକୁ ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ଶ୍ରୀ ଅବନୀକାନ୍ତ ସାହୁ ତିନି ଦିନିଆ ମାରାଥନ ଗସ୍ତରେ ଯାଇ ପ୍ରଥମ ଦିନରେ ମାରାଥନ ଗସ୍ତରେ ପାଟଣାଗଡର ବିଭିନ୍ନ ଗ୍ରାମାଞ୍ଚଳ ପରିଦର୍ଶନ କରିଛନ୍ତିା ସେ ସରକାରଙ୍କ ବିଭିନ୍ନ ଜନ ଲ୍ୟାଣକାରୀ ଯୋଜନାଗୁଡିକର ସଫଳ କାର୍ଯ୍ୟକାରିତା ବାବଦରେ ଜନସାଧାରଣଙ୍କଠାରୁ ଅବଗତ ହୋଇଥିଲୋ ପ୍ରଥମ ଦିନରେ ସେ ବଣାଇମୁଣ୍ଡା ଅଙ୍ଗନାଡି କେନ୍ଦ୍ର-୨ ଏବଂ ଆଶ୍ରମ ସ୍କୁଲ ପରିଦର୍ଶନ କରି ମଧ୍ୟାନ ଭୋଜନ, ଓଜନ ମାପକ ଯନ୍ତ୍ର, ଛତୁଆର ମାନ ପରଖିଥିଲୋ ପିଲାଙ୍କ ସ୍ୱାସ୍ଥ୍ୟରେ ଖିଲାପି ନ କରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ତାଗିଦ କରିଥିଲେ ଏବଂ ପରେ ପରେ ବଣାଇମୁଣ୍ଡା ଅଙ୍ଗନାଡି କେନ୍ଦ୍ର-୨ରେ ଓଡିଶା ସରକାରଙ୍କ ଏନିମିଆ ମୁକ୍ତ ଲକ୍ଷ୍ୟ ଅଭିଯାନ(ଅମ୍ଳାନ) ବିଷୟରେ ବିଶଦ ଆଲୋଚନା କରି ଲୋକଙ୍କୁ ସଚେତନ କରିବା ସହ କାର୍ଯ୍ୟକ୍ରମର ସ୍ଥିତି ପରଖିଥିଲୋ ଏହାପରେ ସେ ବଥ୍ରଲା ଗ୍ରାମ ପଞ୍ଚାୟତର ଦୁଇଟି ଭିନ୍ନକ୍ଷମ ସ୍ୱୟଂ ସହାୟକ ଗୋଷ୍ଠୀକୁ ୨ଟି ହୁଇଲଚେୟାର, ୨ଟି ଟ୍ରାଇ ସାଇକେଲ ଏବଂ ମିସନ କ୍ଷମତା ଯୋଜନା ଆଧାରରେ ପଚାଶ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଥିଲୋ
ଏହାପରେ ଶ୍ରୀ ସାହୁ ହରିଶଙ୍କର ମନ୍ଦିର ପରିଦର୍ଶନ କରିବା ସହ ମନ୍ଦିର ବେଢ଼ା ପାଶ୍ୱର୍ବର୍ତ୍ତୀ କାମର ଅଗ୍ରଗତି ବିଷୟରେ ସମୀକ୍ଷା କରିଥିଲୋ ଅପରାହ୍ନରେ ପାଟଣାଗଡ ବ୍ଲକ ଅଫିସ ସମ୍ମିଳନୀ କକ୍ଷରେ ଅଧିକାରୀଙ୍କ ସହ ବିଭିନ୍ନ ଯୋଜନାର ବ୍ଲକ ସ୍ତରୀୟ ସମୀକ୍ଷା ବୈଠକ କରିଥିଲୋ ଏହି ଗସ୍ତବେଳେ ତାଙ୍କ ସହ ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି, ରାଜ୍ୟ ଖାଦ୍ୟ ଆୟୋଗର ସଦସ୍ୟ ପ୍ରିୟବ୍ରତ ସାମନ୍ତରାୟ, ପ୍ରେମଶିଳା କେରକେଟା, ଆସିଷ୍ଟାଣ୍ଟ ସେକ୍ସନ ଅଫିସର ଅନୁପମ ହୋତା, ପାଟଣାଗଡ ଉପ-ଜିଲ୍ଲାପାଳ ବିଜୟାନନ୍ଦ ସେଠୀଙ୍କ ସମେତ ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲୋ

 

0
0
0
s2sdefault