ହେଡଲାଇନସ୍:

ଗୋଷ୍ଠି ସହଭାଗିତାରେ ବିଦ୍ୟାଳୟର ଗୁଣାତ୍ମକ ବିକାଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସାରା ରାଜ୍ୟରେ ସମସ୍ତ ବିଦ୍ୟାଳୟରେ ଅଭିଭାବକ - ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା / ବିଦ୍ୟାଳୟ ପରିଚାଳନା ଏବଂ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୨/୧୧/୨୦୨୩: ଆଜି ରାଜର ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ବିଦାଳୟରେ (ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ) ଅଭିଭାବକ - ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା / ବିଦ୍ୟାଳୟ ପରିଚାଳନା ଏବଂ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛିା ୨୦୨୩-୨୪ ଶିକ୍ଷା ବର୍ଷର ଏହା ହେଉଛି ତୃତୀୟ ପି.ଟି.ଏମ ବୈଠକା
ଏଥିରେ ସମସ୍ତ ଅଭିଭାବକ, ଏସ.ଏମ୍.ସି. ଓ ଏସ.ଏମ, ଡିସିର ସଦସ୍ୟମାନେ ଯୋଗଦାନ କରିଥିଲୋ ଏହି ବୈଠକ ୨ଘଣ୍ଟା ବ୍ୟାପି ସମସ୍ତ ବିଦ୍ୟାଳୟରେ ଚାଲୁ ରହିଥିଲାା ବିଶେଷକରି "ମୁଖମନ୍ତ୍ରୀ ଶିକ୍ଷା ପୁରସ୍କାର' ବିଷୟରେ ବିଶଦଭାବରେ ଆଲୋଚନା କରାଯାଇଥିଲାା ବିଦ୍ୟାଳୟରେ ଅନୁଷ୍ଠିତ Summative Assessment-I ରେ ପିଲାମାନଙ୍କର ଉପଲବ୍ଧିକୁ ଅଭିଭାବକମାନଙ୍କୁ ଅବଗତ କରାଯାଇଥିଲାା ଶିକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କର ସର୍ବାଙ୍ଗୀନ ବିକାଶ କରିବା ଓ ରାଜ୍ୟ ସରକାରଙ୍କ ତରଫରୁ ଛାତ୍ରଛାତ୍ରୀମାନଙ୍କର ଉନ୍ନତି ନିମନ୍ତେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ବନ୍ଧରେ ଉକ୍ତ ବୈଠକରେ ଆଲୋଚନା ହୋଇଥିଲାା
ପରିଶେଷରେ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ବିଭିନ୍ନ ଗଠନମୂଳକ ପ୍ରସ୍ତାବ ଅଭିଭାବକମାନଙ୍କ ଠାରୁ ଆହ୍ୱାନ କରାଯାଇଥିଲାା ଏହି ବୈଠକରେ ପ୍ରାୟତଃ ୬୦ ପ୍ରତିଶତ ରୁ ଅଧିକ ଅଭିଭାବକମାନେ ଯୋଗଦେଇଥିଲୋ
ବିଦ୍ୟାଳୟ ଶିକ୍ଷାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ତଥା ଗୋଷ୍ଠୀ ଓ ବିଦ୍ୟାଳୟରେ ଏକ ନିରନ୍ତର ସମ୍ପର୍କ ସ୍ଥାପନ କରିବା ଓ ଛାତ୍ରଛାତ୍ରୀମାନଙ୍କର ଶିକ୍ଷଣ ଉପଲବ୍ଧିକୁ ନିଶ୍ଚିତ କରିବାର ଏହା ଏକ ମାଧ୍ୟମ ଅଟୋ

0
0
0
s2sdefault