ବରଗଡ଼ :- ଆଉ ମାତ୍ର କିଛି ମାସ ରହିଲା ସାଧାରଣ ନିର୍ବାଚନ କୁ । 2024 ସାଧାରଣ ନିର୍ବାଚନ ପାଇଁ ଇତି ମଧ୍ୟରେ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ବେଳେ , ରାଜ୍ୟ ସାରା ସମସ୍ତ ବିଧାନସଭା ଅଂଚଳରେ ବିଜୁ ଜନତା ଦଳର ପ୍ରସ୍ତୁତି ସବୁଠାରୁ ଆଗରେ ଅଛି । ମୁଖ୍ୟମନ୍ତ୍ରୀ ଙ୍କର ଜନହିତକର ଯୋଜନ ସହିତ କେନ୍ଦ୍ରର ବୈମାତୃକ ମନୋଭାବ ସତ୍ୱେ ବିଭିନ୍ନ କ୍ଷେତ୍ରରେ ରାଜ୍ୟର ଅଗ୍ରଗତି , ରାଜ୍ୟ ବାସୀ ଙ୍କର ହିତ ପାଇଁ ସରକାର ଙ୍କର ଦ୍ୱାରା କରାଯାଇଥିବା ଅନେକ ସଫଳ ପ୍ରୟାସ ସହିତ ରାଜ୍ୟରେ ହୋଇଥିବା ଓ ହେଉଥିବା ବିକାଶ କୁ ନେଇ ବିଜୁ ଜନତା ଦଳ ଲୋକଙ୍କ ପାଖକୁ ଯାଉଛି । ଦଳକୁ ତୃଣମୂଳ ସ୍ତରରେ ଆହୁରି ବେଶୀ ସୁଦୃଢ଼ କରବା ପାଇଁ ତଥା ଯୁବକ ମାନଙ୍କୁ ଆଗକୁ ଆଣିବା ପାଇଁ ଇତି ମଧ୍ୟରେ ଦଳ ତରଫରୁ ଜୋରଦାର ପ୍ରୟାସ ଆରମ୍ଭ କରାଯାଇଛୋ । ଏଥିରେ ଟିଲେମାତ୍ର ସନ୍ଦେହ ନାହିଁ ଯେ ନିଜ ଅଞ୍ଚଳ ସହିତ ଦେଶ ଓ ରାଜ୍ୟର ବିକାଶକୁ ଆଗେଇ ନେବାରେ ଯୁବକ ମାନଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ଅଟେ। ବିଜୁ ହନତା ଦଳର ସୁପ୍ରିମୋ ତଥା ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦା ସର୍ବଦା ଯୁବ ଗୋଷ୍ଠୀଙ୍କୁ ଗୁରୁତ୍ବ ଦେଇ ଆସୁଥିବା ବେଳେ ଯୁବକ ମାନଙ୍କୁ ଉତ୍ସାହିତ କରିବା ପାଇଁ ଅନେକ ଯୋଜନା ନିଜ ହାତକୁ ନେଇ ତୃଣମୂଳ ସ୍ତରରେ ତାହା କାର୍ଯ୍ୟକାରୀ ମଧ୍ୟ କରିଛନ୍ତି । ଖେଳ କୁ ପ୍ରୋତ୍ସାହିତ କରିବା ହେଉ କି ଓଡିଶା ମୋ ପରିବାର ର ଜୀବନବିନ୍ଦୁ କାର୍ଯକ୍ରମ ମାଧ୍ୟମ ରେ ରକ୍ତଦାନ ଭଳି ମହତକାର୍ଯ୍ୟ ଆଦି ସମସ୍ତ କାର୍ଯରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଯୁବସମାଜ କୁ ସଠିକ ଦିଗଦର୍ଶନ ଦେଇ ତାଙ୍କର କାର୍ଯକୁ ପ୍ରୋତ୍ସାହିତ କରି ଆସୁଛନ୍ତି । ଏଥିରେ ସନ୍ଦେହ ନାହିଁ ଯେ ଯୁବ ସମାଜ ସବୁବେଳେ , ସବୁକ୍ଷେତ୍ରରେ ନିଜର ଉପସ୍ଥିତି ଜାହିର ଜରିବାରେ ସକ୍ଷମ ଅଟନ୍ତି ।
ଯୁବ ସମାଜ ନିଜ ଦଳକୁ ଆକୃଷ୍ଟ ଜରିବା ପାଇଁ ସମସ୍ତ ଦଳ ମାନଙ୍କ ପ୍ରୟାସ ରହିଥାଏ । ପଦ୍ମପୁର ନିର୍ବାଚନ ମଣ୍ଡଳୀ ରେ ବର୍ତ୍ତମାନ ଅଧିକାଂଶ ଯୁବକ ମାନେ ବିଜୁ ଜନତା ଦଳ ସହିତ ଯୋଡି ହୋଇଛନ୍ତି ବା ଯୋଡି ହେବା ପାଇଁ ଚାହୁଁଥିବା ବେଳେ ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଧାୟିକା ବର୍ଷା ସିଂ ବରିହାଙ୍କ ନିର୍ଦେଶ ରେ କ୍ ପାଇକମାଲ ବ୍ଳକ ଚର୍ଦାପାଲି ର ବରିହାପଡ଼ା କଲ୍ୟାଣ ମଣ୍ଡପ ଠାରେ ବିଜୁ ଯୁବ ଜନତାଦଳ ପାଇକମାଲ ବ୍ଳକ ତରଫରୁ ଯୁବ ସଭାପତି ଗୌତମ ସିଂ ଙ୍କ ଅଧ୍ୟକ୍ଷତା ରେ ଏକ ପ୍ରସ୍ତୁତି ବୈଠକ ବୈଠକ ର ଅୟୋଜନ କରାଯାଇଥିଲା । ସଭାପତି ଗୌତମ ସିଂ ଙ୍କର ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକ ରେ ବିଜୁ ଯୁବ ବ୍ଳକ ଉପସଭାପତି ମୁନିରାମ ଚାନ୍ଦ, ବିଜୁ ଜନତା ଦଳ ଚର୍ଦାପାଲି ପଞ୍ଚାୟତ ସଭାପତି ଗିରିଧାରୀ ବରିହା, ବିଜୁ ଯୁବ ଜନତାଦଳ ଚର୍ଦାପାଲି ପଞ୍ଚାୟତ ଯୁବ ସଭାପତି ଯଶୋବନ୍ତ ନାଏକ, ସରପଞ୍ଚ ପ୍ରତିନିଧି ଗଣେଶ ନାଏକ ଉପସ୍ଥିତ ରହି ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନ ପାଇଁ ବିଜୟର ରଣନୀତି ପ୍ରସ୍ତୁତ କରିବା ସହ ଆଗକୁ ଦଳକୁ ଆହୁରି ମଜବୁତ କରିବା ଏବଂ ବିଧାୟିକା ବର୍ଷା ସିଂ ବରିହାଙ୍କୁ ପୁଣି ଥରେ ବିଧାୟିକା ଭାବରେ ବିପୁଳ ଭୋଟ ରେ ବିଜୟୀ କରିବା ପାଇଁ ଯୁବକ ଭାଇ ତଥା କର୍ମୀବନ୍ଧୁ ମାନଙ୍କୁ ପରାମର୍ଶ ଦେବା ସହ ଅନ୍ୟାନ୍ୟ ଅନେକ ବିଷୟରେ ଆଲୋଚନା କରିଥିଲେ । ଏହି ସଭାରେ ଉକ୍ତ ପଞ୍ଚାୟତର ତଥା ଆଖ ପାଖର ଅଂଚଳର ଅନେକ ସାଧାରଣ ଲୋକ ତଥା ଦଳୀୟ କାର୍ଯକାର୍ତ୍ତ ଉପସ୍ଥିତ ଥିଲେ ।
ରାଜ୍ୟ
ଯୁବ ସମାଜ ର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ :- ଗୌତମ ସିଂ
- Hits: 179







