ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ପାଇକମାଲ ପେକ୍ସ ଅଧୀନରେ ଥିବା ମାଣ୍ଡିଆଢିପା ଓ ଝିଟିକି ଧନ ମଣ୍ଡି କୁ ଆଜି ଚାଷୀ ଭାଇ ମାନଙ୍କ ଧାନ ଖରିଦ୍ ପାଇଁ ବିଧିବଦ୍ଧ ଭାବରେ ଖୋଲି ଦିଅ ଯାଇଛି । ପାଇକମାଲ ପେକ୍ସ ର ସଭାପତି ଶ୍ରୀ ବିଜୟ କୁମାର ସ୍ୱାଇଁ ଙ୍କର ଦ୍ୱାରା , ସମ୍ପାଦକ ରମେଶ କୁମାର ସାହୁ ତଥା ଆର ଏମ ସି ର ଅନେକ କର୍ମଚାରୀ ତଥା ଅନେକ ସଂଖ୍ୟକ ଚାଷୀ ଭାଇ ମାନଙ୍କ ଉପସ୍ଥିତି ରେ ଆଜି ଏହି ମଣ୍ଡି ଦ୍ବୟ କୁ ଆରମ୍ଭ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଝିଟିକି ମଣ୍ଡି ରେ ଧାନ ବିକ୍ରି ପାଇଁ ସମୁଦାୟ 1290 ଜଣ ଓ ମାଣ୍ଡିଆଢିପା ମଣ୍ଡି ରେ ଧାନ ବିକ୍ରି ପାଇଁ 673 ଜଣ ଚାଷୀ ପଞ୍ଜିକରଣ କରିଥିବା ସୂଚନା ପ୍ରଦାନ କରିଛନ୍ତି ସଂପାଦକ ଶ୍ରୀ ରମେଶ କୁମାର ସାହୁ ।।
ରାଜ୍ୟ
ଖୋଲିଲା ଆହୁରି ଦୁଇ ମଣ୍ଡି
- Hits: 187







