ଭୁବନେଶ୍ୱର:- ଭାରତ ସରକାରଙ୍କ ଅଧିନସ୍ତ ଇଣ୍ଡିଆନ ରିନୱେଲ ଏନର୍ଜି ଡେଭଲପ୍ମେନ୍ଟ ଏଜେନ୍ସି ଲିମିଟେଡ୍ ନିଜର ଆଇପିଓର ଆରମ୍ଭ କରିଛି । ଏହା ଚଳିତ ମାସ ୨୩ ରେ ସମାପ୍ତ ହେବ । ନିବେଶକମାନେ ୪୬୦ ଇକ୍ୱିଟି ସେୟାର ଏବଂ ୪୬୦ ମଲ୍ଟିପୁଲ୍ ଇକ୍ୱିଟି ସେୟାର କିଣିପାରିବେ । ଆଇଆରଇଡିଏ ହେଉଛି ଏକ ଆର୍ଥିକ ସଂସ୍ଥା ଯାହାର ନୂତନ ଏବଂ ଅକ୍ଷୟ ଶକ୍ତି ପ୍ରକଳ୍ପ, ତଥା ଶକ୍ତି ଦକ୍ଷତା ଏବଂ ସଂରକ୍ଷଣ ପ୍ରକଳ୍ପ ପାଇଁ ଆର୍ଥିକ ସହାୟତା ପ୍ରୋତ୍ସାହନ, ବିକାଶ ଓ ବିସ୍ତାର କରିବାରେ ୩୬ ବର୍ଷର ଅଭିଜ୍ଞତା ରହିଛି । ଏହା ମଧ୍ୟ ଭାରତର ପିଓର-ପ୍ଲେ ଗ୍ରୀନ ଫାଇନାନସିଂ ଏନ୍ବିଏଫ୍ସି । ଆଇଆରଇଡିଏ ହେଉଛି ଆଇଏଫ୍ଏସ୍ସି ଏକ୍ସଚେଞ୍ଜରେ ତାଲିକାଭୁକ୍ତ ଭାରତର ପ୍ରଥମ ଡେବ୍ଟ ସିକୁ୍ୟରିଟି (ଗ୍ରୀନ ମସାଲା ବଣ୍ଡ) ପ୍ରଦାନକାରୀ ସଂସ୍ଥା । ଆଇଆରଇଡିଏର ମୁମ୍ବାଇ, ହାଇଦ୍ରାବାଦ, ଚେନାଇ ଓ ଭୁବନେଶ୍ୱର ଆଦି ସ୍ଥାନରେ ଶାଖା କାର୍ଯ୍ୟାଳୟ ରହିଛି ।
ରାଜ୍ୟ
ଆଇଆରଇଡିଏ ଲିମିଟେଡର ଆଇପିଓ ଆରମ୍ଭ
- Hits: 221







