ହେଡଲାଇନସ୍:

ଖରାମାଲ ଠାରେ ବିଜେଡ଼ି ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ l

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର :- ଜାମସେଠ ପଞ୍ଚାୟତ ଅନ୍ତର୍ଗତ ଖରାମାଲ ଠାରେ ବିଜୁ ଜନତା ଦଳର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ପାଇକମାଲ ବ୍ଳକ୍ ଯୁବ ବିଜେଡି ସଭାପତି ଗୌତମ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ କର୍ମୀ ମାନଙ୍କ ସହ ଆଲୋଚନା କରିବା ସହିତ ଆଗାମୀ ଦିନରେ ସଂଗଠନ କିପରି ଭାବେ ଆହୁରି ମଜଭୁତ କରିବା ପାଇଁ ଆହ୍ଵାନ ଦେଇଥିଲେ l ସମ୍ମାନିତ ଅତିଥି ଭାବେ ପାଇକମାଲ ବ୍ଳକ୍ ଯୁବ ବିଜେଡ଼ି ଉପସଭାପତି ଶରତ ତାଣ୍ଡି, ଭୋଜରାଜ ଭୋଇ, ମୁନିରାମ ଚାନ୍ଦ, ଲାଲା ସାହୁ, ସରପଞ୍ଚ ଆର୍ତ୍ତତ୍ରାଣ ସାହୁ, ଦେବାଶିଷ ପଟ୍ଟନାୟକ, ଅଜୟ ସେଠ୍ ଓ ଘନ ସୂପକାର ଯୋଗଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଶତାଧିକ ବିଜେଡି କର୍ମୀ ଉପସ୍ଥିତ ଥିଲେ l

0
0
0
s2sdefault