ହେଡଲାଇନସ୍:

ଅଧିକାରୀ ମାନଙ୍କ ଚରମ ଅବହେଳା, ଲାକ୍ରା ଙ୍କୁ ଝୁରୁଛି ଝାରବନ୍ଧ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 AEE ଓ AE ଙ୍କର କାର୍ଯରେ ଅସନ୍ତୁଷ୍ଟ ଜନସାଧାରଣ

ବରଗଡ :- ବରଗଡ଼ ଜିଲ୍ଲାର ଝାରବନ୍ଧ ବ୍ଲକ ଜିଲ୍ଲା ମୁଖ୍ୟାଳୟ ରୁ ହାରାହାରି 130 କିଲୋମିଟର ଦୂରରେ ଅବସ୍ଥିତ । ରାଜ୍ୟରେ ରହିଥିବା 20 ଗୋଟି ଦାଦନ ପ୍ରବଣ ବ୍ଲକ ମଧ୍ୟରେ ଝାରବନ୍ଧ ବ୍ଲକ ମଧ୍ୟ ରହିଛି । ଦାଦନ ପ୍ରବଣ ବ୍ଲକ ଗୁଡିକର ଉନ୍ନୟନ ପାଇଁ ସରକାର ଙ୍କର ତରଫରୁ ସ୍ୱତନ୍ତ୍ର ଭାବରେ ଅନେକ କାର୍ୟ୍ଯ ସମ୍ପାଦନ କରାଯାଉଛି । ଏହା ସହିତ ଗତ ଉପନିର୍ବାଚନ ପରେଳ ଲୋକଙ୍କ ଦାବି ମୁତାବକ , ଲୋକ ଙ୍କର ଦ୍ୱାରା ପ୍ରସ୍ତାବିତ କାର୍ୟ୍ଯ ଗୁଡ଼ିକ କରିବା ପାଇଁ , ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ପ୍ରତେକ ପଞ୍ଚାୟତ କୁ SPF ରୁ ସ୍ଵତନ୍ତ୍ର ଭାବରେ ଏକ କୋଟି ଟଙ୍କା ଲେଖାଏଁ ଅନୁଦାନ ପ୍ରାପ୍ତ ହୋଇ ସାରିଛି । SPF ରେ ହେବାକୁ ଥିବା କାର୍ୟ୍ଯ ଗୁଡିକ ର , ତୃଣମୂଳ ସ୍ତରରେ ସମୀକ୍ଷା କଲେ ଏହା ସ୍ପଷ୍ଟ ଭାବରେ ଜଣା ପଡୁଛି ଯେ , କାମ ଆରମ୍ଭ ତ ହୋଇଯାଇଛି ହେଲେ କାମ ର ଅଗ୍ରଗତି ଶୂନ୍ । ଯାହା ଫଳରେ ଦିନକୁ ଦିନ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।
କିଛି ବର୍ଷ ତଳେ ଏହି ଝାରବନ୍ଧ ବ୍ଲକ ରେ ବିଡିଓ ଥିଲେ ଶ୍ରୀ ରୁନୁ ଲାକ୍ରା । ଦୁର୍ଭାଗ୍ୟ ବଶତଃ ଶ୍ରୀ ଲାକ୍ରା ଙ୍କର ଦେହାନ୍ତ ହୋଇ ଯାଇଥିଲା । ଏହା ପରେ ବହୁ ବିଡିଓ ଆସିଲେ ଗଲେ । କିଛି ସମୟ ପାଇଁ ଦମୟନ୍ତି ସାହୁ ବିଡିଓ ଭାବରେ ଝାରବନ୍ଧ ରେ ବିଡ଼ିଓ ଭାବରେ ଥିଲେ । ତାଙ୍କ ପରେ ଝାରବନ୍ଧ ବ୍ଲକ ର କାମ ସମ୍ପୂର୍ଣ୍ଣ ଭାବରେ ଧିମେଇ ଯାଇଛି । ଏହା ସହିତକାର୍ଯ୍ୟ ସମ୍ପାଦନ ଦାୟିତ୍ୱରେ ଥିବା AEE , AE , JE , GPTA , ମାନଙ୍କର ଅପାରଗତା , ଅବହେଳା ଓ ଅକ୍ଷମତା କାରଣରୁ ଝାରବନ୍ଧ ଅଂଚଳରେ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।
ସରକାର ଅଞ୍ଚଳ ର ବିକାଶ କୁ ଗତି ପ୍ରଦାନ କରିବା ପାଇଁ ଅଜସ୍ର ଟଙ୍କା ଖର୍ଚ୍ଚ କରୁଛନ୍ତି ଓ ଖର୍ଚ୍ଚ କରିବା ପାଇଁ ପ୍ରସ୍ତୁତ ମଧ୍ୟ ଅଛନ୍ତି ହେଲେ ଅଧିକାରୀ ମାନଙ୍କ କାମ କରିବା ପାଇଁ ଟାଳଟୁଳ ମନୋଭାବ କାରଣ ରୁ ଆଜି SPF ରେ ହେଉଥିବା କାମ ର ଅଗ୍ରଗତି ମାତ୍ର ଶତକଡା 30 ରୁ 32 ପ୍ରତିଶତ ବୋଲି ଅଧିକାରୀ ମାନେ ରିପୋର୍ଟ ପ୍ରଦାନ କରୁଥିବାର ସୂଚନା ରହିଥିବା ବେଳେ , ତୃଣମୂଳ ସ୍ତରରେ କିନ୍ତୁ ଆହୁରି କମ
ଝାରବନ୍ଧ ରେ AEE ଭାବରେ ଅନୁପମ ବେହେରା କାର୍ଯରତ ଅଛନ୍ତି । ଲୋକେ କୁହନ୍ତି ସେ ମହାଶୟ କୁଆଡ଼େ ସବୁବେଳେ ଅଫିସର ଠାଣିରେ ରୁହନ୍ତି , ନିଜକୁ ବିଡିଓ ଙ୍କର ଠାରୁ ଉର୍ଦ୍ବରେ ଭାବୁଥିବା ଶ୍ରୀମାନ ବେହେରା ଉନ୍ନୟନ ମୂଳକ କାର୍ୟ୍ଯ କରୁଥିବା ବା କାର୍ଯ୍ୟ ପାଇଁ ସରଞ୍ଜାମ ଓ ସାମଗ୍ରୀ ଯୋଗାଇ ଦେଉଥିବା ଲୋକଙ୍କୁ ଖୁବ ହଇରାଣ କରନ୍ତି । ତାଙ୍କର ହେଡ କ୍ୱାଟର ଝାରବନ୍ଧ ହୋଇଥିଲେ ହେଁ ସେ କାର୍ଯରେ ଯୋଗ ଦେବା ଦିନ ଠାରୁ ପାଇକମାଲ ରେ ରୁହନ୍ତି । ତାଙ୍କର ଅଫିସର ପ୍ରବୃରି କୁ ନେଇ ବ୍ଲକ ରେ ସବୁବବଳେ ଅଶାନ୍ତି ର ବାତାବରଣ ରହିଛି । ଏହା ସହିତ ଝାରବନ୍ଧ , ଗୁଠୋଗୁଡା ଓ କୁମ୍ଭୀର ଦାଇତ୍ଵ ରେ ଥିବା AE ସ୍ୱାଧୀନ ଦାଶ ଙ୍କର ମଧ୍ୟ ସମାନ ଅବସ୍ଥା , AE ମହାଶୟ ମଧ୍ୟ ନିଜର କାମ ପରିବର୍ତେ ସବୁ ଜାମ କରନ୍ତି । ଭିତିରିଆ ସୂତ୍ରରୁ ମୀଲିଥିବା ସୂଚନା ଅନୁସାରେ AEE ଙ୍କୁ ପ୍ରତକ୍ଷ ଭାବରେ ପରିଚାଳନା କରୁଥିବା AE ମହାଶୟ ଅଧିକା କିଛି ଆଶାରେ , କୁଆଡେ AEE ଙ୍କର ବଦଳି କୁ ଅପେକ୍ଷା କରି ରହିଛନ୍ତି । AEE ଙ୍କର ବଦଳି ହେବା ପରେ ପୁରା ବ୍ଲକ ରେ ସେ ଏକାକୀ ରାଜ୍ କରିବେ ବୋଲି ତାଙ୍କର ଧାରଣା ରହିଛି । ଏହା ସହିତ ଅନ୍ୟ JE ଓ GPTA ମାନଙ୍କ କାର୍ୟ୍ଯ ରେ ମଧ୍ୟ ଲୋକ ସନ୍ତୁଷ୍ଟ ନୁହନ୍ତି । ଗୋଟିଏ କଥାରୁ ସ୍ପଷ୍ଟ ଭାବରେ ଅନୁମାନ କରାଯାଉଛି ଯେ SPF ର କାମ ପାଇକମାଲ ଓ ପଦ୍ମପୁର ରେ ପ୍ରାୟ ସରି ଯାଇଥିବା ବେଳେ , ଅଧିକାରୀ ମାନଙ୍କ ରିପୋର୍ଟ ଅନୁସାରେ 30 ରୁ 35 ଶତକଡ଼ା ପର୍ଯ୍ୟନ୍ତ ସରିଛି ହେଲେ ବାସ୍ତବରେ ତୃଣମୂଳ ସ୍ତରରେ ଏହାର ହାର ଢେର କମ ରହିଛି
ସରକାର ନିଜ ତରଫରୁ ଉଦ୍ୟମ କରୁଛନ୍ତି ଏଥିରେ ସନ୍ଦେହ ନାହିଁ , କିନ୍ତୁ ଏହିଭଳି ଅପାରଗ ଅଧିକାରୀ ମାନଙ୍କ ପାଇଁ ସରକାର ଙ୍କର ଜନସେବା ର ମୁଖ୍ୟ ଉଦେଶ୍ୟ ବାଧାପ୍ରାପ୍ତ ହେଉଛି । ଅବଶ୍ୟ ଏଇ ମାତ୍ର କିଛି ଦିନ ତଳେ ଝାରବନ୍ଧ ରେ ନୂତନ ବିଡିଓ ଭାବରେ ଶ୍ରୀ ପୁରୁଷୋତ୍ତମ ମିର୍ଧା କାର୍ଯରେ ଯୋଗଦାନ କରିଛନ୍ତି , ଦେଖିବାକୁ ବାକି ରହିଲା ଯେ ଶ୍ରୀ ମିର୍ଧା ଏହି ଅଧିକାରୀ ମାନଙ୍କ ନିକଟରୁ କେମିତି କାମ ଆଦାୟ କରିବେ । ଧିମେଇ ଯାଇଥିବା ଉନ୍ନୟନ ମୂଳକ କାର୍ଯ୍ୟ କୁ ଗତି ପ୍ରଦାନ କରିବା ପାଇଁ ଜିଲ୍ଲାପାଳ ନିଜେ ହସ୍ତକ୍ଷେପ କରିବା ପାଇଁ ଲୋକେ ଦାବି କରିଛନ୍ତି ।।

0
0
0
s2sdefault