ହେଡଲାଇନସ୍:

ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଙ୍କ ଉଦ୍ୟମ କ୍ରମେ ଚାଷୀ ଏବଂ ଗ୍ରାମବାସୀଙ୍କ ସମସ୍ୟା ଦୂରୀଭୁତ ହେବାକୁ ଯାଉଛି :

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ପ୍ରତାପ ଜେନାଙ୍କୁ କୃତଜ୍ଞତା ଜଣାଇଲେ ମାହାଙ୍ଗା ବ୍ଲକ ଅଞ୍ଚଳବାସୀ l 

 (ମାହାଙ୍ଗା-ଶାସକ ପ୍ରଶାସକ): ନଦୀକୂଳ ଚାଷୀ ଏବଂ ଗ୍ରାମବାସୀଙ୍କ ଦୀର୍ଘ ଦିନର ସମସ୍ୟା ଏବଂ ଭୟ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ଉଦ୍ୟମ କ୍ରମେ ଦୂର ହେବାକୁ ଯାଉଛି l ବର୍ଷାଦିନ ହେଉ ଅବା କୌଣସି ବଡ଼ ଧରଣର ବାତ୍ୟା, ବନ୍ୟା ଆସିଗଲେ ମାହାଙ୍ଗା ବ୍ଲକ ଅଞ୍ଚଳ ବିରୂପା, ଗେଙ୍ଗୁଟି ନଦୀ ବାମପାର୍ଶ୍ଵ ଅବକ୍ଷୟ ନଦୀତଟରେ ରହୁଥିବା ଅଞ୍ଚଳବାସୀ ଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଥାଏ l ଯେଉଁ ସମସ୍ୟା କୁ ଦୂର କରିବା ପାଇଁ ଏହି ଅଞ୍ଚଳବାସୀ ଏବଂ ଚାଷୀଭାଇ ମାନେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ଙ୍କୁ ଜଣାଇଥିଲେ l ବିଧାୟକ ଶ୍ରୀ ଜେନା ଏହି ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଭାଗୀୟ ଉଚ୍ଚ କତୃପକ୍ଷ ଙ୍କୁ ଅବଗତ କରାଇ ସମସ୍ୟା ର ସମାଧାନ ପାଇଁ ଅବଗତ କରାଇଥିଲେ l ଯେଉଁ ସମସ୍ୟା ବିଧାୟକ ଶ୍ରୀ ଜେନା ଙ୍କ ଉଦ୍ୟମ ଏବଂ ପ୍ରୟାସ କ୍ରମେ ଦୂର ହେବାକୁ ଯାଉଛି l ସରକାରୀ ରାଜକୋଷରୁ ଏହି ନଦୀ ବନ୍ଧର ଉନ୍ନତିକରଣ କାର୍ଯ୍ୟ ପାଇଁ 3 କୋଟି 36 ଲକ୍ଷ ଟଙ୍କା ରୁ ଉର୍ଧ୍ଵ ଟଙ୍କା ବ୍ୟୟବରାଦ କରାଯାଇଛି l ଏହି ଉନ୍ନତିମୂଳକ କାର୍ଯ୍ୟ ବିଧାୟକ ଶ୍ରୀ ଜେନାଙ୍କ ଉଦ୍ୟମ କ୍ରମେ ସଫଳ ହେବାକୁ ଯାଉଥିବାରୁ ମାହାଙ୍ଗା ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ପ୍ରତାପ ଜେନା ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି l ସୋମବାର ଦିନ ବିଧାୟକ ଶ୍ରୀ ଜେନା ଙ୍କ ଦ୍ୱାରା ଏହି ଉନ୍ନତିମୂଳକ କାର୍ଯ୍ୟର ଶୁଭ ଶିଳାନ୍ୟାସ ହୋଇଯାଇଛି l ପ୍ରଥମେ ଜୟପୁର ବଜାର ରୁ ଏକ ବିଶାଳ ବାଇକ ଶୋଭାଯାତ୍ରା ରେ ହଜାର ହଜାର ସଂଖ୍ୟାରେ ଲୋକେ ବିଧାୟକ ଶ୍ରୀ ଜେନାଙ୍କୁ ସଭାସ୍ଥଳକୁ ପାଛୋଟି ନିଆଯାଇଥିଲା l ମୁଖ୍ୟଅତିଥି ବିଧାୟକ ଶ୍ରୀ ଜେନା ଯୋଗଦାନ କରି ଜୟପୁର ବଜାର ଠାରୁ ସାହାପୁର ପର୍ଯ୍ୟନ୍ତ ବିରୂପା ବାମପାର୍ଶ୍ଵ ଅବକ୍ଷୟ ନଦୀତଟର ଉନ୍ନତିକରଣ କାର୍ଯ୍ୟର ଶୁଭ ଶିଳାନ୍ୟାସ, ଗୋପାଳପୁର ଠାରୁ ବାଜପୁରା ପର୍ଯ୍ୟନ୍ତ ଗେଙ୍ଗୁଟି ନଦୀବନ୍ଧ ବାମପାର୍ଶ୍ଵ ଅବକ୍ଷୟ ନଦୀ ତଟର ଉନ୍ନତିକରଣ କାର୍ଯ୍ୟର ଶିଳାନ୍ୟାସ, ଯଶୋରାଜପୁର ସିଦ୍ଧ ମହାପୁରୁଷ ନିକଟ ବିରୂପା ନଦୀବନ୍ଧ ବାମ ପାର୍ଶ୍ଵ ଅବକ୍ଷୟ ନଦୀତଟର ଉନ୍ନତିକରଣ କାର୍ଯ୍ୟର ଶିଳାନ୍ୟାସ କରିବା ପରେ ଶେଷରେ ତ୍ରିନାଥପୁର ନାଲବେଗି କଇଥା ନିକଟରେ ମହା ବିନାୟକ ଯୁବକ ସଂଘ କ୍ଳବ ଗୃହ କୁ ଉଦଘାଟିତ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ବିଧାୟକ ଶ୍ରୀ ଜେନା ଙ୍କ ସମେତ ବ୍ଲକ ଅଧକ୍ଷା ଦୀପା ମଲିକ, ଉପାଧ୍ୟକ୍ଷ ସତ୍ୟ ନାରାୟଣ ମହାନ୍ତି, ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ବିଧାୟକ ଙ୍କ ବ୍ୟକ୍ତିଗତ ସହଯୋଗୀ ଉମାଶଙ୍କର ବିଶ୍ୱାଳ,ଯୁବନେତା ଅମୀୟ ନାୟକ, ଭବାନୀ ଶଙ୍କର ସାମଲ ଙ୍କ ସମେତ ବହୁ ବରିଷ୍ଟ ନାଗରିକ, ଜିଲ୍ଲା ପରିଷଦ, ସରପଞ୍ଚ, ସମିତିସଭ୍ୟ,ବିଜୁ ଜନତା ଦଳ ନେତୃବୃନ୍ଦ, ହଜାର ହଜାର ସଂଖ୍ୟାରେ ମାଆ ଭଉଣୀ, ଯୁବକ, ଚାଷୀ ଭାଇ ମାନେ ଯୋଗଦାନ କରି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ l

0
0
0
s2sdefault