ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଦୁଇଦିନିଆ ସେମିନାର ଅନୁଷ୍ଠିତ ହୋଇଯାଇଛି। ଓଡିଆ , ତେଲୁଗୁ , ହିନ୍ଦି , ଇଂରାଜୀ , ସଂସ୍କୃତ ଭାଷାରେ ବିଭିନ୍ନ ଲୋକ ସଂସ୍କୃତି ସ୍ଥିତି ସଂପର୍କରେ ଅବଗତ କରାଇଥିଲେ। ଉପରୋକ୍ତ ଦୁଇ ଦିନରେ ୧୨୫ଗୋଟି ପ୍ରବନ୍ଧ ଉପସ୍ଥାପନ କରାଯାଇଥିଲା।
ପ୍ରଥମ ଦିବସରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅଜୟ କୁମାର ତ୍ରିପାଠୀ ସଭାପତିତ୍ୱରେ ବିଶିଷ୍ଟ ଗବେଷକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ଡ. ଜୀତେନ୍ଦ୍ର ନାଥ ପଟ୍ଟନାୟକ ଯଥାକ୍ରମେ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ। ଡ.ବ୍ରଜସୁନ୍ଦର ମିଶ୍ର , ଡ.ଶରତ କୁମାର ଜେନା , ଡି.ଶବରାମକ୍ରିଷ୍ଣା , ରାଜେନ୍ଦ୍ର ତ୍ରିପାଠୀ ସମୀକ୍ଷକ ରହିଥିଲେ।
ଦ୍ୱିତୀୟ ଦିବସରେ ଡ. ସିଦ୍ଦାର୍ଥ ଶଙ୍କର ପାଢୀ ମୁଖ୍ୟବକ୍ତା , ତଥା ସମ୍ମାନିତ ଅତିଥି ରୂପେ ଜିଲ୍ଲା ସଂସ୍କୃତି ଅଧକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ଡ. ରାଧାକାନ୍ତ ଭୂୟାଂ ଯୋଗଦାନ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଡ. ଚନ୍ଦ୍ରଶେଖର ଦାସ , ଡ. ସ୍ନେହପ୍ରଭା ପଣ୍ଡା , ଡ.ବିଘ୍ନରାଜ ମିଶ୍ର ପରିଚାଳନା କରିଥିଲେ। ଦିପ୍ତୀମୟୀ ପାଣିଗ୍ରାହୀ ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ବିଭିନ୍ନ ଭାଷା ଓ ଅସ୍ମିତା ଉପରେ ଆଲୋକପାତ କରାଯାଇଥିଲା। ଓଡିଶା , ଆନ୍ଧ୍ରପ୍ରଦେଶ ତଥା ସୁଦୂର ଶାନ୍ତିନିକେତନ ବିଶ୍ୱବିଦ୍ୟାଳୟରୁ ପ୍ରଫେସର ତଥା ଅବସରପ୍ରାପ୍ତ ପ୍ରଫେସର ମାନଙ୍କ ଉପସ୍ଥିତି ଏହି କାର୍ଯ୍ୟକ୍ରମକୁ ରୁଦ୍ଧିମନ୍ତ କରିଥିଲା। ଏହିଭଳି ଏକ ବିରଳ କାର୍ଯ୍ୟକ୍ରମକୁ ସାର୍ବଜନୀନ କରିବାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଅଧ୍ୟାପିକା ମାନଙ୍କ ଶ୍ରେଷ୍ଠ ଭୂମିକା ରହିଥିଲା।
ରାଜ୍ୟ
ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜାତୀୟ ସେମିନାର ଅନୁଷ୍ଠିତ
- Hits: 202








