ହେଡଲାଇନସ୍:

ଏରସମା ଠାରେ ପ୍ରଥମ ଗ୍ରାମୀଣ ଶିଳ୍ପ ଉଦ୍ୟାନ ଉଦଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୧୮.୧୧.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ଗତକାଲି ଏରସମା ବ୍ଲକର କୃଷ୍ଣଚନ୍ଦ୍ରପୁର ପଞ୍ଚାୟତରେ ବାଲିକୁଦା-ଏରସମା ର ବିଧାୟକ ଶ୍ରୀ ରଘୁନନ୍ଦନ ଦାସଙ୍କ ଦ୍ୱାରା ଜିଲ୍ଲାର ପ୍ରଥମ ଗ୍ରାମୀଣ ଶିଳ୍ପ ଉଦ୍ୟାନ ଉଦଘାଟିତ ହୋଇଯାଇଛି। ଏହି କାର୍ଯକ୍ରମ ରେ ଜିଲ୍ଲା ପରିଷଦ ର ମୁଖ୍ୟ ବିକାଶ ଅଧିକାରୀ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ ଉପସ୍ଥିତ ଥିଲେ। ଏହି ଉତ୍ସବରେ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅଭିମନ୍ୟୁ ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ। ଏହି କାର୍ଯକ୍ରମ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଲମ୍ବୋଦର ଖୁଣ୍ଟିଆ, , ବ୍ଲକ୍ ଚେୟାରମ୍ୟାନ୍ ଶ୍ରୀମତୀ ଲକ୍ଷ୍ମୀ ପ୍ରିୟା ମହାପାତ୍ର ତଥା ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସ୍ୱର୍ଣ୍ଣ ଲତା ଦଳାଇ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ଓର୍ ମାସ, ଓଡିଶା ଜୀବିକା ମିଶନ ଏବଂ ମିଶନ ଶକ୍ତିର ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲାର ସ୍ବୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ମାନଙ୍କ ଉତ୍ପାଦନ ସାମଗ୍ରୀ ଏବଂ ବିକ୍ରୟ କାଉଣ୍ଟର ପାଇଁ ଏହା ଏକ ଉତ୍ତମ ସୁଯୋଗ ହେବ | ଏହି ରୁରାଲ୍ ଇଣ୍ଡଷ୍ଟରିଆଲ ପାର୍କ ରେ ଆମ ଜିଲ୍ଲା ର ମହିଳା ମାନେ ନିଜ କଳା କୁ ଦୃଷ୍ଟିରେ ରଖି କାମ କରିପାରିବେ ଏବଂ ସେଥିରୁ ଜୀବିକା ନିର୍ବାହ କରିପାରିବେ। ଏରସମା ବ୍ଲକ ର ସ୍ଵୟଂ ସହାୟକ ଗୋଷ୍ଠୀ ମାନେ ମୁଖ୍ୟତଃ ଗୋଲ୍ଡେନ୍ ଗ୍ରାସ, ଟେରାକୋଟା, ବେତ ଓ ବାଉଁଶ, ତା ସହ ଶକ୍ତି ଗାଁ ପ୍ରକଳ୍ପ ରେ ଗ୍ୟାସ୍ ବିତରଣ କରୁଛନ୍ତି।

0
0
0
s2sdefault