ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ: ମୟୂରଭଞ୍ଜ ଜିଲ୍ଲା ର ଝାରପୋଖରିଆ ଥାନା ଗଞ୍ଜେଇ ଗାଡି ସହିତ ଟଙ୍କା ଜବଦ କଲା ଝାରପୋଖରୀଆ ପୋଲିସ । ଗତ ୪ ତାରିଖ ଦିନ ଦଶଟା ସମୟରେ ଅନ୍ତରାଜ୍ୟ ସୀମା ଜାମସଳା ନିକଟରେ ଗାଡି ଯାଞ୍ଚ କରୁଥିବା ସମୟରେ ଏକ ବ୍ଲୁ ରଙ୍ଗ ର ଇନୋଭା କାର ପଶ୍ଚିମବଙ୍ଗ ରୁ ଓଡିଶା ଭିତରକୁ ପ୍ରବେଶ କରୁଥିବା ବେଳେ ପୋଲିସର ସନ୍ଦେହ ହେବାରୁ ଗାଡିକୁ ଓଟକ କରି ଯାଞ୍ଚ କରିଥିଲେ ।ଯାଞ୍ଚ ସମୟରେ ଗାଡି ଭିତରୁ ଦୁଇଟି ଗାଡ଼ି ର ନମ୍ବର ପ୍ଲେଟ, ସହିତ 29.410 ଗ୍ରାମ ଗଞ୍ଜେଇ,12,04,900 ଟଙ୍କା ଦୁଇଟି ମୋବାଇଲ ଜବଦକରିବା ସହିତ ବୌଦ୍ଧ ଜିଲ୍ଲା ସାଲିଗାଁ ଗ୍ରାମର ଆଶିଷ ବାଗ ଓ ସମ୍ବଲପୁର ଜିଲ୍ଲା ଧାଇଁଚା ଗ୍ରାମର ମନୋଜ କୁମାର କୁଣ୍ଡୁ କୁ ଅଟକ ରଖି ତଦନ୍ତ ଜାରି ରଖିଥିଲେ । ଯାହାକୁ ନେଇ ଆଜି 264/23 ରେ ମାମଲା ରୁଜୁ କରି ଦୁଇ ଜଣକୁ କୋର୍ଟ ଚାଲାଣ କରାଯାଇଥିବା ପ୍ରେସ ବିବୃତି ରେ ସୂଚନା ଦେଇଛନ୍ତି। ଝାରପୋଖରିଆ ପୋଲିସ କୁ ସାଧୁବାଦ ,ତେବେ ତିନ ରାଜ୍ୟ ସିମାନ୍ତ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ରାଜ୍ୟ ର ସୀମା ହୋଇଥିବାରୁ ଏକ ସମ୍ବେଦନଶୀଳ ସ୍ଥାନ ହୋଇଥିବାରୁ ଏକ ପୋଲିସ କେମ୍ପ ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେ ସୁଦ୍ଧା ତାହା ଆଜି ଯାଏଁ ହୋଇ ନପାରିବା ସାଧାରଣରେ ଚର୍ଚ୍ଚା ହେଉଛି । ସୂଚନା ମୁତାବକ ବହୁତ ଅନିୟମିତ କାମ ହୋଇଥିବାର ସୂଚନା ମିଳିଛି ଓ କିଛି ଲୋକ ଜାମଶୋଳା ଠାରେ ଦାଦା ଵୋଟି ନେବା ଓ ବେଆଇନ ବାଲି ଚାଲାଣ କରିବା କିନ୍ତୁ ପ୍ରଶାସନ ଚୁପ୍ ବସିବା କୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ତେବେ ଆଗକୁ ପୋଲିସ ସକ୍ରୟ ହୋଉଛି ନାଁ ପୂର୍ବ ଅବସ୍ଥା ରହୁଛି ଝାରପୋଖରିଆ ପୋଲିସ ତାହା ଦେଖିବାକୁ ବା
କି ରହିଲା
ରାଜ୍ୟ
ଗଞ୍ଜେଇ ଗାଡି ସହିତ ଟଙ୍କା ଜବତ କଲା ଝାରପୋଖରିଆ ପୁଲିସ
- Hits: 253








